ନାଚୁଣୀ (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :- ପୂରାତନ ୫ନମ୍ବର ଜାତୀୟ ରାଜପଥ ର ନାଚୁଣୀ ବଜାର ରେ ପ୍ରତ୍ୟହ ଅସମ୍ଭାଳ ଭିଡ଼ ଜନିତ ଟ୍ରାଫିକ ସମସ୍ୟା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହି ରାସ୍ତା ର ପ୍ରଶସ୍ତିକରଣ ର ପ୍ରାଥମିକ କାର୍ଯ୍ୟ ଭାବେ ଆଜି ମାପଚୁପ ଆରମ୍ଭ ହୋଇଛି। ରାସ୍ତା ର ମଧ୍ୟଭାଗରୁ ଦୁଇ ପାର୍ଶ୍ଵରେ ୪୫ଫୁଟ ଯାଏଁ ରାସ୍ତା ବିସ୍ତୃତ କରାଯାଇ ଏହାକୁ ୯୦ଫୁଟ ବିଶିଷ୍ଟ କରାଯିବ ବୋଲି ଜଣାପଡିଛି । ଏହା ଫଳରେ ବହୁ ଘରୋଇ ନିର୍ମାଣ ଓ ଜମି ପ୍ରଭାବିତ ହେଵ ବୋଲି ଆଜି ର ମାପଚୁପ ଓ ସ୍ଥାନ ଚିହ୍ନଟ ପରେ ସ୍ପଷ୍ଟ ହୋଇ ଯାଇଛି।

ଆଜି ଉତ୍ତର ପଟୁ ଓଭର ବ୍ରିଜ୍ ଠାରୁ ନାଚୁଣୀ ବଜାର ମଧ୍ୟସ୍ଥ ତ୍ରିଛକ ଯାଏଁ ମାପଚୁପ ସରିଛି। ଏହି କାର୍ଯ୍ୟକ୍ରମରେ ବାଣପୁର ତହସିଲଦାର ଡି ପଦ୍ମନାଭ ଦୋରାଙ୍କ ନେତୃତ୍ୱରେ ହୋଇଥିବା ବେଳେ ରାସ୍ତା ଓ ନିର୍ମାଣ ବିଭାଗର ଉପଖଣ୍ଡ ଅଧିକାରୀ ସାଇଦୀପ ସାହୁ, ନାଚୁଣୀ ରାଜସ୍ବ ନୀରିକ୍ଷକ ଏବଂ ନାଚୁଣୀ ପୋଲିସ ପ୍ରଶାସନ ସହାୟତା କରିଥିଲେ।













