• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟ ପୋଲିସ ଅପରାଧ ନିରାକରଣ ବିଭାଗ ଆନୁକୂଲ୍ୟରେ : ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଏକ ଦିନିକିଆ କର୍ମଶାଳା

Proprietor Abhimanyu Maharana by Proprietor Abhimanyu Maharana
September 11, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରାଜ୍ୟ ପୋଲିସ ଅପରାଧ ନିରାକରଣ ବିଭାଗ ଆନୁକୂଲ୍ୟରେ : ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଏକ ଦିନିକିଆ କର୍ମଶାଳା
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର  :- ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପୋଲିସ ଅପରାଧ ନିରାକରଣ ବିଭାଗ ଆନୁକୂଲ୍ୟରେ ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱର ସ୍ଥିତ ପୋଲିସ ଭବନ ଠାରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳା ରେ ରାଜ୍ୟ ଆରକ୍ଷୀ ମହା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଯୋଗେଶ ବାହାଦୂର ଖୁରାନିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉକ୍ତ କର୍ମଶାଳା କୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଭାଷଣରେ ଶ୍ରୀଯୁକ୍ତ ଖୁରାନିଆ ରାଜ୍ୟର ମହିଳା ଏବଂ କନ୍ୟାମାନଙ୍କୁ ସୁରକ୍ଷିତ ରଖିବା ଆମର ପ୍ରାଥମିକ କର୍ତ୍ତବ୍ୟ ବୋଲି ଉଲ୍ଲେଖ କରିଥିଲେ ।

ଆଗାମୀ ଦିନରେ “ବିକଶିତ ଓଡ଼ିଶା ୨୦୩୬”ର ସ୍ବପ୍ନକୁ ସାକାର କରିବାରେ ସେମାନଙ୍କ ଭୂମିକା ଅତୁଳନୀୟ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହ ଆଗାମୀ ଦିନରେ ସାରା ଦେଶରେ ଓଡ଼ିଶାକୁ ମହିଳା ସୁରକ୍ଷିତ ରାଜ୍ୟର ଉଦାହରଣ ରୂପେ ପରିଗଣିତ କରିବାକୁ ଓଡ଼ିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ବୋଲି ଡିଜିପି ଶ୍ରୀ ଖୁରାନିଆ ପ୍ରକାଶ କରିଛନ୍ତି। ଏହି ଅବସରରେ ଡିଜିପି ସମସ୍ତ ପୋଲିସ ଅଧିକାରୀ ମାନଙ୍କୁ ମିଳିମିଶି ଏକ ସୁରକ୍ଷିତ ଓଡ଼ିଶା ଗଢ଼ିବା ନିମନ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି।

ଓଡ଼ିଶାର ମହିଳାମାନେ ହେଉଛନ୍ତି ସମାଜର ଭିତ୍ତିଭୂମି। ସମାଜକୁ ସଠିକ ଢଙ୍ଗରେ ପରିଚାଳନା କରିବାରେ ସେମାନଙ୍କ ଉଦ୍ୟମ ପ୍ରଶଂସନୀୟ। କିନ୍ତୁ, ବିଭିନ୍ନ ସମୟରେ ମହିଳାମାନେ ଧର୍ଷଣ, ଯୌନ ଅତ୍ୟାଚାର, ଘରୋଇ ହିଂସା, ରାସ୍ତାରେ ନିର୍ଯାତନା ଏବଂ ସାଇବର ଅପରାଧର ଶିକାର ହେଉଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଏକ ଚିନ୍ତାର ବିଷୟ ବୋଲି ଡିଜିପି କହିଛନ୍ତି। ଏହାକୁ ରୋକିବାକୁ ପ୍ରତିଟି ସ୍ତରରେ ଯତ୍ନବାନ ହେବାକୁ ଡିଜିପି ପରାମର୍ଶ ଦେଇଥିଲେ । ତଦନ୍ତକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି, Supervising Officer ଏବଂ ଜିଲ୍ଲା ଏସପି ସମସ୍ତେ ଏ ଦିଗରେ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଥିଲେ।

ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହିଳା ମାନଙ୍କ ଉପରେ ହେଉଥିବା ବିଭିନ୍ନ ଅପରାଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବାକୁ ଓଡ଼ିଶା ପୋଲିସକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ, ସମଗ୍ର ରାଜ୍ୟରେ ୫୩୭ଟି ଥାନାରେ ଖୋଲାଯାଇଥିବା “ମହିଳା ଓ ଶିଶୁ ଡେସ୍କ”ର ସଠିକ ପରିଚାଳନା ଓ ତଦାରଖ କରିବାକୁ ଡିଜିପି ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହା ସହ ବିଭିନ୍ନ ଜିଲ୍ଲାରେ ସଂଘଟିତ ହୋଇଥିବା ଗଣ ବଳାତ୍କାର ଭଳି ସଙ୍ଗୀନ ଘଟଣା ସମାଜରେ ମହିଳା ମାନଙ୍କ ମନୋବଳକୁ ଦୁର୍ବଳ କରିଛି। ଏହି ସବୁ ମାମଲାଗୁଡିକରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଦୋଷୀକୁ ଉପଯୁକ୍ତ ଦଣ୍ଡବିଧାନ କରିବାରେ ଅଗ୍ରଣୀ ଭୁମିକା ତୁଲାଇବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ, ଓଡ଼ିଶାରେ ଏଭଳି ମାମଲାର ଦଣ୍ଡାଦେଶ ହାର 9.1% ମାତ୍ର ଯାହା ଯଥେଷ୍ଟ ନୁହେଁ। ତଦନ୍ତରେ ଗତିଶୀଳତା, ଉପଯୁକ୍ତ ପ୍ରଶିକ୍ଷଣ, ଏବଂ ପୀଡ଼ିତାଙ୍କ ପ୍ରତି ସହାନୁଭୂତିପୂର୍ଣ୍ଣ ବ୍ୟବହାର ଦ୍ୱାରା ଦଣ୍ଡାଦେଶ ହାରକୁ ବୃଦ୍ଧି କରିବା ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ।

ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ ଅନୁଯାୟୀ ସୀମିତ ସମୟ ମଧ୍ୟରେ ତଦନ୍ତ, ଶୂନ୍ୟ FIR, e-FIR ଭଳି ସୁବିଧା ଉପଲବ୍ଧ ରହିଛି। ଏହା ଦ୍ୱାରା ଅପରାଧୀଙ୍କୁ ସ୍ୱଳ୍ପ ସମୟ ମଧ୍ୟରେ ଦଣ୍ଡିତ କରାଯାଇ ପାରିବ। ରାଜ୍ୟ ବାହାରକୁ ମହିଳା ଓ ଶିଶୁ ଚାଲାଣ କୁ ରୋକିବା ତଥା ନିଖୋଜ ଥିବା ମହିଳା ଓ ଶିଶୁ ମାନଙ୍କୁ ଠାବ କରି ଫେରାଇ ଆଣିବା ନିମନ୍ତେ “Crime Against Women & Children Wing (CAW & CW)” ପକ୍ଷରୁ ୩୭ଟି Anti-Human Trafficking Unit ସ୍ଥାପନ କରାଯାଇଛି। ମହିଳା ମାନଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ହେବା ନିମନ୍ତେ ରାଜ୍ୟର ୧୦୦ରୁ ଅଧିକ ଥାନାରେ ମହିଳା ଅଧିକାରୀଙ୍କୁ ଥାନାର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

