ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରିଦ୍ଵାରରେ ବ୍ଯାପକ ପୋଲିସ ବ୍ଯବସ୍ଥା କରାଯାଇଛି । ଶଦ୍ଦ ଗ୍ରହଣ କରିବା ଓ ଷ୍ଟୋରେଜ କାପାସିଟ ଥିବା ବଡି କ୍ଯାମେରା ପୋଲିସଙ୍କ ଡ୍ରେସ ସହ ସଂଯୁକ୍ତ ହୋଇଛି । ଭକ୍ତଙ୍କ ଉପରେ ଏହା ତୀକ୍ଷ୍ଣ ଦୃଷ୍ଟି ରଖିବ ।
ଶ୍ରୀମନ୍ଦିରକୁ ପ୍ରବେଶ କରୁନଥିବା ସାମଗ୍ରୀକୁ ମଧ୍ଯ ନଜର ରଖିବ । ଦକ୍ଷତାର ସହ ପୋଲିସ କାମ କରିବା ଓ ଭକ୍ତଙ୍କ ବିଶ୍ବାସ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି । କ୍ଯାମେରା ଫୁଟେଜରୁ ଶ୍ରୀମନ୍ଦିରକୁ କେତେ ଭକ୍ତ ଯାଉଛନ୍ତି କଣ ନେଉଛନ୍ତି ରେକର୍ଡରୁ ଜାଣିହେବ । ଶ୍ରୀମନ୍ଦିର ଚାରିପଟେ ସୁରକ୍ଷା ପରିବେଶ ସୃଷ୍ଟି କରିବା ଲକ୍ଷ୍ୟନେଇ ଏହି ବ୍ଯବସ୍ଥା ଗ୍ରହଣ କରାଯାଇଛି । ଲକ୍ଷ ଲକ୍ଷ ଭକ୍ତ, ଦର୍ଶନାର୍ଥୀଙ୍କ ସୁରକ୍ଷା ପାଇଁ ଏହି ବ୍ଯବସ୍ଥା ଆରମ୍ଭ ହୋଇଛି ।














