No Result
View All Result
ଭାରତ-ପାକିସ୍ତାନ ମ୍ୟାଚରେ ଟିମ ଇଣ୍ଡିଆର ସ୍ପିନରମାନଙ୍କ ଦମଦାର ବୋଲିଂ ପାକିସ୍ତାନକୁ ଧୂଳି ଚଟାଇ ଦେଇଛି – ହାରିଲା ପାକିସ୍ତାନ – ଜିତିଲା ଭାରତ
ପହଲଗାଓଁ ଆକ୍ରମଣକୁ ନେଇ ଭାରତୀୟଙ୍କ ବିରୋଧ ସତ୍ବେ ଟିମ ଇଣ୍ଡିଆ ପାକିସ୍ତାନ ସହିତ ଖେଳୁଥିବାରୁ ଦଳ ପାଇଁ ଏହି ମ୍ୟାଚକୁ ଜିତିବା ବହୁ ଗୁରୁତ୍ଵପୂର୍ଣ୍ଣ ଥିଲା ।
ଦୁବଇ (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ଭାରତ-ପାକିସ୍ତାନ ମ୍ୟାଚ ଏସିଆ କପ୍ ଟି-୨୦ ଚମ୍ପିଆନଶିପର ରବିବାର ହାଇଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚରେ ଟିମ ଇଣ୍ଡିଆର ସ୍ପିନରମାନଙ୍କ ଦମଦାର ବୋଲିଂ ପାକିସ୍ତାନକୁ ଧୂଳି ଚଟାଇ ଦେଇଛି। ଯାହାଫଳରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ ଟିମ୍ ୯ ଉଇକେଟ ହରାଇ ୧୨୭ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ।
ଫଳରେ ଟିମ ଇଣ୍ଡିଆକୁ ଜିତିବା ପାଇଁ ୧୨୮ ରନର ଆବଶ୍ୟକତା ରହିଥିଲା । ମାତ୍ର ଭାରତ ୩ ଓ୍ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୪୭ ରନ୍ କରିଥିଲେ । ସେ ୩୭ଟି ବଲ୍ରେ ୫ଟି ଚୌକା ଗୋଟିଏ ଛ’ ମାରିଥିଲେ ।
ଅଭିଷେକ ଶର୍ମା ୩୧ ରନ୍ ତିଳକ ବର୍ମା ୩୧ ରନ୍ ଶିବମ୍ ଦୁବେ ୧୦ ଏବଂ ଶୁଭମନ୍ ଗିଲ୍ ୧୦ ରନ୍ କରିଥିଲେ । ଭାରତ ୧୫.୫ ଓଭରରେ ୩ ଓ୍ୱିକେଟ୍ ହରାଇ ୧୩୧ ରନ୍ କରିଥିଲା । ଆରମ୍ଭରୁ ଉଇକେଟ ହରାଇ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା ।
ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଓଭରର ପ୍ରଥମ ବଲରେ ପାକ୍ ଓପନ ସଇମ ଆୟୁବଙ୍କୁ ଆଉଟ କରି ଭାରତ ପାଇଁ ସଫଳତା ଆଣି ଦେଇଥିଲେ । ଏହା ପରେ ଯଶପ୍ରୀତ ବୁମରା ନିଜର ପ୍ରଥମ ଓଭରରେ ଗୋଟିଏ ଉଇକେଟ ନେଇ ପାକିସ୍ତାନକୁ ବ୍ୟାକଫୁଟ୍କୁ ଠେଲି ଦେଇଥିଲେ ।
ପରବର୍ତ୍ତୀ ସମୟରେ ଅକ୍ଷର ପଟେଲ ଆକର୍ଷଣୀୟ ବୋଲି କରି ୨ଟି ଓଭରରେ ଲଗାଦାର ୨ଟି ଉଇକେଟ ନେଇ ପାକିସ୍ତାନର ଟପ ଅର୍ଡରକୁ ଦୁର୍ବଳ କରିଦେଇଥିଲେ । ଶେଷର କୁଳଦୀପ ଯାଦବଙ୍କ ଘାତକ ବୋଲିଂ ପାକିସ୍ତାନକୁ ଧରାଶାୟୀ କରିଦେଇଥିଲେ ।
ସେ ୪ ଓଭର ବୋଲିଂ କରି ୧୮ ରନ ବିନିମୟରେ ୩ଟି ଉଇକେଟ ହାସଲ କରିଥିଲେ । ବୁମରାଙ୍କୁ ୨ଟି ଏବଂ ପାଣ୍ଡ୍ୟାଙ୍କୁ ଗୋଟିଏ ଉଇକେଟ ମିଳିଛି ।ପାକିସ୍ତାନ ପକ୍ଷରୁ ଓପନର ବ୍ୟାଟ୍ସମ୍ୟାନ ଶାହିବଜାଦା ଫରହାନ ସର୍ବାଧିକ ୪୦ ରନ ସଂଗ୍ରହ କରିଥିଲେ । ଶାହୀନଶାହ ଆଫ୍ରିଦି ଶେଷ ଆଡକୁ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରି ୧୮ ବଲରୁ ୪ ଛକା ସହିତ ୩୩ ରନ ସଂଗ୍ରହ କରିବାରୁ ସ୍କୋର ୧୨୭ ରନ ଛୁଇଁ ପାରିଥିଲା ।

No Result
View All Result