ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପୁରୀଜିଲ୍ଲା କଣାସ ଥାନା ଅଞ୍ଚଳରେ ଅପରାଧ ଘଟାଇ ୩୨ ବର୍ଷ ଲୁଚିବା ପରେ ଗୁରୁବାର ସକାଳୁ କଣାସ ପୋଲିସ ୱାରେଣ୍ଟ ବଳରେ ନନ୍ଦିଗୋଦା ଗ୍ରାମର ରଜନୀକାନ୍ତ ସ୍ବାଇଁଙ୍କୁ ଗିରଫ କରିଛି । ପୁରୀ ସେସନ୍ସ କୋର୍ଟଙ୍କ ଗିରଫ ପରୱନା ନମ୍ବର ଜିଆର ୪୭୭/୯୩ ବଳରେ ଗିରଫ କରାଯାଇଛି । ଏସପିଙ୍କ ନିର୍ଦ୍ଦେଶକ୍ରମେ ଥାନାରେ ପଡିରହିଥିବା ୱାରେଣ୍ଟକୁ କମାଇବା ପାଇଁ ଉଦ୍ୟମ ଜାରି ରହିଛି ।
ସେହିପରି କଣାସଥାନା ଗାଣ୍ଡପଡା ଗ୍ରାମର ରୋହିତ ପ୍ରଧାନଙ୍କୁ ଗିରଫ ପରୱାନ ନମ୍ବର ୫୪୦/୨୦୧୯ ବଳରେ ଗିରଫ କରାଯାଇଛି । ସେ ୬ବର୍ଷ ତଳୁ ସେ ଫେରାର ରହିଥିଲା । ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ପୁରୀ ଏସପି ପ୍ରତୀକ ସିଂଙ୍କ କଡା ନିର୍ଦ୍ଦେଶ ବଳରେ ବିଭିନ୍ନ ଥାନାରେ ଅପରାଧୀଙ୍କ ଉପରେ ପୋଲିସ ତିକ୍ଷ୍ଣ ନଜର ରଖିଛି ।














