ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଲିଜ ଖଣିରେ ମାଫିଆଙ୍କ ରାଜ ।ମାଫିଆମାନେ ଦିନ ଦ୍ୱିପ୍ରହରେ ଖୋଲମଖୋଲା ଭାବରେ କରୁଛନ୍ତି ଖଣି ଲୁଟ।ଖଣି ଲିଜ ପାଇଥିବା ଲିଜଧାରୀଙ୍କୁ ତହସିଲ ରୁ ମିଳୁନାହିଁ ଅନୁମତି ।ଏନେଇ ଲିଜ ଧାରି ରଣପୁର ତହସିଲଦାର ଓ ଚାନ୍ଦପୁର ଥନା ଅଧିକାରୀଙ୍କ ନିକଟରେ କରିଛନ୍ତି ଲିଖିତ ଅଭିଯୋଗ।ଘଟଣାରୁ ଜଣାପଡିଛି ନୟାଗଡ ଜିଲ୍ଲା ରଣପୁର ତହସିଲ ଅଧିନସ୍ଥ ବୋରାବରଝର ଖୋତା ନଂ-୭୧୬,ପ୍ଲଟ ନଂ-୩୮୪, ଏରିଆ-୪ଏକର ୫୦ଡିସିମିଲ ଯାଗାକୁ ଖଣି ଖନନ ପାଇଁ ପ୍ରତାପ କିଶୋର ମହାନ୍ତିଙ୍କ ନାମରେ ୫ବର୍ଷ ପାଇଁ ଏଗ୍ରିମେଣ୍ଟ ହୋଇଛି ।

ସରକାରଙ୍କ ନିୟମାନୁସାରେ ଖଣିଲିଜ ଧାରୀ ସମସ୍ତ ଅର୍ଥ ସରକାରଙ୍କ ଖଣିବିଭାଗରେ ଜମାକରିଛନ୍ତି । ଲିଜଧାରୀ ଉକ୍ତ ଖଣିକୁ ଏଗ୍ରିମେଣ୍ଟ ସୂତ୍ରରେ ଦୁଷ୍ମନ୍ତ ଶ୍ରୀଚନ୍ଦନ ନାମକ ଜଣେ ବ୍ୟକ୍ତିଙ୍କୁ ୫ବର୍ଷ ପାଇଁ ଦେଇଛନ୍ତି।ଖଣି ଖନନ ନିମନ୍ତେ ୦୧.୧୦.୨୦୨୨ଠାର ୩୧.୩.୨୦୨୭ପର୍ଯ୍ୟନ୍ତ ଖଣିବିଭାଗ ଠାରୁ ପଲ୍ୟୁସନ ସାର୍ଟିଫିକେଟ ଲିଜଧାରୀଙ୍କୁ ମିଳିଛି ।

ହେଲେ ଉକ୍ତ ଲିଜ ପ୍ଲଟରେ ମାଫିଆମାନେ ବଳପୂର୍ବକ ସରକାରଙ୍କ ଅସାଧୁ ପୋଲିସ ଓ ତହସିଲ କର୍ମଚାରୀଙ୍କୁ ସହିତ ମଧୁଚନ୍ଦ୍ରିକା କରି ଦିନ ଦ୍ୱିପ୍ରହରେ ବେଧଡକ ଭାବରେ ମାଙ୍କଡା ପଥର ଲୁଟ କରି ଚାଲିଛନ୍ତି । ଏନେଇ ଲିଜ ଧାରୀ ବାରମ୍ବାର ରଣପୁର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ କୈ।ଣସି ଦୁଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ।

ଲିଜଧାରୀଙ୍କୁ ଖଣି ଖୋଳିବା ନିମନ୍ତେ ରଣପୁର ତହସିଲଦାର କାର୍ଯ୍ୟାଦେଶ ଦେଇନାହାନ୍ତି । ଏନେଇ ଆଜି ଲିଜଧାରୀଙ୍କ ପକ୍ଷରୁ ରଣପୁର ତହସିଲଦାର ଓ ଚାନ୍ଦପୁର ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି।ଲିଜଧାରୀଙ୍କ ଖଣିରେ ମାଫିଆମାନେ ବଳପୂର୍ବକ ଖଣିରୁ ଲକ୍ଷ ଲକ୍ଷ ଟଙ୍କାର ମାଙ୍କଡା ପଥର ଓ ମୋରମ ଲୁଟି ନେଉଛନ୍ତି ।

ଲିଜଧାରୀ ତାଙ୍କ ନିଲାମ ଖଣି ନ ଖୋଳିବାକୁ ବାରଣ କରିବାରୁ ମାଫିଆମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ସେଠାରୁ ଭଗେଇ ଦେଉଛନ୍ତି । ଏବଂ ଜୀବନରେ ମାରିଦେବାକୁ ଧମକ ଚମକ ଦେଉଥିବା ଅଭିଯୋଗ କରିଛନ୍ତି।ଯଦି ଆଗାମି ଦିନରେ ଖଣି ଖନନ ପାଇଁ ରଣପୁର ତହସିଲଦାର ନ ଦିଅନ୍ତୁ l















