ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜିଲ୍ଲାରେ ମଧ୍ୟାହ୍ନ ଭୋଜନରେ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣୀ ପରେ ଜିଲ୍ଲାପାଳ ନିଜେ ପଦ୍ମଗିରି ଏସଏସଡି ଉଚ୍ଚ ବିଦ୍ୟାଳୟ ଗସ୍ତ କରି ମଧ୍ୟାହ୍ନ ଭୋଜନର ମାନ ପରଖିଛନ୍ତି । ଏହି ଅବସରରେ ପାଠପଢା କେମିତି ଚାଲିଛି ପଚାରି ବୁଝିଥିଲେ ଜିଲ୍ଲାପାଳ। ପିଲାଙ୍କ ସୁବିଧା ଅସୁବିଧା ବୁଝିଥିଲେ । ସେହିପରି ଉକ୍ତ ସ୍କୁଲର ଭିତ୍ତିଭୂମି ପରିଦର୍ଶନ କରିବା ସହ ଉନ୍ନୟନ କାମ ବୁଲି ଦେଖିଥିଲେ ଜିଲ୍ଲାପାଳ ।
ଛାତ୍ରଛାତ୍ରୀଙ୍କୁ ଉତ୍ତମ ଗୁଣବତ୍ତା ସମ୍ପନ୍ନ ଖାଦ୍ୟ ପରଷିବା ପାଇଁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏବେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଉପଖଣ୍ଡ ସ୍ତରୀୟ ଅଧିକାରୀ ମାନେ ମଧ୍ୟାହ୍ନ ଭୋଜନ ର ଗୁଣବତ୍ତା, ମାନ ଓ ସ୍ଵାଦ ଚାଖିବେ। ମୁଖ୍ୟତଃ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ପରେ ନିକଟସ୍ଥ ସମସ୍ତ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନର ସ୍ଵାଦ ଚାଖିବେ ଅଧିକାରୀ ମାନେ।















