No Result
View All Result
ଗୋପ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବାୟାକୂଦ ମା ନାରାୟଣୀ ପୀଠରେ ଉତ୍ସର୍ଗ ପରିବାର ଓ ପିଲାଙ୍କ ଖବର କାଗଜ ” ବାନରସେନା ” ମିଳିତ ସହଯୋଗରେ ପବିତ୍ର ଗୁରୁ ଦିବସ ରେ ଗୁରୁ ପୂଜକ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର ରାୟ ମହାପାତ୍ର ,ମୁଖ୍ୟ ବକ୍ତା ଭାବେ ସମାଜସେବୀ ରାମକୃଷ୍ଣ ମହାନ୍ତି ,ଯୋଗଦେଇ ଆନୁଷ୍ଠାନିକ ଭାବେ ଗୁରୁପୂଜକ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ସଭାରେ ଉତ୍ସର୍ଗ ପରିବାର ସଭାପତି ଲଷ୍ମୀଧର ବେହେରା ସଭାପତିତ୍ୱ କରିଥିବା ବେଳେ ପିଲାଙ୍କ ଖବର କାଗଜ ” ବାନରସେନା” ସମ୍ପାଦକ ତଥା ଅବସରପ୍ରାପ୍ତ ଅଧକ୍ଷ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଖଟୋଇ ସଭା ପରିଚାଳନା କରିଥିଲେ । ଗୁରୁ ପୂଜକ ଓ ସମ୍ବର୍ଦ୍ଧନା ସଭା କାର୍ଯ୍ୟ ରେ ପ୍ରଥମେ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଦେଇ ଗୁରୁ ପୂଜକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ଏହି ଗୁରୁ ପୂଜକ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜନ୍ମ ଜୟନ୍ତୀ ରେ ତାଙ୍କର ଜୀବନୀ ଉପରେ ଅତିଥି ବକ୍ତବ୍ୟ ରେ କହିବା ସହିତ ଗୁରୁ ଦିବସ ପାଳନ ଉପରେ ପୁଙ୍ଖାନୁପୁଙ୍ଖ ବୁଝାଇ କହିଥିଲେ ।ପରେ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ ଆସିଥିବା ଗୁରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରଫୁଲ୍ଲ କୁମାରୀ ଦେଇ , ଅବସରପ୍ରାପ୍ତ ଅନୁ ନିରିକ୍ଷକ କୈଳାସ ଚନ୍ଦ୍ର ପଣ୍ଡା , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନରେନ୍ଦ୍ର ଦାଶ ,
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ବେହେରା , ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ କବିବର ପ୍ରଧାନ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଷ୍ମୀଧର ବେହେରା ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଶତୃଶଲ୍ୟ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମନାଭ ସେନାପତି ଙ୍କୁ ଚନ୍ଦନ ,ପୁଷ୍ପ , ଉତରୀୟ ସହିତ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଉତ୍ସର୍ଗ ପରିବାର ର ସମ୍ପାଦକ ବିଷ୍ଣୁ ମୋହନ ପ୍ରଧାନ ସହିତ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

No Result
View All Result