• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡେଲିଭରି ବେଗ ଦୁଇ ଗୁଣରୁ ଅଧିକ ବୃଦ୍ଧି କରିବା ପାଇଁ ଓଡିଶାରେ ଆମାଜନର ନିବେଶ

Proprietor Abhimanyu Maharana by Proprietor Abhimanyu Maharana
September 12, 2025
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଡେଲିଭରି ବେଗ ଦୁଇ ଗୁଣରୁ ଅଧିକ ବୃଦ୍ଧି କରିବା ପାଇଁ ଓଡିଶାରେ ଆମାଜନର ନିବେଶ
Share on FacebookShare on TwitterWhatsapp

ଭୁବନେଶ୍ୱରରେ ଏକ ନୂଆ ଫୁଲ୍‌ଫିଲମେଂଟ ସେଂଟର ସହିତ ନିଜର ଅପରେଶନ୍ସ ନେଟ୍‌ୱର୍କକୁ ସମ୍ପ୍ରସାରଣ କରିଛି

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର  :- ଆସନ୍ତା ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହେଉଥିବା ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ପୂର୍ବରୁ ଆମାଜନ ଇଣ୍ଡିଆ ଓଡିଶାରେ ଗ୍ରାହକଙ୍କ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା, ଗ୍ରାହକଙ୍କ ପାଇଁ ଅତୁଳନୀୟ ମୂଲ୍ୟ, ବେଗ ଓ ଚୟନ ଆଣିବା ପାଇଁ ପ୍ରସ୍ତୁତ ହୋଇଛି । ଏହାର ଭିତିଭୂମିକୁ ସୁଦୃଢ କରି ଆମାଜନ ଇଣ୍ଡିଆ ଭୁବନେଶ୍ୱରରେ ଏକ ନୂଆ ଫୁଲ୍‌ଫିଲମେଂଟ ସେଂଟର ସହିତ ଏହାର ଅପରେଶନ୍ସ ନେଟ୍‌ୱର୍କକୁ ସମ୍ପ୍ରସାରଣ କରିଛି, ଯାହା ରାଜ୍ୟର ୧୭୦୦୦ରୁ ଅଧିକ ସେଲରମାନଙ୍କୁ ଅଧିକ ଦ୍ରୁତ ବେଗରେ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ପାଇଁ ସଶକ୍ତ କରିଛି, ଏଥିସହିତ ଏହା ଅଂଚଳରେ ଶତାଧିକ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଏହାସହିତ ରାଜ୍ୟରେ ଆମାଜନର ପରିଚାଳନା ନେଟ୍‌ୱର୍କରେ ଏବେ ଆଉ ଏକ ନୂଆ ଫୁଲଫିଲମେଂଟ ସେଂଟର, ଏକ ସର୍ଟେଶନ ସେଂଟର, ୨୫୦ରୁ ଅଧିକ ଆଇ ହାଭ୍ ସ୍ପେଶ (ଆଇଏଚଏସ) ଷ୍ଟୋର ଓ ୬୦ରୁ ଅଧିକ ଡେଲିଭରି ଷ୍ଟେସନ ସାମଲ ହୋଇଛି । ଏହି ନିବେଶଗୁଡିକ ଆମାଜନକୁ ଭୁବନେଶ୍ୱରର ଗ୍ରାହକଙ୍କୁ ସମାନ ଓ ପରବର୍ତୀ ଦିନ ୨ ଗୁଣ ଅଧିକ ଉତ୍ପାଦ ଡେଲିଭର କରିବାକୁ ସକ୍ଷମ କରିବା ସହିତ ବାର୍ଷିକ ଆଧାରରେ ସେମ୍‌-ଡେ ଡେଲିଭରି ୧୯୦%ରୁ ଅଧିକ ବୃଦ୍ଧି ପାଇବ ଏବଂ ନେକ୍ସଟ ଡେ ଡେଲିଭରି ୧୨୦%ରୁ ଅଧିକ ବୃଦ୍ଧି ହେବ ।

