No Result
View All Result
ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :- ୧୬ନମ୍ଵର ଜାତୀୟ ରାଜପଥ ଉପରେ ନାଚୁଣୀ ଥାନା ପାର୍ଶ୍ଵ ଜଗତି ପାହାଡ଼ ପାଦଦେଶରେ ରାଜ୍ୟ ପରିବହନ ନିଗମ ପକ୍ଷରୁ ନିର୍ମାଣାଧୀନ ଏକ ବସ୍ ଷ୍ଟାଣ୍ଡ ର ନାମକରଣ କୁ ନେଇ ଅଞ୍ଚଳବାସୀ ଙ୍କ ପକ୍ଷରୁ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବାଣପୁର ବ୍ଲକ ର ନାଚୁଣୀ ଗ୍ରାମ ପଞ୍ଚାୟତ ଅଧୀନ ସୁନାଖଳା ଏଵଂ ଵଡପଦର ରାଜସ୍ଵ ମୈ।ଜାର ମଧ୍ୟରେ ନିର୍ମିତ ଏହି ବସ୍ ଷ୍ଟାଣ୍ଡ ର ନାମକରଣ ବାଣପୁର ଵସ୍ ଷ୍ଟାଣ୍ଡ ବୋଲି ବୋର୍ଡ ମରା ଯିବାକୁ ନେଇ ଅଞ୍ଚଳରେ ଜନ ସାଧାରଣ ଙ୍କ ମନରେ ବିସ୍ମୟ ଓ କୈ।ତୁହଳ ଓ ଦ୍ଵିଧା ମନୋଭାବ ପ୍ରକାଶ ପାଇଛି। ବାଣପୁର ବ୍ଲକ ହେଡ୍ କ୍ୱାର୍ଟର ଏହି ଠାରୁ ୧୭ କିଲୋମିଟର ଦୂର ରେ ଅବସ୍ଥିତ।
କେହି କେହି ବ୍ଲକ୍ ଅନ୍ତର୍ଗତ ଏହି ବସ୍ ଷ୍ଟାଣ୍ଡ ର ନାମକରଣ ବ୍ଲକ ନାମ ଅନୁସାରେ ବାଣପୁର ଵସ୍ ଷ୍ଟାଣ୍ଡ ବୋଲି କରାଯାଇ ପାରିଥାଏ ବୋଲି ମତ ପୋଷଣ କରୁଥିବା ବେଳେ କେତେକ ଏହି ନାମକରଣ କୁ ଅଯଥାର୍ଥ ବୋଲି ଦାବୀ କରୁଛନ୍ତି । ତେବେ ରାଜ୍ୟର ରାଜଧାନୀ ଭୁବନେଶ୍ବର ବ୍ୟତୀତ ବ୍ରହ୍ମପୁର ପୂର୍ବରୁ ୨୦୦ କିଲୋମିଟର ଜାତୀୟ ରାଜପଥ ଉପରେ ଏଭଳି ମଧ୍ୟବର୍ତ୍ତୀ ବସ୍ ରହଣି ଏବଂ ଯାତ୍ରୀମାନଙ୍କ ର ବିଶ୍ରାମ ପାଇଁ ବସ୍ ଷ୍ଟାଣ୍ଡ ର ଆବଶ୍ୟକତା ଅନୁଭୂତ ହେଉଥିଲା । ଅତୀତରେ ରାଜଧାନୀ ରୁ ଆସୁଥିବା ପ୍ରଶାସନିକ ଅଧିକାରୀ ଏବଂ ରାଜନେତାଙ୍କ ର ସ୍ୱଳ୍ପ ସମୟ ରହଣି ପାଇଁ ସୁନାଖଳା ପୂର୍ତ୍ତ ଡ଼ାକ ବଙ୍ଗଳା ବ୍ୟତୀତ ଆଉ କିଛି ସୁବିଧା ନ ଥିଲା ।
ତେବେ ଏହି ସ୍ଥାନ ରେ ନିର୍ମାଣାଧୀନ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ମଧ୍ୟ ବାଲୁଗାଁ ଠାରୁ ସ୍ଥାନାଭାବରୁ ଏଵଂ ପ୍ରଶାସନିକ ସୁବିଧା ଦ୍ରୃଷ୍ଟି ରୁ ଏଠାକୁ ସ୍ଥାନାନ୍ତରିତ ହେବା କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଆଗେଇ ଚାଲିଛି । ଅପରପକ୍ଷରେ ବାଣପୁର ରାଜସ୍ୱ ଉପଖଣ୍ଡ ଦାବୀ କରି ଆସୁଥିବା ଆନ୍ଦୋଳନ କାରୀ ମାନେ ଏହାକୁ ଭିନ୍ନ ଦ୍ରୃଷ୍ଟି ରେ ଦେଖୁଛନ୍ତି । ତେବେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ପ୍ରଶାସନ ଏହି ନାମକରଣ କୁ ନେଇ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

No Result
View All Result