ଏହା ସହ ମହିଳା ଓ ଶିଶୁ ମାନଙ୍କ ସମ୍ବେଦନଶୀଳ ଛବି ଓ ଭିଡିଓ ଗୁଡ଼ିକର ଦୃତ ପ୍ରଘଟକୁ ରୋକିବା ପାଇଁ ସାଇବର ପାଟ୍ରୋଲିଂ ବୃଦ୍ଧି ଓ ସୋସିଆଲ୍ ମିଡିଆ ମନିଟରିଂ କୁ ଅଧିକ କ୍ରିୟାଶୀଳ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ । ଡିଜିପି କ୍ରାଇମବ୍ରାଞ୍ଚ ଶ୍ରୀ ବିନାୟତୋଷ ମିଶ୍ର ଉପସ୍ଥିତ ରହି ମହିଳା ସୁରକ୍ଷା ସଂକ୍ରାନ୍ତରେ ଗୁରୁତ୍ୱାରୋପ କରୁଥିଲେ। ଏହି ଅବସରରେ ନାବାଳିକାଙ୍କୁ ଦୁଷ୍କର୍ମ ଭଳି ସଙ୍ଗୀନ ମାମଲା ଗୁଡିକରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିବାରେ ଅଗ୍ରଣୀ ଭୁମିକା ଗ୍ରହଣ କରିଥିବା 13ଟି ଜିଲ୍ଲାର ଏସପି, ତଦନ୍ତକାରୀ ଅଧିକାରୀ, ତଦାରଖକାରୀ ଅଧିକାରୀ ଏବଂ ସରକାରୀ ଓକିଲଙ୍କୁ ଡିଜିପି ମାନପତ୍ର ପ୍ରଦାନ କରିବା ସହ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଉତ୍ସାହିତ କରିଥିଲେ।

ନୂତନ ଆଇନ କାର୍ଯ୍ୟକାରୀ ହେବା ପରେ ଚାର୍ଜ ସିଟ ଦାଖଲ କରିବା ଠାରୁ ଆରମ୍ଭ କରି ବିଚାର ପ୍ରକ୍ରିୟାକୁ ତୁରନ୍ତ ସମାପ୍ତ କରିବା ସହ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ଉଲ୍ଲେଖ ଯୋଗ୍ୟ ଯେ, ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାଗୁଡିକୁ ନିଜେ ଅନୁଧ୍ୟାନ କରୁଛନ୍ତି। ଏହା ସହ ଏଭଳି ସଙ୍ଗୀନ ମାମଲା ଗୁଡିକରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ତଦନ୍ତକାରୀ ଅଧିକାରୀ ମାନଙ୍କୁ ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ଓ ଉପକରଣର ବ୍ୟବହାର କରି ତ୍ୱରିତ ବେଗରେ ତଦନ୍ତ କରି ଚାର୍ଜସିଟ ଦାଖଲ କରିବାକୁ ସମସ୍ତ ଜିଲ୍ଲାର ଏସପି, ରେଞ୍ଜ ଆଇଜି, ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ପୋଲିସର ତଦନ୍ତ ଶୈଳୀ, ବୃତ୍ତିଗତ ଦକ୍ଷତା, ପୀଡିତା ଏବଂ ସାକ୍ଷୀ ମାନଙ୍କ ବୟାନ ଯୋଗୁଁ ଏହି ମାମଲା ଗୁଡିକରେ ପୋଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି । ଏହି ୧୩ଟି ମାମଲା ମଧ୍ୟରୁ ୧୧ଟି ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଏବଂ ତା’ଠାରୁ ଅଧିକ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି ।ଝାରସୁଗୁଡ଼ା ଜିଲ୍ଲା, ବ୍ରଜରାଜନଗର ଥାନାରେ ପଞ୍ଜିକୃତ ହୋଇଥିବା ଏକ ଦୁଷ୍କର୍ମ ମାମଲାରେ ମାତ୍ର 55 ଦିନରେ ଅଭିଯୁକ୍ତକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରାଯାଇଥିଲା । ସେହିପରି, ବାଲେଶ୍ୱର ଜିଲ୍ଲା ରେମୁଣା ଥାନାରେ ପଞ୍ଜିକୃତ ହୋଇଥିବା ଏକ ଦୁଷ୍କର୍ମ ମାମଲାରେ ମାତ୍ର ୬୭ ଦିନ ମଧ୍ୟରେ ଅଭିଯୁକ୍ତକୁ ୨୦ ବର୍ଷ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ସେହିପରି ବାଲେଶ୍ୱର ଜିଲ୍ଲା ସିଂଗଲା ଥାନାରେ ପଞ୍ଜିକୃତ ହୋଇଥିବା ଅନ୍ୟ ଏକ ଦୁଷ୍କର୍ମ ମାମଲାରେ ମାତ୍ର 104 ଦିନ ମଧ୍ୟରେ ଅଭିଯୁକ୍ତକୁ 25 ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରାଯାଇଥିଲା । ଏହି ୧୩ ଟି ମାମଲା ମଧ୍ୟରୁ ବାଲେଶ୍ୱର ଜିଲ୍ଲାର ତିନୋଟି, ଯାଜପୁର, କେନ୍ଦ୍ରାପଡ଼ା ଏବଂ ବ୍ରହ୍ମପୁରର ଦୁଇଟି ଏବଂ ଝାରସୁଗୁଡ଼ା ମୟୁରଭଞ୍ଜ, ଜଗତସିଂହପୁର ଏବଂ ଗଞ୍ଜାମର ଗୋଟିଏ ଲେଖାଏଁ ମାମଲା ରହିଛି, ଯେଉଁଥିରେ ଅଭିଯୁକ୍ତଙ୍କୁ ଅଳ୍ପ ଦିନ ମଧ୍ୟରେ ଦୋଷୀ ସାବ୍ୟସ୍ତ କରାଯାଇଛି।