ଗ୍ରାହକମାନେ ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସମୟରେ ଦ୍ରୁତତମ ବେଗରେ ଓ ଉନ୍ନତ ମୂଲ୍ୟରେ ପ୍ରଦାନ କରାଯାଉଥିବା ବିସ୍ତୃତ ସିଲେକ୍ସନ ପାଇଁ ସପିଂ କରିପାରିବେ । ଏହି ସମୟରେ ସ୍ମାର୍ଟଫୋନ, ଇଲେକ୍‌ଟ୍ରୋନିକ୍ସ, ଫ୍ୟାଶନ, ବିୟୁଟି, ହୋମ୍ ଏସେନ୍ସିଆଲ୍‌ସ, ଗ୍ରୋସରୀ ସମେତ ସମସ୍ତ ଲୋକପ୍ରିୟ ବର୍ଗଗୁଡିକରେ ଆକର୍ଷଣୀୟ ଡିଲ୍ ଉପଲବ୍ଧ ରହିବ । ଚଳିତ ପାର୍ବଣ ଋତୁରେ ପ୍ରାଇମ ମେମ୍ବରମାନେ ମାଗଣା ଓ ଦ୍ରୁତ ଡେଲିଭରି, ସ୍ୱତନ୍ତ୍ର ସଂଚୟ, ୟର୍ଲି ଆକ୍‌ସେସ, ମନୋରଞ୍ଜନ କ୍ଷେତ୍ରରେ ରିହାତି ସମେତ ଏକାଧିକ ଲାଭ ପାଇପାରିବେ । ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ବାର୍ଷିକ ମେମ୍ବରସିପ ସହିତ ଆମାଜନ ପ୍ରାଇମକୁ ଆପଣଙ୍କର ପ୍ରତ୍ୟେକ ଦିନକୁ ଉତମ କରିବା ପାଇଁ ଡିଜାଇନ କରାଯାଇଛି । ପ୍ରାଇମ ମ୍ବେରମାନେ ଆମାଜନ ପେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡର ବ୍ୟବହାର କରି ଆମାଜନ ଡଟ୍ ଇନରେ ସମସ୍ତ କ୍ରୟ ଉପରେ ୫%ର ଅନ୍‌ଲିମିଟେଡ କ୍ୟାଶବ୍ୟାକ ପାଇପାରିବେ, ଯାହା ସପିଙ୍ଗକୁ ଆହୁରି ଅଧିକ ରିୱାର୍ଡିଙ୍ଗ କରୁଛି ।

ଏହି ଅବସରରେ ଆମାଜନ ପ୍ରାଇମର ସିନିଅର ମ୍ୟାନେଜର ପଲ୍ଲବୀ ସିଂହ କହିଛନ୍ତି, “ଚଳିତ ପାର୍ବଣ ଋତୁରେ ପ୍ରାଇମ ମେମ୍ବରମାନେ ୨୪ ଘଂଟା ପୂର୍ବରୁ ସେପ୍ଟେମ୍ବର ୨୨ ତାରିଖରେ ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲକୁ ଉପଭୋଗ କରିପାରିବେ । ସ୍ୱତନ୍ତ୍ର ଡିଲ, ନୂଆ ଲଂଚ ଗୁଡିକ ପାଇଁ ୟର୍ଲି ଆକ୍‌ସେସ ଓ ଏକାଧିକ ଅତିରିକ୍ତ ଲାଭଗୁଡିକ ସହିତ ଜଣେ ପ୍ରାଇମ ମେମ୍ବର ହେବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଏକ ନୂଆ ଫୁଲ୍‌ଫିଲମେଂଟ ସେଂଟରର ଲଂଚ ସହିତ ଓଡିଶାରେ ଆମର ନିବେଶ ଆମକୁ ନିଜର ଡେଲିଭରି ନେଟ୍‌ୱର୍କକୁ ମଜବୁତ କରିବା ଏବଂ ଆମର ସେମ୍‌-ଡେ ଓ ନେକ୍ସଟ-ଡେ ଡେଲିଭରି ବେଗକୁ ଉନ୍ନତ କରିବା ପାଇଁ ସକ୍ଷମ କରିଛି । ଏହାସହିତ, ଓଡିଶାର ଗ୍ରାହକ ଓ ପ୍ରାଇମ ମେମ୍ବରମାନେ ଏବେ ପୂର୍ବାପେକ୍ଷା ଅଧିକ ଦ୍ରୁତ ଗତିରେ ନିଜ ପସନ୍ଦର ଉତ୍ପାଦ ପାଇବାକୁ ସକ୍ଷମ ହେବେ ।”

