No Result
View All Result
ବିଧାନସଭାର ମୋୖସୁମୀ ଅଧିବେଶନ ଆରମ୍ଭ
ଶୋକ ପ୍ରସ୍ତାବ ଆଗତ
ଦିବଂଗତ ସଦସ୍ୟ ମାନଙ୍କ ସମ୍ମାନର୍ଥେ ଗୃହର କାର୍ଯ୍ୟକ୍ରମ ଆଜି ପାଇଁ କରାଗଲା ନାହିଁ ଆସନ୍ତା କାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ସପ୍ତଦଶ ବିଧାନସଭାର ଚତୁର୍ଥ ତଥା ମୋୖସୁମୀ ଅଧିବେଶନ ସେପ୍ଟେମ୍ବର ୧୮, ୨୦୨୫ ଗୁରୁବାରରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରେ ଗୃହରେ ଅଧ୍ୟକ୍ଷତା କରିବାକୁ ବାଚସ୍ପତି ସୁରମା ପାଢ଼ୀ ପହଞ୍ଚିଵା ପରେ ରାଜ୍ୟ ସଶସ୍ତ୍ରପୋଲିସବାହିନୀ ପକ୍ଷରୁ ପୋଲିସ ବାଦ୍ୟ ଧୁନରେ ଅଭିବାଦନ ଦିଆଯିବା ପରେ ଗୃହ ଭିତରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ପରେ ଶୋକ ପ୍ରସ୍ତାବ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗତ କରିଥିଲେ।
ମୁଖ୍ୟମନ୍ତ୍ରୀ ଗୃହର ଆସୀନ ସଦସ୍ୟ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ଉପବାଚସ୍ପତି ରାଷ୍ଟ୍ର ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ, ପୂର୍ବତନ ସଦସ୍ୟ ପ୍ରସନ୍ନ ପଟ୍ଟନାୟକ, କରେନ୍ଦ୍ର ମାଝୀ, ନିରଞ୍ଜନ ହେମ୍ବ୍ରମ, ପ୍ରଫୁଲ୍ଲ ଭଞ୍ଜ, ମହମ୍ମଦ ରଫିକ ପ୍ରମୁଖ ପୂର୍ବତନ ସଦସ୍ୟ ଓ ଓଡିଶା ପୋଲିସ ଏବଂ ଆଇ ଆର ବାଟାଲିୟନର ଦିବଂଗତ ସଦସ୍ୟ ମାନଙ୍କ ଗୁଣାବଳୀ ବର୍ଣ୍ଣନା କରି ଶୋକ ବ୍ୟକ୍ତ କରିଥିଲେ।
ଗୃହର ଶ୍ରଦ୍ଧାଞ୍ଜଳି ଜଣାଇ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଗୃହ ନେତାଙ୍କ ଦ୍ୱାରା ଆଗତ ଶୋକ ପ୍ରସ୍ତାବକୁ ସମର୍ଥନ କରି ଗୃହରେ ମୁଖ୍ୟ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ,କଂଗ୍ରେସ ପକ୍ଷରୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ ଶୋକ ପାଠ ଓ ସମ୍ପୃକ୍ତ ପରିବାର ପ୍ରତି ସମବେଦନା ଗୃହ ମାଧ୍ୟମରେ ଜଣାଇ ଥିଲେ।
ବାଚସ୍ପତି ଶ୍ରୀମତୀ ପାଢ଼ୀ ଶୋକ ପ୍ରସ୍ତାବ ରେ ଅଂଶ ଗ୍ରହଣ କରି ଦିବଂଗତ ସଦସ୍ୟ ମାନଙ୍କ ଜୀବନ କାଳରେ କରିଥିବା ଭଲ କାମଗୁଡିକର ସ୍ମୃତି ଚାରଣ କରିଥିଲେ । ଗୃହର ଶ୍ରଦ୍ଧାଞ୍ଜଳି ଶୋକ ସନ୍ତପ୍ତ ପରିବାରକୁ ଜଣାଇଦିଆଯିବ ବୋଲି ବାଚସ୍ପତି କହିଥିଲେ। ପରେ ଦିବଂଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା ।

No Result
View All Result