No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :- ଶନିବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ପୁରୀ ସମେତ ନିମାପଡା,ପିପିଲି,କୋଣାର୍କ, କଣାସ ବ୍ରହ୍ମଗିରି, ଅସ୍ତରଙ୍ଗ ଓ କାକଟପୁର କୋର୍ଟରେ ରାଷ୍ଟ୍ରୀୟଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ପୁରୀଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରାଜଜ ଅଜନ୍ତା ଷଡଙ୍ଗୀଙ୍କ ତତ୍ବାବଧାନରେ ପୁରୀଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ପରିତୋଷ କୁମାର ସେଠୀଙ୍କ ପରିଚାଳନାରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା ।

ଏହି ଲୋକ ଅଦାଲତରେ ୧୯ ହଜାର ୫୫ ଗୋଟି ମକଦ୍ଦମା ଫଇସଲା କରାଯିବା ସହ ଜୋରିମାନା ଓ କ୍ଷତିପୂରଣ ବାବଦରେ ୬ କୋଟି ୨୩ ଲକ୍ଷ ୩୭ ହଜାର ୪୬୬ ଟଙ୍କା ଆଦାୟ କରାଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କାର୍ଯକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲା ଓ ଦୌରାଜକ ଅଜନ୍ତା ଷଡଙ୍ଗୀ ଏହାକୁ ଉଦଘାଟନ କରିଥିଲେ । ପରିବାର ଅଦାଲତ ବିଚାରପତି ସୁମିତା ଜେନା, ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୈକତ ପାତ୍ର, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଚିନ୍ମୟ ମିଶ୍ର ,
ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଚିନ୍ମୟୀ ଦେହୁରୀ , ମୁଖ୍ୟ ବିଚାରପତି ସୁଶାନ୍ତ କୁମାର ମିଶ୍ର, ବରିଷ୍ଟ ଦେୱାନି ବିଚାରପତି ସୌମ୍ୟରୂପ ସାହୁ, ଅତିରିକ୍ତ ବରିଷ୍ଟ ଦେୱାନି ବିଚାରପତି ପ୍ରଜ୍ଞା ପଣ୍ଡା, ଦ୍ୱିତୀୟ ଅତିରିକ୍ତ ବରିଷ୍ଟ ଦେୱାନି ବିଚାରପତି ସୋନାଲୀ ଅପରାଜିତା , ଦେୱାନି ବିଚାରପତି ସିଦ୍ଧାର୍ଥ ଶଙ୍କର ସେନାପତି, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ପତିତପାବନ ପଣ୍ଡା, ଗ୍ରାମ ନ୍ୟାୟାଧ୍ୟାକାରୀ ସୋନାଲି ମହାନ୍ତି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (କଗ-୧ )ମିସ୍ ରୀତିକା ଗର୍ଗ,
ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (କଗ୍ -୨ ) ଅନିମେଶ ଜେନା , ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସୌରଭ ମହାପାତ୍ର,ଶିବାନୀ ମହାପାତ୍ର, ଚେତନ ଲାଢା,ନିଲିସା ପଟ୍ଟନାୟକ ମାମଲା ଗୁଡିକର ବିଚାର କରିଥିଲେ । ଲୋକ ଅଦାଲତରେ ୧୧୯ ଗୋଟି ମୋଟର ଦୁର୍ଘଟଣା ମାମଲା ବିଚାର କରାଯାଇ ୪ କୋଟି ୩୮ ଲକ୍ଷ ୭୮ ହଜାର ଟଙ୍କା ଆଦାୟ କରାଯାଇଛି।
ସେହିପରି ୪୩ ଗୋଟି ଚେକ ବାଉନ୍ସ କେସ, ୩୭ ଗୋଟି ବୈବାହିକ ବିବାଦ ମକଦମା ଫଇସଲା କରାଯାଇଥିଲା । ୧୨୧ ଗୋଟି ପ୍ରାକ ମକଦମା ମାମଲାର ଫଇସଲା କରାଯାଇ ବ୍ୟାଙ୍କ ଋଣ ବାବଦକୁ ୩୪ ଲକ୍ଷ ୭୬ ହଜାର ୫୪୪ ଟଙ୍କା ଆଦାୟ କରାଯାଇଥିଲା । ଶନିବାର ଏହି ଲୋକ ଅଦାଲତରେ ଜିଲ୍ଲା କାରାଗାରର କଏଦୀ ମାନଙ୍କ ଦ୍ଵାରା ତିଆରି କରାଯାଇଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡିକର ଷ୍ଟଲ କୋର୍ଟ ପରିସର ଭିତରେ ଖୋଲା ଯାଇଥିଲା।

No Result
View All Result