ଓଡିଶାର ଗ୍ରାହକମାନେ ଆମାଜନ ପେ’ ପାଇଁ ଡିଜିଟାଲ ପେମେଂଟର ମଜବୁତ ଗ୍ରହଣକାରୀ ଭାବେ ଉଭା ହୋଇଛନ୍ତି, ଯିଏ ଆମାଜନ ପେ ଟ୍ରାଞ୍ଜାକ୍ସନ ଦ୍ୱାରା ଶୀର୍ଷ ୧୦ଟି ସ୍ଥାନରେ ରହିଛନ୍ତି । ଗତ ୬ ମାସ ମଧ୍ୟରେ ରାଜ୍ୟରେ ଉପଭୋକ୍ତା ଅଭିବୃଦ୍ଧି ଜାତୀୟ ହାର ତୁଳନାରେ ୧୦% ଅଧିକ ଦ୍ରୁତ ହୋଇଥିବା ବେଳେ ସମସ୍ତ ଟ୍ରାଞ୍ଜାକ୍ସନଗୁଡିକର ପ୍ରାୟ ୨୦% ଅଫ୍‌ଲାଇନ ମର୍ଚ୍ଚାଂଟଗୁଡିକରେ ହେଉଛି । ଆମାଜନ ପେ ଲାଟରକୁ ଓଡିଶାର ଗ୍ରାହକମାନେ ବହୁମାତ୍ରାରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।

ଆମାଜନ ପେ ଲାଟର ସହିତ ସପର୍‌ମାନେ ଫ୍ୟାଶନ, ଆପ୍ଲାଏନ୍ସ, ଫର୍ଣ୍ଣିଚର ଭଳି ବର୍ଗରେ ସ୍ୱତନ୍ତ୍ର ନୋ-କଷ୍ଟ୍ ଇଏମଆଇ ବିକଳ୍ପ ଉପଭୋଗ କରିପାରିବେ । ଆମାଜନ ପେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ଉନ୍ନତ ଫରେକ୍ସ ଲାଭ ସହିତ ସପିଂ ଓ ଟ୍ରାଭେଲ ଉପରେ ପ୍ରାଇମ ମେମ୍ବରଙ୍କ ପାଇଁ ୫%ର (ଅଣ ପ୍ରାଇମ ମେମ୍ବରଙ୍କ ପାଇଁ ୩%) ଅନ୍‌ଲିମିଟେଡ କ୍ୟାଶବ୍ୟାକ ପ୍ରଦାନ କରୁଥିବା ବେଳେ ଆମାଜନ ପେ ରିୱାର୍ଡସ ଗୋଲ୍ଡ ପ୍ରୋଗ୍ରାମ ଗ୍ରାହକଙ୍କୁ ୩ ମାସରେ ୨୫ଟି ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ କରିବା ପରେ ୧୫ରୁ ଅଧିକ ବର୍ଗରେ ଅନ୍‌ଲିମିଟେଡ କ୍ୟାଶବ୍ୟାକ ହାସଲ କରିବାକୁ ଦେଇଥାଏ ।

ଏସମ୍ପର୍କରେ ଆମାଜନ ପେ’ର କ୍ରେଡିଟ ଆଣ୍ଡ ଲେଣ୍ଡିଙ୍ଗ ବିଭାଗର ନିର୍ଦ୍ଦେଶକ ମୟଙ୍କ ଜୈନ କହିଛନ୍ତି, “ ଆମାଜନ ପେ’ରେ ଆମର ଗୁରୁତ୍ୱ ହେଉଛି ପ୍ରତ୍ୟେକ ପାର୍ବଣ କ୍ରୟକୁ ଅଧିକ ପୁରସ୍କୃତ ଓ ସରଳ କରିବା । ସୁରକ୍ଷିତ ୱାନ-କ୍ଲିକ ଚେକ୍‌ଆଉଟ, ସ୍ୱତନ୍ତ୍ର ବ୍ୟାଙ୍କ ଅଫର, ତତ୍କାଳ ଋଣ ପାଇଁ ପେ ଲାଟର ବିକଳ୍ପ ଏବଂ ନମନୀୟ ପେମେଂଟ ବିକଳ୍ପଗୁଡିକ ସହିତ ଆମେ ଓଡିଶାର ଗ୍ରାହକମାନଙ୍କୁ ଚଳିତ ପାର୍ବଣ ଋତୁରେ ଅଧିକ ଦ୍ରୁତ ଗତିରେ ଓ ସ୍ମାର୍ଟ ଭାବରେ ସପିଙ୍ଗ କରିବା ପାଇଁ ସକ୍ଷମ କରିଛୁ । ଆଇସିଆଇସିଆଇ ବ୍ୟାଙ୍କ ସହିତ ଆମର ନୂତନ ସହଭାଗିତା ଭାରତର ସର୍ବାଧିକ ବ୍ୟବହୃତ କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡକୁ ସୁଦୃଢ କରିଛି, ଯାହା ଗ୍ରାହକମାନେ ଯେପରି ଉଭୟ ଦୈନନ୍ଦିନ କ୍ରୟ ଓ ଟ୍ରାଭେଲ ବୁକିଂରେ ଅନ୍‌ଲିମିଟେଡ ରିୱାର୍ଡ ଓ ଉନ୍ନତ ମୂଲ୍ୟ ଉପଭୋଗ କରିବା ଜାରି ରଖିବେ ତାହା ନିଶ୍ଚିତ କରୁଛି ।”

