No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ସନାତନ ଧର୍ମର ମୌଳିକ ଅସ୍ତିତ୍ବ ବିଶ୍ୱକଲ୍ୟାଣ ନିମନ୍ତେ ଉଦିଷ୍ଟ l ଯଜ୍ଞ, କୀର୍ତ୍ତନ, ଅଷ୍ଟାଦଶ ପୁରାଣ ଭିତିକ ମାର୍ମିକ ତତ୍ତ୍ୱକୁ ବର୍ତମାନର ଆଧୁନିକ ଜୀବନ ଯାପନ କରୁଥିବା ବକ୍ତାମାନେ ନିଜ ନିଜ ଭାବଭଙ୍ଗୀରେ ଅର୍ଥ ବିହୀନ ବକ୍ତବ୍ୟ ପ୍ରଦାନ କରିବା ଦ୍ୱାରା ସାଧାରଣତଃ ଜନମାନସରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ବୋଲି ଶନିବାର ବିରିଡି ବ୍ଲକ ନୂଆପାରୀ ମଦନ ମୋହନ ମଠ ଓ ଜଗତ୍ଗୁରୁ ରାମାନନ୍ଦା ଚାର୍ଯ୍ୟ ଙ୍କ ପୀଠରେ ଚାଲିଥିବା ମୂର୍ତ୍ତିକା ଶଙ୍କର ମହା ମୃତ୍ୟୁଞ୍ଜୟ ମହାଜଜ୍ଞ ରେ ଜଗତ ଗୁରୁ ଡ଼ଃ ସ୍ୱାମୀ ଅରୂପାନନ୍ଦଜୀ ମହାରାଜ ଏକ ଖବରଦାତା ସମିଳନୀରେ ପ୍ରକାଶ କରିଛନ୍ତି l
ସେ କହିଛନ୍ତି ସନାତନ ଧର୍ମ ସବୁ ସଂସ୍କୃତି ର ମୂଳ ଉତ୍ସ ସନାତନ ଧର୍ମକୁ ନେଇ କିଛି କଥା ବାଚକ, ପ୍ରବଚକ ତତ୍ୱ ଭିତିକ ଅର୍ଥ ନଜାଣି ବକ୍ତା ମାନଙ୍କର ଟିପଣୀ ଓ ବ୍ୟାଖ୍ୟା ଜନସାଧାରଣ ଙ୍କୁ ବିଭ୍ରାନ୍ତକର ପରିସ୍ଥିଥି ରେ ପକାଇଦେଇଛି l ଏପରିକି ଓଡିଶା ଉତ୍କଳ ମାଟିର ଯୁଗ ପୁରୁଷ ପଞ୍ଚ ସଖା ମାନଙ୍କର ତାତ୍ୱିକ ପୁସ୍ତିକାକୁ କିଛି ଯୋଡି ନିଜର ବକ୍ତବ୍ୟ କୁ ଯଥାର୍ଥ କରିବାପାଇଁ ମିଥ୍ୟା ଓ ଅପବାଦ ସୂଚକ ଜ୍ଞାନ ଜନସାଧାରଣରେ ବାଣ୍ଟି ମହାପୁରୁଷଙ୍କ ନାମକୁ ଅପଚୟ କରୁଛନ୍ତି l
ଏପରିକି ଏହା ଓଡ଼ିଶାରେ ସୀମିତ ନୁହେଁ ଭାରତ ଭାରତ ବାହାର କଥା ବାଚକ ମାନେ ନାରୀ ପୁରଷ ମାନଙ୍କୁ ଅପମାନ ସୂଚକ ଶବ୍ଦ କହି ଗଣମାଧ୍ୟମ ଦ୍ୱାରା ଶସ୍ତା ମନ୍ତବ୍ୟ ପ୍ରଦାନ କରି ବାହା ବାହା ନେଉଛନ୍ତିl ସେ କ୍ଷୋଭ ପ୍ରକାଶ କରି କହିଛନ୍ତିଯେ ସନାତନର ସ୍ୱତନ୍ତ୍ରତା ହିଁ ବିଶ୍ୱ ମାନବ ବାଦରେ ପରିଚୟ ଓ ଏହି ସନାତନକୁ ନେଇ ଭାରତ ଦିନେ ବିଶ୍ଵଗୁରୁ ହେବ l ସେ ବକ୍ତା ମାନଙ୍କୁ ଚେତାଇ ଦେଇଛନ୍ତି ଯେ ଏଭଳି ବକ୍ତବ୍ୟ ଵା ସାଧୁ ସନ୍ଥ ମହାପୁରୁଷ ପଞ୍ଚସଖା ମାନଙ୍କ ବାଣୀକୁ କୁସ୍ଚିତ ଓ କଦର୍ଥ ନକରି ଯାହା ସତ୍ୟ ଯାହା ନ୍ୟାୟ ଭିତ୍ତିକ ପ୍ରକାଶ କରନ୍ତୁ l

No Result
View All Result