ଭୁବନେଶ୍ୱର :- ମହିନ୍ଦ୍ରା ଗ୍ରୁପର ଏକ ଅଂଶବିଶେଷ ମହିନ୍ଦ୍ରା କନ୍ଷ୍ଟ୍ରକ୍ସନ ଇକ୍ୱିପେମଂଟ ଡିଭିଜନ (ଏମସିଇ) ପକ୍ଷରୁ ଏହାର ଆଡ୍ଭାନ୍ସଡ ସିଇଭି-ଭି ମେସିନ ରେଞ୍ଜର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହି ରେଞ୍ଜ ଆଡଭାନ୍ସଡ ଫିଚର, ଅଧିକ ଆରାମ, ଉଚ୍ଚ ଉତ୍ପାଦକତା ଓ କାର୍ଯ୍ୟଦକ୍ଷତା ପ୍ରଦାନ କରିବା ସହିତ ନୂଆ ଶିଳ୍ପ ନିୟମାବଳୀ ର ଅନୁପାଳନ ନିଶ୍ଚିତ କରୁଛି । ଏହି ଲଂଚ ଇଭେଂଟ ଭୁବନେଶ୍ୱରରେ ଶ୍ରୀନିକା ଡିଏମ ସିଗ୍ନେଚରଠାରେ ସେପ୍ଟେମ୍ବର ୫ ତାରିଖ ୨୦୨୫ରେ ଅନୁଷ୍ଠିତ ହୋଇଛି ।
ଏହି ଅବସରରେ ଯୋଗ ଦେଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଏମସିଇର କଷ୍ଟମର କେୟାର ବିଭାଗର ମୁଖ୍ୟ ରାଜେନ୍ଦ୍ର ଆଷ୍ଟେକର, ବ୍ରାଣ୍ଡ ମ୍ୟାନେଜର କଲ୍ପକ କର, ଜେଡ୍ଏସଏମ କିଶୋର ତିୱାରୀ, ଜେଡ୍ସିସିଏମ ସନ୍ଦିପ ଘୋଷ, ସିସିଏମ ସୁବ୍ରତ ସ୍ୱାଇଁ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିଃର କନ୍ଷ୍ଟ୍ରକ୍ଶନ ଇକ୍ୱିପମେଂଟ ବିଭାଗର ବିଡିଏମ ସୁଧାଂଶୁ ନାୟକ ଏବଂ ଟିଆରଏସ ଇଞ୍ଜିନିୟରିଂର ପରିଚାଳନା ନିର୍ଦ୍ଦେଶକ ଦେବଦତ ରୟ ଆଦି ସାମିଲ ଥିଲେ ।