ଚଳିତ ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ୨୦୨୫ରେ ଗ୍ରାହକମାନେ ଆପଲ ଓ ସାମ୍‌ସଙ୍ଗ ସ୍ମାର୍ଟଫୋନ ଉପରେ ୪୦% ପର୍ଯ୍ୟନ୍ତ ରିହାତି, ଇଲେକ୍‌ଟ୍ରୋନିକ୍ସ ଉପରେ ୮୦% ରିହାତି ଏବଂ ଫ୍ୟାଶନ ଓ ବିୟୁଟି ବ୍ରାଣ୍ଡ ଉପରେ ୫୦-୮୦% ରିହାତି ସମେତ ସ୍ମାର୍ଟଫୋନ, ଇଲେକ୍‌ଟ୍ରୋନିକ୍ସ, ଫ୍ୟାଶନ, ହୋମ୍ ଏସେନ୍ସିଆଲ୍‌ସ ଭଳି ବର୍ଗରେ ଉନ୍ନତ ଡିଲ୍ ଉପଭୋଗ କରିପାରିବେ । ଏହି ଇଭେଂଟ ସମୟରେ ଗ୍ରାହକମାନେ ଆମାଜନ ଲଂଚଫ୍ୟାଡରୁ କ୍ଷୁଦ୍ର ବ୍ୟବସାୟ, ସ୍ଥାନୀୟ ଦୋକାନ, କାରିଗର ଓ ସହେଲି କାର୍ଯ୍ୟକ୍ରମ ସମେତ ନୂଆ ପ୍ରଡକ୍ଟ ଲଂଚ, ଏଆଇ-ଚାଳିତ ସପିଙ୍ଗ ଅନୁଭୂତି ଏବଂ ୧ ମିଲିୟନରୁ ଅଧିକ ସେଲରଙ୍କଠାରୁ ସ୍ୱତନ୍ତ୍ର ଅଫର୍ ଆଦିକୁ ଅପେକ୍ଷା କରିପାରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ ଜିଲାର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

ନୟାଗଡ ଜିଲାର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

April 28, 2026
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମସ୍ୟା ଦୂରୀକରଣ ନେଇ ନୟାଗଡ଼ ଜିଲ୍ଲାପାଳଙ୍କୁ ପତ୍ର

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମସ୍ୟା ଦୂରୀକରଣ ନେଇ ନୟାଗଡ଼ ଜିଲ୍ଲାପାଳଙ୍କୁ ପତ୍ର

April 28, 2026
ପୂଜ୍ୟପୂଜା କମିଟି ପକ୍ଷରୁ ମଧୁ ଜୟନ୍ତୀ ପାଳିତ

ପୂଜ୍ୟପୂଜା କମିଟି ପକ୍ଷରୁ ମଧୁ ଜୟନ୍ତୀ ପାଳିତ

April 28, 2026
ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ

April 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ ଜିଲାର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

ନୟାଗଡ ଜିଲାର ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

April 28, 2026
ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମସ୍ୟା ଦୂରୀକରଣ ନେଇ ନୟାଗଡ଼ ଜିଲ୍ଲାପାଳଙ୍କୁ ପତ୍ର

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମସ୍ୟା ଦୂରୀକରଣ ନେଇ ନୟାଗଡ଼ ଜିଲ୍ଲାପାଳଙ୍କୁ ପତ୍ର

April 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version