No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ରବିବାର ବିରିଡି ବ୍ଲକ ନୂଆପାରୀ ସ୍ଥିତ ଜଗତ୍ଗୁରୁ ରାମାନନ୍ଦା ଚାର୍ଯ୍ୟ ଉତ୍କଳ ପୀଠଧୀଶ୍ୱର ଡ଼ଃ ସ୍ୱାମୀ ଅରୂପାନନ୍ଦଜୀ ମହାରାଜ ଙ୍କ ପୀଠରେ 11 ତମ ପଟ୍ଟାଭିଷେକ ଉଚ୍ଛବ ଏକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଭଜନ, କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା l ଉଚ୍ଛବରେ ଡ଼ଃ ସ୍ୱାମୀ ଅରୂପାନନ୍ଦଜୀ ମହାରାଜ କହିଲେ ଉତ୍କଳର ପଞ୍ଚସଖା ଓ ଅନ୍ୟାନ୍ୟ ମହାପୁରୁଷ ମାନେ ଯଥା ରାଜୀବ ଲୋଚନ ଦାସ, ଅରକ୍ଷିତ ଦାସ, ମଧୁ ବାବା, ବାରଙ୍ଗ ଗୋସାଇଁ ଙ୍କ ସାହିତ୍ୟ କୃତି ଉପରେ ଗବେଷଣା କରି ତଥ୍ୟାନୁ ଭିତିକ ପ୍ରଚାର ପ୍ରସାର କରିବା ପାଇଁ ସ୍ୱାମୀଜୀ ପରାମର୍ଶ ଦେଇଥିଲେ l
ଏବଂ ବିଶ୍ୱ ସନାତନ ଧର୍ମରେ ସାଧୁ ସନ୍ଥ ମାନଙ୍କ ଭୂମିକା ଅତ୍ୟନ୍ତ ଉପାଦେୟ ପୂର୍ଣ୍ଣ l କିନ୍ତୁ କିଛି ସାଧୁ ବେଶରେ ଧର୍ମ କଥା କହି ସାଧାରଣ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସେ ସବୁକୁ ସାବଧାନ କରିବାକୁ ହେଲେ ସମସ୍ତ ସାଧୁ ସନ୍ଥ ମାନେ ଏକ ତ୍ରିତ ହୋଇ ନ୍ୟାୟିକ ସଂଗ୍ରାମ କରିବା ଉଚିତ l ବିଶେଷ କରି ସାରଳା ମଣ୍ଡଳ ଓ ଅବିଭକ୍ତ କଟକ ଜିଲ୍ଲା ର ସମସ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା କିର୍ତ୍ତୀ ରାଜି ଗୁଡିକ ପୁନଃ ନିର୍ମାଣ କରିବା ଆବଶକ୍ୟ ଏବଂ ସଂସ୍କୃତି ସହିତ ତାଳଦେଇ ପ୍ରତ୍ୟୋକ ସାଧୁ ତାର ବାଣୀକୁ ପ୍ରଚାର ପ୍ରସାର କରିବା ଆବଶ୍ୟକ l
ସାଧୁ ମାନେ ମଧ୍ୟ ଭାରତର ନାଗରିକ ତେଣୁ ବୟସ୍କ, ରୋଗୀ ସାଧୁ ମାନଙ୍କ ପାଇଁ ସରକାର ମଧ୍ୟ ଦାଇତ୍ୱବାନ ହେବା ସହିତ ସେମାଙ୍କର ସ୍ୱାସ୍ଥ୍ୟ ବୀମା ଓ ଅନ୍ୟାନ୍ୟ ଯୋଜନାରେ ସେମାନଙ୍କର ନାମ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ l ଏଠାରେ ଅନ୍ୟାନ୍ୟ ସାଧୁ ମାନଙ୍କ ମଧ୍ୟରେ ପ୍ରେମ ସାଗର ବାବା ଅରକ୍ଷିତ ଦାସ ମହାରାଜ, ଶ୍ରୀ ସନ୍ଥ ମହାରାଜ, କୃଷ୍ଣ ବାବା, ମହନ୍ତ ତ୍ରିଲୋଚନ ଦାସ, ଛୁଆ ବାବା, ଆନନ୍ଦ ବାବା, ଅନନ୍ତ ବାବା, ନିରଞ୍ଜନ ବାବା, ଜଗନାଥ ବାବା, ଗଣେଷ ଦାଶଜୀ ମହାରାଜ, ନୀଳାମ୍ବର ଦାଶଜୀ ମହାରାଜ ପ୍ରମୁଖ ବହୁ ସାଧୁ ସନ୍ଥ ଉପସ୍ଥିତ ଥିଲେ l ଭଜନ କୀର୍ତ୍ତନ ରେ ଅଂଚଳଟି ଆନନ୍ଦ ମୟ ହୋଇଥିଲା l

No Result
View All Result