No Result
View All Result
ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପରିବେଶର ସୁରକ୍ଷା, ସ୍ୱଛତା ଓ ସୁନ୍ଦରତା ସହିତ ନିଜ ମା ପାଇଁ ନିଜେ ଗଛଟିଏ ଲଗାଇବା ଓ ଅନ୍ୟକୁ ଲଗାଇବା ପାଇଁ ଉତ୍ସାହିତ କରିବା ଅବସରରେ ବୁଧବାର ପୌରପରିଷଦ ପକ୍ଷରୁ ଏକ ବିଶାଳ ତଥା ଜନାଭିମୁଖୀ ରାଲି ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସକାଳ ୮ ଘଟିକାରେ ଜିଲ୍ଲା ପାଠାଗାର ଠାରୁ ଏକ ବିଶାଳ ରାଲି ଆରମ୍ଭ ହୋଇ ଶ୍ରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଉଥିବା ଦେଖିବାକୁ ମିଳିଥିଲା l ଶ୍ରୀ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ଏକ ବୌଦ୍ଧିକ ଉତ୍ସବରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଉପସ୍ଥିତ କାର୍ଯ୍ୟକ୍ରମର ସମସ୍ତ ଶୁଭାକାଂକ୍ଷୀଙ୍କୁ ସ୍ୱଛତା ସମ୍ପର୍କିତ ଶପଥ ପାଠ କରାଉଥିବା ଦେଖିବାକୁ ମିଳିଥିଲା l

ତେବେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଜିଲ୍ଲାପାଳ ଶ୍ରୀଯୁକ୍ତ ଅଗ୍ରୱାଲ କର କମଳରେ ହୋଇଥିଲା l ବିଶେଷ ମହତ୍ୱ ରଖୁଥିବା ଏହି ମାରାଥନ ରାଲି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ପୌରାଧକ୍ଷା ନିରୁପମା ଖଟେଇ,ଅନ୍ୟତମ ଏ.ଡି.ଏମ ରୋଜିନା ଦାସ,ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମସ୍ତ ପାରିଷଦ ବର୍ଗ, ଏନ.ଏ. ସି ହାଇସ୍କୁଲର ଛାତ୍ରଛାତ୍ରୀ, ସମସ୍ତ ପୌର ଯନ୍ତ୍ରୀ,ସ୍ୱଚ୍ଛ ସାଥି, ସମସ୍ତ ପୌର କର୍ମଚାରୀ, ସ୍ଵଛ ସୁପର ଭାଇଜର,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଏହି ଜନ ହିତାକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l
ଏକଜ୍ୟୁକୁଟିଭ ଅଫିସର ସ୍ନେହଲତା ଆଚାର୍ଯ୍ୟଙ୍କ ପ୍ରତ୍ୟେକ୍ଷ ସୁପରିଚାଳନାରେ ଅନୁଷ୍ଠିତ ଏହି ବିଶାଳ ଜନ ମଙ୍ଗଳ ସମ୍ପର୍କିତ କାର୍ଯ୍ୟକ୍ରମକୁ ସଫଳତାର ସହ ଆଗେଇ ନେଇଥିବା ବେଳେ ପୌର କାର୍ଯ୍ୟାଳୟର ଗଜେନ୍ଦ୍ର ମହାରଣା, କ୍ୟାସିୟର ଶିଶିର ମହାପାତ୍ର, ରଞ୍ଜନ ମହାପାତ୍ର, ଅଜିତ କୁମାର ମଲ୍ଲିକ, ହଜରତ ଅଲ୍ଲୀ, ନାରାୟଣ ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ଏହି ମେଗା କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ରୁ ଉର୍ଧ୍ଵ ଜନ ସାଧାରଣ ଯୋଗ ଦେଇଥିବା ଦେଖିବାକୁ ମିଳିଥିବାବେଳେ ନୟାଗଡ ପୌର ପରିଷଦ ପକ୍ଷରୁ ଅନୁଷ୍ଠିତ ଏହି ସମାଜ ମଙ୍ଗଳ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଂଶସା କରାଯାଇଛି l

No Result
View All Result