ରାମନାଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା କଲ୍ୟାଣ ମଣ୍ଡପ ଠାରେ ବ୍ଲକ୍ ସ୍ତରୀୟ ଗୁର୍କା ମହୋତ୍ସବ ୨୦୨୫ ( ଲୋକକଳା ମହୋତ୍ସବ ରାମନାଗୁଡ଼ା) ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇ ଯାଇଛି । ଏ ନେଇ ପ୍ରଥମେ ବ୍ଲକ କାର୍ଯ୍ୟାଳୟ ଠାରୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ପାରମ୍ପରିକ ବେଶ ରେ ଏକ ସାଂସ୍କୃତିକ ପଦଯାତ୍ରା ଅନୁଷ୍ଟିତ ହୋଇଥିଲା ଏହା ପରେ କଲ୍ୟାଣ ମଣ୍ଡପ ଠାରେ ଦୀପ ପ୍ରଜ୍ବଳନ ହୋଇ ସଭା ଆରମ୍ଭ ହୋଇଥଲା। ଏଥିରେ ନିମନ୍ତ୍ରିତ ଅତିଥି ମାନେ ଲୋକକଳା କୁ ନେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିବା ବେଳେ ବିଶିଷ୍ଟ ଲୋକକଳା କଳାକାରଙ୍କୁ ମାନପତ୍ର ପ୍ରଦାନ କରା ଯାଇଥିଲା ।

ରାୟଗଡ଼ା ଜିଲ୍ଲାର ପ୍ରତ୍ୟେକ ବ୍ଲକ, ପଞ୍ଚାୟତ ପରେ ଜିଲ୍ଲା ସ୍ତରରେ ମହା ଆଡ଼ମ୍ବରରେ ଅନୁଷ୍ଟିତ ହେବ ବୋଲି କୁହାଯାଇଛି।ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସ୍ଥାନୀୟ କଳାକାର ମାନେ ଗୁର୍କା ନୃତ୍ୟ , ଦେଶିଆ ନୃତ୍ୟ, ବିଭିନ୍ନ ପାରମ୍ପାରିକ ନୃତ୍ୟ, ସଂକୀର୍ତ୍ତନ ଲୋକ ନାଟ୍ୟ ପରିବେଷଣ ହୋଇଥିଲା । ସୁଦୂର କେନ୍ଦ୍ରାପଡ଼ା ଠାରୁ ଆସିଥିବା ମା ଉତ୍କଳ ଭାରତୀ ରାଜ୍ୟ ପାଲା ଗାୟିକା ଓ କଳାକାର ପରିଷଦ ର କଳାକାର ମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।
ଆଞ୍ଚଳିକ ଭାଷା ଲୋକକଳା ସଂସ୍କୃତି ର ପ୍ରଚାର୍ ପ୍ରସାର ସହ ସ୍ଥାନୀୟ ଲୋକକଳା କଳାକାରଙ୍କୁ ଉଚ୍ସାହିତ କରିବା ସହ ମଞ୍ଚ ପ୍ରଦାନ କରିବା ଏବଂ ବିଶିଷ୍ଟ ବରିଷ୍ଟ କଳାକାର ଙ୍କୁ ସମ୍ବର୍ଦ୍ଧନା କରିବା ଉଦ୍ଦେଶ୍ୟରେ ଏହି ମହୋତ୍ସବ ରାୟଗଡ଼ା ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତ ପରେ ଜିଲ୍ଲା ସ୍ତରୀୟରେ ମହା ଆଡ଼ମ୍ବରରେ ପାଳନ କରାଯିବ ବୋଲି ଆୟୋଜକ ଙ୍କ ପକ୍ଷରୁ ସୁଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ପୂର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ମୁଖ୍ୟ ବକ୍ତା ଭାବେ ରାମନାଗୁଡ଼ା ପଞ୍ଚାୟତ ସମିତି ଅଧକ୍ଷ ରବି ଶଙ୍କର ଗମାଙ୍ଗ ଓ ସମ୍ମାନୀତ ଅତିଥି ଭାବେ ରାମନାଗୁଡ଼ା ଜିଲ୍ଲା ପରିଷଦ କ ଜୋନ ଶ୍ରୀଧର ତାଙ୍ଗୁଡୁ,

ପୂର୍ବତନ ରାମନାଗୁଡ଼ା ମଣ୍ଡଳ ସଭାପତି ଚିନା କଣ୍ଡାଗରି, ଭଜପା ମଣ୍ଡଳ ସଭାପତି ଶ୍ରୀନିବାସ ପଣ୍ଡା ଓ କୁଜେନ୍ଦ୍ରି ଧନୁଞ୍ଜୟ ବେହେରା, ସମିତି ସଭ୍ୟା ଜି, ଗୁଲୁମୁଣ୍ଡାର ସୁଷମା ଗୁରୁ, ସରପଞ୍ଚ ସୁଣ୍ଡିଧାମୁଣି ଭାସ୍କର କାଡ୍ରାକା,ରାୟଗଡ଼ା ଜିଲ୍ଲା କଳାକାର ମହାସଂଘ ଜିଲ୍ଲା ସଭାପତି ସୁପ୍ରିତ୍ ସନ୍ତୋଷ ବଛା , କୁଜେନ୍ଦ୍ରୀ ସରପଞ୍ଚ ତଥା ରାମନାଗୁଡ଼ା ବ୍ଲକ୍ କଳା ସଂସ୍କୃତି ସଂଘ ଉପ ସଭାପତି ରମେଶ ଶବର , ସମ୍ପାଦିକା ପ୍ରିୟଦର୍ଶିନୀ ହୁଇକା,
ସାଧାରଣ ସଂପାଦକ ଇ ଗୌରୀ ଶଙ୍କର, ଉପ ସଭାପତି ଗୁପ୍ତେଶ୍ୱର ସିକା, କୋଷାଧ୍ୟକ୍ଷ ମାନସୀ ମେଲାକା, ମ୍ୟାନେଜର ସିଦ୍ଧାର୍ଥ ମଲ୍ଲିକ, ରାୟଗଡ଼ା ଜିଲ୍ଲା କଳାକାର ମହାସଂଘର ରାମନାଗୁଡ଼ା ବ୍ଲକ୍ ସଭାପତି କୃଷ୍ଣ ଶବର, ସଂପାଦକ ଧର୍ମା ରାଓ ମୁଟିକା ଉପସ୍ଥିତ ରହି କଳାକାରଙ୍କୁ ଉତ୍ସାହିତ କରିଥଲେ । ଏଥିରେ ପାଞ୍ଚ ରୁ ଉର୍ଦ୍ଧ କଳାକାର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ରାମନାଗୁଡା ବ୍ଲକ ର ସମସ୍ତ କଳାକାର ପରିଚାଳନା କରିଥିଲେ ।














