ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ସୁରଜମଲ ସାହା କଲେଜକୁ ୫ ଏକର ଜମି ସରକାର ପ୍ରଦାନ କରିବା ପାଇଁ ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୪ଟି ଦାବି ମଧ୍ଯରୁ କେବଳ କଲେଜକୁ ବସ ସେବା ଜିଲ୍ଲାପାଳ ଯୋଗାଇ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ ।
ଅନ୍ଯ ତିନୋଟି ମୁଖ୍ଯ ଦାବି ପୂରଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । କଲେଜକୁ ୫ ଏକର ଜମି ଯୋଗାଇବା, କଲେଜ ସମ୍ମୁଖରେ ଜାତୀୟ ରାଜପଥକୁ ସମ୍ପ୍ରସାରଣ କରାଇବା, ମୁଖ୍ଯମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଘୋଷଣା କରିଥିବା କଲେଜ ଉନ୍ନୟନ ଅନୁଦାନ ତୁରନ୍ତ ପ୍ରଦାନ କରିବା ପାଇଁ ଦାବି କରିଥିଲେ ।
୫୦ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ । ଚନ୍ଦନ ସାହୁ, ସୀମା ପରିଡା, କିଶୋରୀ ପରିଡା, ସିଦ୍ଧାନ୍ତ ରାଉତ, ସରୋଜ ବେହେରା, ଶିବ ପ୍ରସାଦ ଦ୍ବିବେଦୀ,ସାଇ ନାରାୟଣ ମିଶ୍ର, ନିରଞ୍ଜନ ସାହୁ, ରାକେଶ ସାହୁଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।














