ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ୨୦୦୦ ମସିହାରେ ଏକ ସରକାରୀ କୋଠା ନିର୍ମାଣ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମାଓବାଦୀଙ୍କ ହିଂସା କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିବା ନିମନ୍ତେ ସିଆରପିଏଫ ମାନଙ୍କୁ ସେଠାରେ ଅବସ୍ଥାପିତ କରାଯାଇଥିଲା ।

କିଛି ବର୍ଷ ପରେ ନକ୍ସଲଙ୍କ ହମଲା ଲୋପ ପା ଇଥିବାରୁ ସିଆରପିଏଫ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପରେ ଉକ୍ତ କୋଠା ଟି ଖାଲି ଅବସ୍ଥାରେ ରହିଥିଲା । ଶିକ୍ଷା ବିଭାଗ ପକ୍ଷରୁ ୨୦୧୪ ମସିହା ଏପ୍ରିଲ ମାସ ୦୧ ତାରିଖ ଠାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଭାବେ ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପାଞ୍ଚ ଜଣ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରି ଚାଲି ଯାଇଥିବା ବେଳେ ବର୍ତ୍ତମାନ ଏହି କୋଠା ଟି ୨୫ ବର୍ଷ ଅତିକ୍ରମ କରି ସାରିଲାଣି ।

ଏହି କୋଠା ଛାତରୁ ଖଣ୍ଡ ଖଣ୍ଡ ହୋଇ ସିମେଣ୍ଟ ଖସୁଥିବା ସହ ଲୁହା ଛଡ଼ ଦେଖା ଯାଉଥିବା ଦେଖିବାକୁ ମିଳିଛି । ବର୍ଷା ହେଲେ ଛାତ ରୁ ପାଣି ଗଳୁଛି ।ବିଭିନ୍ନ ସମୟରେ ଅଫିସ କାର୍ଯ୍ୟ କିମ୍ବା ବୈଠକ ନିମନ୍ତେ ଏଠାକୁ ନିୟମିତ ଭାବରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆସୁଥିବା ବେଳେ ଏହି କାର୍ଯ୍ୟାଳୟ ରେ ମାସର ବିଭିନ୍ନ ସମୟରେ ବୈଠକ ଅନୁଷ୍ଠିତ ହୋଇଥାଏ। ଯାହାକୁ ନେଇ କାର୍ଯ୍ୟାଳୟ ରେ କାର୍ଯ୍ୟରତ କର୍ମଚାରୀ ମାନେ ବିପଦ କୁ ନିମନ୍ତ୍ରଣ କରି ନିଜ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେଉଥିବା ଜଣାପଡ଼ିଛି।ତେବେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ବିଭାଗୀୟ ମନ୍ତ, ଜିଲ୍ଲା ପ୍ରଶାସନ ସମାଧାନ କରିବା ଦିଗରେ ଜରୁରୀ ହୋଇ ପଡିଛି।














