ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳା ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ୬୫ ଟି ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ଏହି ବିଜ୍ଞାନ ମେଳାର ପ୍ରକଳ୍ପକୁ ବାଲିପାଟଣା ମଣ୍ତଳ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ରଥ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବାବେଳେ ଏଥିରେ ସମ୍ମାନୀତ ଅତିଥି ଭାବେ ବାଲିପାଟଣା ପ୍ରେସ୍ କ୍ଲବର ସଭାପତି ଦିଲ୍ଲୀପ କୁମାର ଓଝା,

ସହକାରୀ ଶିକ୍ଷାଧିକାରୀ ବିଜୟ କୁମାର ବେହେରା, ଯଶୋଦା ସାହୁ, ସାମ୍ୱାଦିକ ବିନୋଦ କୁମାର ଭୋଇ, ସାମ୍ୱାଦିକ ଅରୁଣ କୁମାର ଶତପଥି, ପ୍ରମୂଖ ଯୋଗ ଦେଇ ବିଦ୍ୟାଳୟର ଏହି ବିଜ୍ଞାନ ପ୍ରକଳ୍ପକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ବିଜ୍ଞାନ ମେଳାରେ ସିନିୟର୍ ବିଭାଗରେ ଆକାଂକ୍ଷା ପ୍ରିୟଦର୍ଶିନୀ ପ୍ରଥମ, ସାଇ ମହାରଣା ଦ୍ଵିତୀୟ, ଆଶୀର୍ବାଦ ଜେଠି ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଜୁନିଅର ବିଭାଗରେ ଶୁଭଲକ୍ଷ୍ମୀ ସାହୁ ପ୍ରଥମ, ଶୁଭସ୍ମିତା ସାହୁ ଦ୍ୱିତୀୟ, ମୋହିତ ଭୁଇଆଁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି,

ସେହିପରି ସବ – ଜୁନିଅର ବିଭାଗରେ ଶାଇ ସଂପର୍ଣ୍ଣ। ସାହୁ ପ୍ରଥମ, ସୋୟାମ ଦିବ୍ୟାଂସୁ ସାହୁ ଦ୍ଵିତୀୟ, ଏବଂ ପ୍ରୟାସ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟ ପକ୍ଷରୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ଏହି ବିଜ୍ଞାନ ପ୍ରକଳ୍ପ ପାଇଁ ବିଚାରକ ମଣ୍ଡଳୀ ଭାବେ ଭାକରସାହି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ସୁଭଙ୍କରୀ ବେହେରା, ବନମାଳୀପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀ ତରାନା ପରୱିନି, ଇତିନା ଦାସ,

ଏବଂ ପ୍ରାଚୀ ହାଇସ୍କୁଲ ଆମନାକୁଦର ବିଜ୍ଞାନ ଶିକ୍ଷକ ସଞ୍ଜୟ କୁମାର ବେହେରା ପ୍ରମୁଖ ଯୋଗ ଦେଇ ପ୍ରକଳ୍ପର ଉଚିତ ମୂଲ୍ୟନ ନିରୁପଣ କରିଥିଲେ । ଏହି ବିଜ୍ଞାନ ମେଳାକୁ ପରିଚାଳନରେ ଆଦର୍ଶ ଶିଶୁ ନିକେତନର ଅଧ୍ୟକ୍ଷା ଶ୍ରୀମତୀ ଶୈଳବାଳା ମେକାପ ଏବଂ ବିଦ୍ୟାଳୟର ସଂପାଦକ ସୁରେନ୍ଦ୍ର ନାଥ ସାହୁଙ୍କ ପ୍ରତ୍ୟେକ ତତ୍ୟାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲାବେଳେ ପରିଚାଳନରେ କମିଟିର ସମସ୍ତ କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ୭୫ ତମ ଜନ୍ମତିଥିରେ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସରରେ କିଛି ଗଛ ଲଗାଯାଇଥିଲା ।














