No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ବଳିଆପଣ୍ଡା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଜାଗା ଓ ନିଶା ବେପାରୀକୁ ନେଇ ବଳିଆନ ହେଉଛି ନୂଆ ଗ୍ୟାଙ୍ଗ । ବଳିଆପଣ୍ଡା ଅଞ୍ଚଳ ବିଜୟନଗର ମଙ୍ଗଳାସାହିର ସୁନୀତା ପଟ୍ଟନାୟକ ନୂଆ ଗ୍ୟାଙ୍ଗ ଧମକଚମକ ସମ୍ପର୍କରେ ପୁରୀ ଏସପିଙ୍କୁ ଗୁହୁରି କରିଛନ୍ତି । ସେହି ସାହିର କମଳଲୋଚନ ପଟ୍ଟନାୟକ (ଗୁଲା) ସୁନୀତା ଓ ତାଙ୍କ ସ୍ବାମୀଙ୍କୁ ମାରିଦେବା ପାଇଁ ଧମକ ଦେଇଛି । ଏ ସମ୍ପର୍କରେ ଯଦି ଥାନାରେ ଅଭିଯୋଗ କରିବୁ ତେବେ ତମ ମାନଙ୍କୁ ଜୀବନରେ ମାରିଦେବି ବୋଲି ଗୁଲା ଧମକ ଦେଇଛି ।
ତାଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ସୁନୀତା ଏସପିଙ୍କୁ ଗୁହାରି କରିଛି । ଗୁଲା ଗୋଷ୍ଠୀର ଯୁବକ ମାନେ ସୁନୀତାକୁ ଧମକଚମକ ମଧ୍ଯ ଦେଉଛନ୍ତି । ଗୁଲାର ଭଣଜା ବେଙ୍ଗ ହୋଇଥିବାରୁ ଗୁଲା ଆତଙ୍କ ଖେଳାଉଥିବା ଅଭିଯୋଗ ହୋଇଛି । ବଳିଆପଣ୍ଡା ଥାନାରେ ଏ ସଂମ୍ପର୍କରେ ସାହିବାସିନ୍ଦା ମାନେ ଜଣାଉଥିଲେ ମଧ୍ଯ ବେଙ୍ଗ ସହ ଜଣେ ଏଏସ୍ଆଇ ସୁସମ୍ପର୍କ ରଖି ସାହିବାସିନ୍ଦାଙ୍କୁ ଥାନାରୁ ତଡିଦେଉଥିବା ଅଭିଯୋଗ କରିଛନ୍ତି । ସାହିରେ ଶାନ୍ତି ପ୍ରତିଷ୍ଠା ପାଇଁ ସାହିବାସିନ୍ଦା ମାନେ ଏସପିଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଏସପିଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।

No Result
View All Result