No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ପୁରୀ ଜିଲ୍ଲା ରେ ଖରିଫ୍ ଧାନ ଚାଷ ରେ ଚାଷୀ ମାନଙ୍କୁ ସାର ର ସୁଷମ ବଣ୍ଟନ କରିବା ପାଇଁ ଶୁକ୍ରବାର ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଦାଶ ଙ୍କ ସହିତ ବ୍ୟାପକ ଆଲୋଚନା କରିଛନ୍ତି । ଚଳିତ ବର୍ଷ ଖରିଫ୍ ଧାନ ଚାଷ ପାଇଁ ୯ହଜାର ମେଟ୍ରିକ୍ ଟନ୍ ୟୁରିଆ ସାର ର ଆବଶ୍ୟକ ଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୧୭ହଜାର ୩୧୯ ମେଟ୍ରିକ୍ ଟନ୍ ସାର ଆସିଛି ।

ଡିଏପି ସାର ୫ ହଜାର ୫ ଶହ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୧୨ହଜାର ୧୮୯ ମେଟ୍ରିକ୍ ଟନ୍ ସାର ଆସିଛି । ଏମପିକେ ସାର ୭ ହଜାର ୫ ଶହ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୮ ହଜାର ୮୮ ମେଟ୍ରିକ୍ ଟନ୍ ସାର ଆସିଛି । ଏମ ଓ ପି ସାର ୨ ହଜାର ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ୨ ହଜାର ୭୮୮ ମେଟ୍ରିକ ଟନ୍ ଆସିଛି । ଆଗକୁ ଯୁଦ୍ଧକାଳୀନ ଭିତ୍ତିରେ ସାରର ଆମାଦାନୀ କରାଯାଇ ଚାଷୀ ମାନଙ୍କ ର ଆବଶ୍ୟକତା କୁ ପୂରଣ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଜି ପୁରୀ ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ଙ୍କୁ ଆଲୋଚନା ସମୟରେ ପରାମର୍ଶ ଦେଇଥିଲେ।
ପୁରୀ ଜିଲ୍ଲାରେ ୨୦ ହେଲସେଲର ଙ୍କ ମାଧ୍ୟମରେ ୪୦୨ ଜଣ ସରକାରୀ ସୃକୃତିପ୍ରାପ୍ତ ଡିଲର୍ ଓ ୩୦ ଟି ସେବା ସମବାୟ ସମିତି ମାଧ୍ୟମରେ ଚାଷୀ ମାନଙ୍କୁ ଶୃଙ୍ଖଳିତ ଭାବେ ସାର ବଣ୍ଟନ ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଚାଷୀ ମାନଙ୍କୁ ସାର ସୁଶମ ବଣ୍ଟନ ରେ ଯେଉଁ ମାନେ ବିଶୃଙ୍ଖଳା କରିବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଚେତାବନୀ ଦେଇଛନ୍ତି।
ସାର ମନୁଷ୍ୟକୃତ ଅଭାବୀ ବିକ୍ରି ପାଇଁ ଓ କଳା କଳା ବଜାରି କରୁଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଛନ୍ତି।ପୁରୀ ଜିଲ୍ଲାରେ ଆବଶ୍ୟକତା ଠାରୁ ପର୍ଯ୍ୟାପ୍ତ ପରିମାଣର ସାର ସରକାର ଯୋଗାଇ ଦେଇଥିବା ବେଳେ କିଛି କୁଚକ୍ରୀ ତଥା ଅସାଧୁ ଡିଲର ସରକାରଙ୍କୁ ବଦନାମ କରିବା ପାଇଁ ଚକ୍ରାନ୍ତ ଚଳାଇ ଥିବା ରାଜ୍ୟ କୃଷକ ମୋର୍ଚା ସଭାପତି ମହେଶ୍ୱର ସାହୁ କହିଛନ୍ତି ।
ପୁରୀ ଜିଲ୍ଲାରେ ସାର ବଣ୍ଟନ ରେ ବିଶୃଙ୍ଖଳା ଓ ଅସାଧୁ ଉପାୟ ଅବଲମ୍ବନ କରିଥିବା ୩ ଜଣ ଡିଲର କଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଛନ୍ତି। ଏହି ଆଲୋଚନା ସମୟରେ କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ, ରାଜ୍ୟ ସଂଯୋଜକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଅଜୟ କୁମାର ପ୍ରଧାନ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ଅକ୍ଷୟ ମହାନ୍ତି, ରଞ୍ଜନ କୁମାର ବରାଳ, ଅର୍ଜୁନ ବରାଳ, ଦୀପକ କୁମାର ନାୟକ,ଦେବପ୍ରସାଦ ସ୍ୱାଇଁ, ବିଭୂତି ମିଶ୍ର,ପ୍ରଶାନ୍ତ ଭୂୟାଁ,ବିଶ୍ୱନାଥ ପଣ୍ଡା ଉପେନ୍ଦ୍ର ବିଶୋଇ ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

No Result
View All Result