No Result
View All Result
ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବିରିଡି ବ୍ଲକ ଅନ୍ତର୍ଗତ ଅଣଖିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ପ୍ରିୟତମା ସାହୁ ଗତ ଗୁରୁଦିବସରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 2025 ଲାଭ କରିଛନ୍ତି l ସେ ଜଣେ ସ୍ନାତକ କଳା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ l ସେ ପିଲାମାନଙ୍କୁ ଆନନ୍ଦ ମୟ ଶିକ୍ଷା ପ୍ରଦାନ କରନ୍ତି l ତାଙ୍କର ମାର୍ଗ ଦର୍ଶନରେ ପିଲାମାନେ ଗୀତ, ନାଚ, ବିଜ୍ଞାନ ପ୍ରକଳ୍ପ, ବକ୍ତୃତା ଓ କଳାତ୍ମକ ପ୍ରତିଯୋଗିତାରେ ଭାଗ ନେଇ ଜିଲ୍ଲା ତଥା ରାଜ୍ୟରେ ପୁରସ୍କୃତ ହୋଇଛନ୍ତି l
ଅନ୍ୟପକ୍ଷରେ ସେ ଜଣେ ସୁଲେଖିକା ଏବଂ ତାଙ୍କର ଶିଶୁ ଓ କିଶୋର ମାନଙ୍କ ପାଇଁ ତିନି ଖଣ୍ଡ ପୁସ୍ତକ ଯଥା କଅଁଳ ସୁରୁଜ, ଝିକି ମିକି ଆମେ ତାରାଫୁଲ ଓ ଗଳ୍ପ ଚେତନାର ଚିତ୍ର ପ୍ରକାଶିତ ହୋଇ ସର୍ବତ୍ର ଉଚ୍ଚ ପ୍ରଂଶସା ଭାଜନ ହୋଇଛନ୍ତି l ସେମଧ୍ୟ ବହୁ ଅନୁଷ୍ଠାନରୁ ଆଦର୍ଶ ଶିକ୍ଷୟିତ୍ରୀ ଓ ବିଶିଷ୍ଟ କବି ତଥା ସୁଲେଖିକା ଭାବେ ସମ୍ମାନିତ ହୋଇଛନ୍ତି l
ସେହିପରି ସେଜଣେ ସୁବକ୍ତା, ସଂଯୋଜିକା ଏବଂ ପିଲା ମାନଙ୍କ ମାର୍ଗଦର୍ଶିକା l ସେ ଜଣେ ପ୍ରକୃତି ପ୍ରେମୀ ତଥା ବିଭିନ୍ନ କବିତା, ଗଳ୍ପ ବାର୍ତ୍ତା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିଛନ୍ତି l ସେମଧ୍ୟ ଗତବର୍ଷ ପ୍ରକୃତିବନ୍ଧୁ ପୁରସ୍କାର ପାଇଛନ୍ତି l ବିଦ୍ୟାଳୟ ରେ ଶୈକ୍ଷିକ ସହ ଶୈକ୍ଷିକ, ଆଧ୍ୟାତ୍ମିକ ମାର୍ଗରେ ନେଇ ଶିକ୍ଷାର୍ଥୀ ମାନଙ୍କର ଉନ୍ନତି କରିବା ପାଇଁ ସେ ସର୍ବଦା କର୍ମତତ୍ପର ଥାନ୍ତି l ଆଗକୁ ପିଲାମାନଙ୍କ ପାଇଁ ଉପାଦେୟ ପୁସ୍ତକ ଓ ବହୁ ବିଧ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖି ଛନ୍ତି l

No Result
View All Result