ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସମଗ୍ର ଭାରତ ବର୍ଷ କୁ ସବୁଜ ସୁନ୍ଦର କରିବା ପାଇଁ ପ୍ରିୟ ପ୍ରଧାନ ମନ୍ତ୍ରୀ ମା ନାମରେ ଗଛ ଟିଏ ଲଗାଇବା ପାଇଁ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି l ଏହି ଅବସର ରେ ସାରା ଦେଶରେ ଆରମ୍ଭ ହୋଇଛି ଚାରା ରୋପଣ କାର୍ଯ୍ୟକ୍ରମ,,ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମ ପଂଚାୟତ ପକ୍ଷରୁ ଟାଙ୍ଗୀ ର ବିଭିନ୍ନ ସ୍ଥାନରେ ୫୦୦ ରୁ ଅଧିକ ଚାରା ରୋପଣ କରା ଯାଇଅଛି।ଟାଙ୍ଗୀ ଗ୍ରାମ ପଂଚାୟତ ର ରତ୍ନମାଳୀ ସାହି ଅଙ୍ଗନ ବାଡ଼ି କେନ୍ଦ୍ର ପରିସର ର ୧୦ ରୁ ଅଧିକଁ ଚାରା ରୋପଣ କରା ଯାଇଅଛି।
ଏହି କାର୍ଯ୍ୟକ୍ରମ ରେ ଟାଙ୍ଗୀ ଗ୍ରାମ ପଂଚାୟତ ସରପଞ୍ଚ କିଶୋର କୁମାର ବେହେରା, ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ମଦନ ସୁନ୍ଦର ସାହୁ,ଅଙ୍ଗନ ବାଡ଼ି କର୍ମୀ ପ୍ରଭାସିନୀ ଛୋଟରାୟ,ଅଙ୍ଗନ ବାଡ଼ି ସହାୟିକା ସୁମିତ୍ରା ବେହେରା, ୱାର୍ଡ ସଭ୍ୟ ପ୍ରମୋଦ ପାତ୍ର,ବରିଷ୍ଠ ନାଗରିକ କମଳା ପାଇକରାୟ, ପ୍ରମୁଖ ସାମିଲ ହୋଇ ଚାରା ରୋପଣ କରିଥିଲେ। ଏହା ସହ ଟାଙ୍ଗୀ ଗ୍ରାମ ପଂଚାୟତ ପକ୍ଷରୁ ଟାଙ୍ଗୀ ବାଳିକା ଉଚ୍ଚ ବିଦ୍ୟାଳୟ,ଟାଙ୍ଗୀ ସ୍ମଶାନ ଓ ଅନ୍ୟାନ୍ୟ ସ୍ଥାନରେ ମୋଟ ୫୦୦ରୁ ଅଧିକ ଚାରା ରୋପଣ କରା ଯାଇଅଛି।ଏହା ସହିତ ଏହି ଚାରା ଗୁଡିକ ର ଯତ୍ନ ଦୁଇ ବର୍ଷ ପର୍ଯ୍ୟନ୍ତ ନିଆଯିବ ବୋଲି ସରପଞ୍ଚ କିଶୋର କୁମାର ବେହେରା ପ୍ରକାଶ କରିଛନ୍ତି ।













