No Result
View All Result
ପଡିଆ (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବା ସାରାହା ଚାଇଲ୍ଡ ଡେଭଲପମେଣ୍ଟ କେନ୍ଦ୍ର ଠାରେ ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟର ୨୫ତମ ସ୍ଥାପନ ଦିବସ ଅବସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଯିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାବେ ଏମ୍ ୱସନ୍ତ ରାଜ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ସମାଜସେବୀ ଏନ୍ ରାଘବ ରାଓ, ଏମଡି ଫାରୁକ୍, ମେଷାକ ରବି ମାଦ୍ରୀ, ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ରାଜ ନାରାୟଣ ସିଂ, ଅଗ୍ନିଶମ ଅଧିକାରୀ ବିରେନ୍ଦ୍ର ସିଂ ପ୍ରମୂଖ ଉପସ୍ଥିତ ଥିଲେ।

୨୦୦୦ ମସିହାରେ ସ୍ଥାପିତ ଏହି ସଂସ୍ଥାରୁ ବାର୍ଷିକ ଶତାଧିକ ଛାତ୍ରଛାତ୍ରୀ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ସ୍ଥାନୀୟ ଅଞ୍ଚଳର ଯୁବପିଢ଼ିଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ବାବଦରେ ସୁଦୃଢ଼ କରିଥିବାରୁ ସ୍ଥାନୀୟ ଅଞ୍ଚଳର ବିକାଶରେ ଏହି ସଂସ୍ଥାର ଉଲ୍ଲେଖନୀୟ ଅବଦାନ ରହିଥିବା ଉପସ୍ଥିତ ଅତିଥି ମାନେ କହିଛନ୍ତି।
ଗତ ୨୫ ବର୍ଷ ମଧ୍ୟରେ ୧୯ ଗୋଟି ବ୍ୟାଚ ୩ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯାଇଥିବା ବେଳେ ମୋଟ ୩୧୯ ଜଣ ହିତାଧିକାରୀଙ୍କୁ ସିଲେଇ ମେସିନ୍ ପ୍ରଦାନ କରାଯାଇ ସେମାନଙ୍କ ରୋଜଗାରକ୍ଷମ କରିବାରେ ସହାୟକ ହୋଇଥିବା କୁଇଣ୍ଟାଲ ହଜିଅଛି । ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପି ବୟେଜ, ଡେଭିଡ୍ ଭାସ୍କର, ତୋକାଲ ସାଇଦିଆ, ଟେଣ୍ଟୂ ସୁବାର୍ତ୍ତା, ଗୁଲାବୀ ନାଗୁଲୁ , ଆବ୍ରାହମ ମାଦିରି, ଆପୁରାମ ମାଦିରି, ରୁଞ୍ଜା ରାଇଲି ପ୍ରମୁଖ ଉପସ୍ଥିତ ଥିଲେ।

No Result
View All Result