No Result
View All Result
ରାମନଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ରାମନଗୁଡ଼ା ବ୍ଲକ ସ୍ତରୀୟ ବିଦ୍ୟଳୟ ସମୂହ ଖେଳକୁଦ ପ୍ରତିଯୋଗିତା 25 ଗତ କାଲି ଆରମ୍ଭ ହୋଇ ଆଜି ଶେଷ ହେଇଛି l ଏହାର ସମାବର୍ତ୍ତନ ଓ ପୁରଷ୍କାର ବିତରଣ ସମାରୋହରେ ରାମନଗୁଡ଼ା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଗମାଙ୍ଗ. ମୁଖ୍ୟ ଅତିଥି ଭାବେ ରାମନଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜନ ମଲିକ ସଭାପତି, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରାମନଗୁଡ଼ା ଶ୍ରୀ ଦାମୋଦର ହିମିରିକା, ସୂର୍ୟ ନାରାୟଣ ପାଣିଗ୍ରାହୀ,
ବରିଷ୍ଠ ସାମ୍ବାଦିକ ମାନେ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ଜିଲ୍ଲା ସ୍ତରରେ କୃତି ଅର୍ଜନ ପାଇଁ ଉତ୍ସାହ ପୂର୍ଣ୍ଣ ଭାଷଣ ଦେଇଥିଲେ l ରାମନଗୁଡ଼ା ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଉଦ୍ୟମ ଫଳରେ ଏହି ପ୍ରତିଯୋଗିତା ସଫଳ ହେଇଛି l ବିଜେତା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗର ବିଭିନ୍ନ କ୍ରୀଡ଼ାରେ ପ୍ରାୟ ତିନି ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗନେଇଥିଲେ l
ଏ ସମସ୍ତ୍ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଶ୍ରୀ ରମେଶ ମିଶ୍ର ଓ ଅଶ୍ୱିନୀ ତ୍ରିପାଠୀ ପରିଚାଳନା କରିଥିଲେ l ବ୍ଲକର ସମସ୍ତ ସି ଆର୍ ସି ସି ଉପସ୍ଥିତ ରହି ସହଯୋଗ କରିଥିଲେ l ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାମନଗୁଡ଼ାର ଏନ୍ ସି ସି ଛାତ୍ରଛାତ୍ରୀ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ରାମନଗୁଡ଼ାର ଛାତ୍ରଛାତ୍ରୀ ମାନେ ସମସ୍ତ କାର୍ଯ୍ୟକ୍ରମ କ୍ଷେତ୍ରରେ ସହଯୋଗ କରିଥିଲେ l

No Result
View All Result