No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବିରିଡି ବ୍ଲକ ନୂଆପାରୀ ସ୍ଥିତ ମଦନ ମୋହନପୀଠ ପରିସରରେ ଦଶ ଦିନ ବ୍ୟାପି ଚାଲିଥିବା ମୃତ୍ତିକା ଶଙ୍କର ମହା ମୃତ୍ୟୁଞ୍ଜୟ ମହା ଯଜ୍ଞ, ନବାର୍ହ୍ନ ପାରାୟଣ ଓ ଏକ ଲକ୍ଷ୍ୟ ବିଲ୍ଵପତ୍ର ଚୟନ, ଏକାଦଶ ରୁଦ୍ର ସ୍ଥାପନ ନାନା ଵିଧି ସହ ପୂଜା, ରାମ ଚରିତ ମାନସ, ଜପ, ଭଜନ ସମାରୋହ ଆହୁତି ଆଦି କାର୍ଯ୍ୟକ୍ରମ ସହ ରବିବାର ପୂର୍ଣ୍ଣାହୁତି ହୋଇଯାଇଛି l

ସନ୍ଥ ନିର୍ଭୟାନନ୍ଦ ମହାରାଜ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯଜ୍ଞରେ ଶତାଧିକ ସାଧୁ ଙ୍କ ସମାଗମ ହୋଇଥିଲା l ଜଗତ୍ଗୁରୁ ଡ଼ଃ ସ୍ୱାମୀ ଅରୂପାନନ୍ଦଜୀ ମହାରାଜ ଙ୍କ ରାସ ପରିବେଷଣ ବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ଏହି ଅବସରରେ ଗୋପୁଜା, ସୂର୍ଯ୍ୟପୂଜା, ଅଭିଷେକ, ବିଲ୍ଵପତ୍ର ଚୟନ, ପୁରସ୍ଚରଣ, ସାମୁଦ୍ରିକ ବ୍ରହ୍ମ ଗାୟତ୍ରୀ ପାଠ, ସନ୍ଧ୍ୟା ଆଳତୀ,

ମଣ୍ଡପେ ମହାସ୍ନାନ 108ବାର ରୁଦ୍ର ସୂକ୍ତ ପାଠ, ସାମୁଦ୍ରିକ ସପ୍ତସତି ଚଣ୍ଡୀପାଠ, ସାମୁହିକ ଭଗବତ ଗୀତା ପାଠ, ସାମୁହିକ ଶ୍ରୀଷୁକ୍ତ ପାଠ, ସାମୁହିକ ଲଷ୍ମୀଷୁକ୍ତ ପାଠ, ସହିତ ହନୁମାନ ଚାଳିଶା ଶେଷରେ ଶଙ୍କର ଭଗବାନ ଙ୍କୁ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା ବହୁ ଶ୍ରଦ୍ଧାଳୁ ଭକ୍ତ ଜନସାଧାରଣ ଯୋଗଦେଇ ଆଶ୍ରିବାଦ ଭିକ୍ଷା କରିଥିଲେ l ଅଂଚଳଟିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l

No Result
View All Result