No Result
View All Result
ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ଚୋରୀ ଟ ଚୋରୀ ପୁଣି ଥାନା ନିକଟରୁ ଚୋରୀ । ଚୋରୀ ହୋଇଛି ଗତ କାଲି ବିଳମ୍ବିତ ରାତିରେ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ନିକଟ ଗୋଲେଇ ଛକ ଠାରେ ଥିବା ଟି ସ୍ନାକ୍ସ ଦୋକାନ ରୁ ହୋଇଛି ଚୋରୀ । ଚୋରୀ ହୋଇଥିବା ଦୋକାନ ର ଥାନା ଠାରୁ ଦୂରତା ମାତ୍ର ୩୦ ମିଟର ହୋଇଥିବା ବେଳେ ଏହି ଛକ ସଦା ସର୍ବଦା ଜନ ଗହଳି ଥାଏ ।
ଏହି ଗୋଲେଇ ଛକ ଠାରେ ସମସ୍ତ ସରକାରୀ ଅଫିସ ସହ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ଚୋର ମାନେ ଗତ କାଲି ରାତିରେ ଗୋପୀନାଥ ମହାପାତ୍ର ଙ୍କର ଟି ସ୍ନାକ୍ସ ଦୋକାନ ର ତାଲା ଭାଙ୍ଗି,ଗ୍ୟାସ ଟାଙ୍କି,କ୍ୟାସ ପେଡା ରୁ ୧୫ ହଜାର ଟଙ୍କା ସହ ଦାମୀ ମୋବାଇଲ, ଇଂଭର୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ଦୋକାନ ମାଲିକ । ଏନେଇ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି,। ଟାଙ୍ଗୀ ପୋଲିସ ସି ସି ଟିଭି ଆଧାର ରେ ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ପାଟ୍ରୋଲିଙ୍ଗ ଅଭାବ ରୁ ଚୋରୀ ବୋଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି ।

No Result
View All Result