
ଓଡ଼ିଶା ତାଜା ନ୍ୟୁଜ (୧୧ ସେପ୍ଟେମ୍ବର ଶୁକ୍ରବାର) ଢେଙ୍କାନାଳ :- ଜିଲ୍ଲାରେ ଆଜି ଅପରାହ୍ନରେ ଗନ୍ଦିଆ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ମିଶ୍ର ଢେଙ୍କାନାଳ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ।

ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମିଶ୍ରଙ୍କୁ କାର୍ଯ୍ୟାଳୟର କର୍ମଚାରୀମାନେ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ନିୟମିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନିଯୁକ୍ତ ପର୍ଯ୍ୟନ୍ତ ଶ୍ରୀ ସୁଶାନ୍ତ କୁମାର ମିଶ୍ର ଦାୟିତ୍ୱ ତୁଲାଇବେ ବୋଲି ସୂଚନା ଦିଆଯାଇଛି । (ରିପୋର୍ଟ, ଅମର ରଞ୍ଜନ ଦାସ)














