No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଆଗକୁ ଆସୁଛି ପାର୍ବଣ ଋତୁ । ପାର୍ବଣ ଋତୁରେ ଅପରାଧୀଙ୍କ କାର୍ଯ୍ଯକଳାପ ବୃଦ୍ଧି ପାଇବ । ଏହାକୁ ଦୃଷ୍ଟିରେ ରଖି ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ପୁରୀ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ରାତିରେ ନାକାବନ୍ଦୀ ଆରମ୍ଭ ହୋଇଛି । ଆଇନଶୃଙ୍ଖଳା ବଜାୟ ରଖିବା ଓ ଅପରାଧୀଙ୍କୁ ସାବାଡ କରିବା ପାଇଁ ଏହି ପଦକ୍ଷେପ ଆରମ୍ଭ ହୋଇଛି । ପୁରୀକୁ ଶାନ୍ତିପୂର୍ଣ୍ଣ ଓ ପର୍ଯ୍ୟଟକ, ସାଧାରଣ ଲୋକଙ୍କୁ ସୁରକ୍ଷିତ ଓ ନିରାପତ୍ତା ଯୋଗାଇ ଦେବା ପାଇଁ ପୁରୀ ପୋଲିସ ପ୍ରୟାସ ଜାରି ରଖିଛି ।
ଅପରାଧୀଙ୍କ ଗତିବିଧି ନିରୀକ୍ଷଣ କରିବା, ସନ୍ଦେହ ଯାନବାହାନ ଓ ବ୍ଯକ୍ତିଙ୍କୁ ଯାଞ୍ଚ କରାଯାଉଛି ଜିଲ୍ଲାର ୨୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏହି ନାକାବନ୍ଦୀ କରାଯାଇଛି । ପୁରୀ ପୋଲିସ ସାଧାରଣ ଲୋକଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । କୌଣସି ବ୍ଯକ୍ତିର ଗତିବିଧି ଜାଣିବାକୁ ପାଇଲେ ୧୧୨ ଟେଲିଫୋନ ନମ୍ବର କିମ୍ବା ନିକଟସ୍ଥ ଥାନାକୁ ଜଣାଇବାକୁ ଅନୁରୋଧ କରାଯାଇଛି ।

No Result
View All Result