ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସେଣ୍ଟ ଜନ୍ ଆମ୍ବୁଲାନ୍ସ ର ଆଜୀବନ ସଭ୍ୟ ଅନନ୍ତ ଚରଣ ଖଟେଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାଣପୁର ବ୍ଲକ ସ୍ଥିତ ଖଣତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବଜ୍ରପାତ ଓ ସାପ କାମୁଡା ପ୍ରତିଷେଧକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଶିବିରରେ ଉକ୍ତ ବିଦ୍ୟାଳୟର ର ପ୍ରଧାନ ଶିକ୍ଷକ ଅଜୟ କୁମାର ତରାଇ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ସାହିତ୍ୟ ସିନ୍ଦୁରିଆ ର ସମ୍ପାଦକ ତଥା ପରିଡ଼ା ପାଠାଗାର ର ସଞ୍ଚାଳକ ଗୋଲକ ବିହାରୀ ପରିଡ଼ା ମୁଖ୍ୟ ଅତିଥି, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ଚରଣ ପ୍ରଧାନ,
ରବୀନ୍ଦ୍ରନାଥ ଗୁମାନ ସିଂହ,ଆଭାସ ସାହିତ୍ୟ ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ଦାଶ, କବୟତ୍ରୀ ସ୍ମୃତି ପଟ୍ଟନାୟକ, ଶିକ୍ଷାବିତ ରମେଶ ଚନ୍ଦ୍ର ଦାସ , ସାମ୍ବାଦିକ ଵ୍ରଜ କିଶୋର ଜେନା,ନବ କିଶୋର ପ୍ରଧାନ, ପ୍ରବୋଧ କୁମାର ବିଶ୍ବାଳ, ଦିଗମ୍ବର ବିଶ୍ଵାଳ,ମା ଭଗବତୀ କଳା ନିକେତନ ର ସମ୍ପାଦିକା ବିଷ୍ଣୁ ପ୍ରିୟା ବାରିକ ପ୍ରମୁଖ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ଜନିତ ବିଭିନ୍ନ ଦୁର୍ଘଟଣାର ଆଗୁଆ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଛାତ୍ରଛାତ୍ରୀ ମାନେ ଜନ ସାଧାରଣ ଙ୍କ ମଧ୍ୟରେ ସଚେତନତା ସ୍ରୃଷ୍ଟି କରିବା ଜରୁରୀ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।
ପ୍ରାରମ୍ଭରେ ଶିକ୍ଷକ ଲକ୍ଷ୍ମୀ ଧର ବେହେରା ପ୍ରାରମ୍ଭିକ ସୂଚନା ଦେବା ପରେ ପ୍ରଧାନ ଶିକ୍ଷକ ଦୁର୍ଘଟଣା ର ବିଜ୍ଞାନ ସମ୍ମତ କାରଣ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ପ୍ରଶିକ୍ଷକ ଅନନ୍ତ ଚରଣ ଖଟେଇ ବିଶଦ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦର୍ଶନ ମୂଳକ ପ୍ରଶିକ୍ଷଣ ପ୍ରଦାନ କରି ସେଗୁଡ଼ିକର ପ୍ରତିକାର ପନ୍ଥା ଦର୍ଶାଇ ଥିଲେ । ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସମ୍ପୃର୍ଣ ସହାୟତା କରିଥିଲେ ।













