କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- କଳାହାଣ୍ଡି ଜିଲ୍ଲା ନର୍ଲା ବିଦ୍ୟୁତ ବିଭାଗରେ ଦେବ ଶିଳ୍ପୀ ଶ୍ରୀ ବିଶ୍ୱକର୍ମା ମହାପ୍ରଭୁଙ୍କ ପୂଜା କାର୍ଯ୍ୟ ବହୁ ଧୁମଧାମରେ ପାଳିତ ହୋଇ ଯାଇଛି। ନର୍ଲା ବିଦ୍ୟୁତ ଉପ ବିଭାଗୀୟ ଅଧିକାରୀ ଇଂ କମଲେଶ କୁମାର ପଧାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜା କାର୍ଯ୍ୟର କର୍ତ୍ତା ଭାବେ ଇଏସ୍ଓ ଆକାଶ ମିଶ୍ର ,

ପୂଜକ ଲକ୍ଷ୍ମୀଧର ମିଶ୍ର ପୂଜା କାର୍ଯ୍ୟ ତୁଲାଇଥିଲେ। ପୂଜା ସ୍ଥଳରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଅତିରିକ୍ତ କନିଷ୍ଠ ଯନ୍ତ୍ରୀ ଅର୍ଜୁନ କୁମାର ଗୁପ୍ତା,ରୋମାନ ପ୍ରଧାନ,ଲାଲମୋହନ ପ୍ରଧାନ, ରାମଚନ୍ଦ୍ର ବାଗ,ମନୋଜ କଟା,ରଘୁମଣି ପାଣ୍ଡେ,ଅଭିଷେକ ଦାଶ,

ଶାଶ୍ୱତ କୁମାର ରାଣା,ବୈଭବ ଦାଶ, କଲେକ୍ସନ ସୁପରଭାଇଜର ଚନ୍ଦ୍ର ମାହାର,ବିଲିଙ୍ଗ ସୁପରଭାଇଜର ଭକ୍ତ ହଂସ,ପୁନମ ମେହେର,ମୁଦ୍ରା ସଂଗ୍ରହକାରୀ ସହ ସମସ୍ତ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ପୂଜା କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ।














