No Result
View All Result
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ପୁରୀ ଜିଲ୍ଲାର ଗୋପ ବ୍ଲକ ଟି ବିଗତ ୩ ଦଶନ୍ଧି ହେଵ ଅବହେଳିତ ଅବସ୍ଥାରେ ପଡ଼ିରହିଛି l ଏଥିପାଇଁ କୌଣସି ରାଜନୈତିକ ଦଳ ବା ସଂଗଠନ ବା ନିର୍ବାଚିତ ଲୋକ ପ୍ରତିନିଧି ଙ୍କ ଆବଶ୍ୟକୀୟ ପଦକ୍ଷେପ ନଥିବା ହେତୁ ଆଜି ବିକାଶ ପରିବର୍ତ୍ତେ ବିନାଶ ଆଡକୁ ଅଗ୍ରଗତି ହେଉଛି l ଏଠାରେ ସମସ୍ତ ଭିତିଭୂମି ଓ ଆବଶ୍ୟକୟୀ ବନ୍ଦୋବସ୍ତ ଥିବା ସତ୍ତ୍ୱେ କାହିଁକି ଅବହେଳିତ ଗୋପ ଅଞ୍ଚଳ ତାର ଜବାବ ମାଗୁଛି ଗୋପ ସମନ୍ୱୟ କମିଟି l ସେଥିପାଇଁ ରବିବାର ଅପରାହ୍ନ ରେ ଗୋପ ଅଖେଣ୍ଡେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l

ଉକ୍ତ କମିଟି ର ଆବାହକ ଜିତେନ୍ଦ୍ର କୁମାର ସାହୁ ଙ୍କ ଆହ୍ୱାନ କ୍ରମେ ଗୋପ ଅଞ୍ଚଳ ର ସମସ୍ତ ବର୍ଗ ର ଯୁବପିଡି ଏକାଠି ହୋଇଥିଲେ l ସମସ୍ତ ବର୍ଗ ରୁ ଏକ ସମନ୍ୱୟ କମିଟି ଗଠିତ ହୋଇଯାଇଛି l ଏଥିରେ ଉପଦେଷ୍ଟା ଭାବେ ବରିଷ୍ଠ ଶିକ୍ଷାବିତ୍ ବିଭୁତି ଭୂଷଣ ପଟ୍ଟନାୟକ, ପୁନେଶ କୁମାର ସେନାପତି, ପ୍ରମୋଦ କୁମାର ସ୍ୱାଇଁ, ସମରେନ୍ଦ୍ର ସିଂ, ଜ୍ୟୋତି ମହାନ୍ତି, ପବିତ୍ର ମୋହନ ଦାସ, ପ୍ରଭୁତି ଙ୍କୁ ଚୟନ କରାଯାଇଛି l ସର୍ବସମ୍ମତି କ୍ରମେ ଏକ କମିଟି ର ନାମକରଣ ହେଲା “ଗୋପ ସମନ୍ୱୟ କମିଟି ” ଏହାକୁ 11 ଜଣ ସଦସ୍ୟ କୁ ନେଇ ଆରମ୍ଭ ହୋଇଛି l

ପରବର୍ତ୍ତୀ ସମୟରେ ଏହାର ସମ୍ପ୍ରସାରଣ କରାଯିବ l ସୁଶାନ୍ତ ସ୍ୱାଇଁ, ବସନ୍ତ ସେନାପତି, ପ୍ରତାପ କୁମାର ପରିଡା, ମନ୍ଦୀପ ପାଇକେରାୟ, ସଚ୍ଚିଦାନନ୍ଦ ଗୋଛାୟତ , ବିଷ୍ଣୁ ମୋହନ ପ୍ରଧାନ, ସେକ ଅସ୍ମତ ବକ୍ସ, ସର୍ତାଜ ଖାନ, ସୁଧାଂଶୁ ସେନାପତି, ବୈଲୋଚ ସାହୁ, ଗୁଣକର ଭୋଇ, ମିଡ଼ିଆ ସେଲ ପ୍ରମୁଖ ରେ ଗୋପ ଅଞ୍ଚଳ ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ରହିଛନ୍ତି l

ଆଗାମୀ ଦିନରେ ଗୋପ ର ସାମୁହିକ ବିକାଶ ଓ ସ୍ୱାର୍ଥ ଏବଂ ମାଟି ମା ପାଇଁ ଜାତି, ଦଳ,ଧର୍ମ, ନିର୍ବିଶେଷରେ ଏକଜୁଟ ହୋଇ କାର୍ଯ୍ୟ କରିବାପାଇଁ ସମ୍ମତି ପ୍ରକାଶ କରିଥିଲେ l ପ୍ରାଥମିକ ପର୍ଯ୍ୟାୟରେ ଗୋପ ଓ ଏହାର ଆଖପାଖ ଅଞ୍ଚଳ କୁ ଏକ (ଏନ ଏ ସି ) ବା ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ କରିବା ପାଇଁ ସମସ୍ତେ ଏକଜୁଟ ହେବାକୁ ପ୍ରସ୍ତାବ ଦେଇଯାଇଛି l ଆବଶ୍ୟକତା ପଡିଲେ ଗୋପ ର ନ୍ୟାର୍ଯ୍ୟ ଦାବୀ ସ୍ୱାର୍ଥ ପାଇଁ ରାଜରାସ୍ତାରେ ଆନ୍ଦୋଳନ କରାଯିବ l

No Result
View All Result