ଏହି ସମ୍ମିଳନୀରେ ଉତ୍ତରପ୍ରଦେଶ ଡିଜିପି ଶ୍ରୀମତୀ ରେଣୁକା ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ଼ଃ ମିତାଲି ଚିନାରା, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରଫେସର ସୁମନ ଦାସ ଭଟ୍ଟମିଶ୍ର, ଡ଼ ସୁଜାତା ମିଶ୍ର, ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଶ୍ରୀମତୀ ସୁମିତ୍ରା ପଟ୍ଟନାୟକ, ଅତିରିକ୍ତ ସଚିବ, ମହିଳା ଓ ଶିଶୁ ବିଭାଗ, ଶ୍ରୀମତୀ ଅନନ୍ୟା ଦାସ, ନିର୍ଦ୍ଦେଶକ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପ୍ରମୁଖ ଉପସ୍ଥିତ ରହି ସମାଜରେ ମହିଳାଙ୍କ ସ୍ଥାନ ଏବଂ ସେମାନଙ୍କ ସୁରକ୍ଷା ସମ୍ପର୍କିତ ଉପସ୍ଥାପନ କରିଥିଲେ । ଆଜିର ଏହି ସମ୍ମିଳନୀର ପ୍ରାରମ୍ଭରେ (ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା), ଆଇଜି, ଶ୍ରୀମତୀ ଏସ. ସାଇନି ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଜି, କ୍ରାଇମବ୍ରାଞ୍ଚ, ଡ଼ଃ ସାର୍ଥକ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

May 10, 2026
ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

Ankura Hospital, Bhubaneswar Organised Awareness Program on World Lupus Day 2026

May 10, 2026
ଓଡ଼ିଆ ଚଳଚ୍ଚିତ୍ର “ନଅ ବାୟା” ର ଶୁଭ ମହୁରତ

ଓଡ଼ିଆ ଚଳଚ୍ଚିତ୍ର “ନଅ ବାୟା” ର ଶୁଭ ମହୁରତ

May 10, 2026
ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

May 10, 2026

Recent News

ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

May 10, 2026
ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

Ankura Hospital, Bhubaneswar Organised Awareness Program on World Lupus Day 2026

May 10, 2026
ଓଡ଼ିଆ ଚଳଚ୍ଚିତ୍ର “ନଅ ବାୟା” ର ଶୁଭ ମହୁରତ

ଓଡ଼ିଆ ଚଳଚ୍ଚିତ୍ର “ନଅ ବାୟା” ର ଶୁଭ ମହୁରତ

May 10, 2026
ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

ଶ୍ରୀଜଗନ୍ନାଥ ରସାମୃତ’ ପୁସ୍ତକ ଉନ୍ମୋଚିତ

May 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

ପୁଲିସକୁ ଚକମା ଦେଉଛନ୍ତି ଚୋର, ଲୁଟେରା

May 10, 2026
ଅଙ୍କୁରା ହସପିଟାଲ, ଭୁବନେଶ୍ୱର ବିଶ୍ୱ ଲୁପସ୍‌ ଦିବସ ୨୦୨୬ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କଲା

Ankura Hospital, Bhubaneswar Organised Awareness Program on World Lupus Day 2026

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version