ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶୁକ୍ରବାର) ଢେଙ୍କାନାଳ :- ରାଜ୍ୟ ଉତ୍ତରାଞ୍ଚଳ ଆର୍ ଡି ସି ଢେଙ୍କାନାଳ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ବ ଓ ତଉଜି ବିଷୟ ସମୀକ୍ଷା କରିବା ସହ ଜିଲ୍ଲାର ଖଣି ଖାଦାନ ଗୁଡିକ ଯେଭଳି ଶୀଘ୍ର ନିଲାମ ହୋଇପାରିବ ସେଥିପ୍ରତି ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଏବଂ ଜୀବିକା ମିଶନରେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁବିଧାରେ ବ୍ୟାଙ୍କରୁ ଆର୍ଥିକ ସହାୟତା ସହ ଜିଲ୍ଲାରେ ସାର ମହଜୁଦ , ଆମ୍ବଚାଷ,ଛତୁଚାଷ ଓ ଉଦ୍ୟାନ କୃଷି ବିକାଶ ନିମନ୍ତେ ପଦେକ୍ଷପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।
ପରିଶେଷରେ ଜିଲ୍ଲାରେ ବନ୍ୟାର ପରିସ୍ଥିତି ଓ କୋଭିଡ-୧୯ ପରିଚାଳନା ସଂପର୍କରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଆର୍ ଡି ସି ଭିଡିଓ କନଫରେନ୍ସ ମାଧ୍ୟମରେ ଜିଲ୍ଲାର ସମସ୍ତ ଉପ- ଜିଲ୍ଲାପାଳ, ତହସିଲଦାର ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ସମୀକ୍ଷା କରିଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସୌଦାମିନୀ ସେଠୀ, ଡେପୁଟି କଲେକ୍ଟର, ରାଜସ୍ବ ଶ୍ରୀମତୀ ସୌଦାମିନୀ ସାହୁ ଉପସ୍ଥିତ ଥିଲେ । (ରିପୋର୍ଟ, ଅମର ରଞ୍ଜନ ଦାସ)