ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶୁକ୍ରବାର) ଢେଙ୍କାନାଳ :- ରାଜ୍ୟ ସରକାରଙ୍କ ଆଦେଶାନୁଯାୟୀ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମାନସିକ ରୋଗର ସଚେତନତା ଓ ଚିକିତ୍ସା ନିମନ୍ତେ ଏକ ଭ୍ରାମ୍ୟମାଣ ଯାନକୁ ପତାକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି । ଏହି ଯାନ ଜିଲ୍ଲାର ସମସ୍ତ କୋଭିଡ୍ ହସ୍ପିଟାଲ୍,ସଂଗରୋଧ ଗୃହକୁ ଯାଇ ସଚେତନ କରିବା ସହ ସ୍ଵାସ୍ଥ୍ୟସେବା ଶିବିର ଆୟୋଜନ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ମାନସିକ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସୂଚନା ଦିଆଯାଇଛି ।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା ଜ୍ୟୋତିଷ ଚନ୍ଦ୍ର ମହାପାତ୍ର,ଡା ସାନ୍ତା ନିବେଦିତା, ମାନସିକ ରୋଗର ବିଶେଷଜ୍ଞ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀ ଉପସ୍ଥିତ ଥିଲେ । (ରିପୋର୍ଟ ଅମର ରଞ୍ଜନ ଦାସ)