– ନୁ୍ୟଟ୍ରିଲାଇଟ ଅଲ୍ ପ୍ଲାଣ୍ଟ ପ୍ରୋଟିନ, ନୁ୍ୟଟ୍ରିଲାଇଟ ଡେଲି ପ୍ଲସ୍ ଏବଂ ନୁ୍ୟଟ୍ରିଲାଇଟ ସାଲମନ୍ ଓମେଗା -୩ ସଫ୍ଟଜେଲ୍ସ୍ ସମେତ ପାଞ୍ଚଟି ଅଗ୍ରଣୀ ନୁ୍ୟଟ୍ରିଲାଇଟ ସପ୍ଲିମେଣ୍ଟ କ୍ରୀଡାକ୍ଷେତ୍ରରେ ନିଷିଦ୍ଧ ପଦାର୍ଥ ବିପକ୍ଷରେ ଯାଞ୍ଚ ନିମନ୍ତେ ବିଶ୍ୱସନୀୟ ସାବ୍ୟସ୍ତ
– ଏନଏଫଏସୟୁ-ଏନଏସ୍ଟିଏସ୍ ଦ୍ୱାରା ବିଶ୍ୱସନୀୟ ସ୍ୱୀକୃତି କ୍ରୀଡା ବ୍ୟକ୍ତିବିଶେଷଙ୍କ ସମେତ ସମସ୍ତ ଉପଭୋକ୍ତାଙ୍କ ନିମନ୍ତେ ବିଶ୍ୱସନୀୟ ଏବଂ ନିରାପଦ ବିଷୟକୁ ସୁଦୃଢ କରୁଛି
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ବଜାରରେ ସମ୍ପ୍ରତି ଉପଲବ୍ଧ ପୋଷଣୀୟ ଉତ୍ପାଦଗୁଡିକର ନିରାପଦ ଏବଂ ଶୁଦ୍ଧତାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ବର୍ଦ୍ଧିତ ଚିନ୍ତା ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବା ଅନ୍ୟତମ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ନିକଟରେ ତାହାର ଅଗ୍ରଣୀ ନୁ୍ୟଟ୍ରିଲାଇଟ ବ୍ରାଣ୍ଡ୍ର ମୁଖ୍ୟ ସପ୍ଲିମେଣ୍ଟଗୁଡିକ ନିମନ୍ତେ ସମ୍ମାଜନକ ବିଶ୍ୱସନୀୟ ପ୍ରମାଣନ କାର୍ଯ୍ୟକ୍ରମ ଅଧୀନରେ ନ୍ୟାସନାଲ ଫରେନ୍ସିକ ସାଇନ୍ସେସ ୟୁନିଭରସିଟି (ଏନଏଫଏସ୍ୟୁ)- ନୁ୍ୟଟ୍ରିସନାଲ ସପ୍ଲିମେଣ୍ଟେସନ ଟେଷ୍ଟିଂ ଫର ସ୍ପୋର୍ଟସ୍ପର୍ସନ୍ସ (ଏନଏସ୍ଟିଏସ) ପରୀକ୍ଷଣ ପ୍ରାପ୍ତ ହୋଇଥିବା ଘୋଷଣା କରିଛି ।
ଏହି ସ୍ୱୀକୃତି ଉଚ୍ଚ ଗୁଣବତ୍ତା ସମ୍ପନ୍ନ, ନିରାପଦ ଏବଂ ବିଜ୍ଞାନ ଆଧାରରେ ସମର୍ଥିତ ପୋଷଣୀୟ ଉତ୍ପାଦଗୁଡିକ ଯୋଗାଇବା ନିମନ୍ତେ ଆମୱେର ଏକନିଷ୍ଠ ପ୍ରତିବଦ୍ଧତାକୁ ପୁନଃସୁଦୃଢ କରୁଛି ଏବଂ ଏହା ନୁ୍ୟଟ୍ରିଲାଇଟ ଅଲ୍ ପ୍ଲାଣ୍ଟ ପ୍ରୋଟିନ, ନୁ୍ୟଟ୍ରିଲାଇଟ କାଲ୍ ମାଗ୍ ଡି ପ୍ଲସ୍ କେ୨, ନୁ୍ୟଟ୍ରିଲାଇଟ ଗ୍ଲୁକୋସାମାଇନ୍ ଏଚସିଏଲ ୱିଥ୍ ବୋସୱେଲିଆ, ନୁ୍ୟଟ୍ରିଲାଇଟ ସାଲ୍ମନ ଓମେଗା ୩ସଫ୍ଟଜେଲସ୍ ଏବଂ ନୁ୍ୟଟ୍ରିଲାଇଟ ଡେଲି ପ୍ଲସ୍ ଆଦି ପାଞ୍ଚଟି ମୁଖ୍ୟ ଉତ୍ପାଦକୁ ୱର୍ଲଡ ଡୋପିଙ୍ଗ ଏଜେନ୍ସି (ଡବ୍ଲୁ୍ୟଏଡିଏ) ଦ୍ୱାରା ନିର୍ଦ୍ଧାରିତ ଆନ୍ତର୍ଜାତିକ ମାନ ଅନୁପାଳନକୁ ସମର୍ଥନ କରୁଛି ।
ଏହି ଉତ୍ପାଦଗୁଡିକ ଏହିଭଳି ଭାବରେ ଅସୁରକ୍ଷିତ ପଦାର୍ଥ ନିମନ୍ତେ ନିରପେକ୍ଷ ଭାବରେ ଯାଞ୍ଚ କରାଯାଉଛି ଏବଂ କ୍ରୀଡା ପୋଷଣ ସହିତ ସଂହତିକୁ ସୁନିଶ୍ଚିତ କରୁଛି । ଏହି ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ପ୍ରକାଶ କରି ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, “ଏକଦା ପୋଷଣୀୟ ସପ୍ଲିମେଣ୍ଟଗୁଡିକର ନିରାପଦ ଦିଗ ଓ ଶୁଦ୍ଧତାକୁ ନେଇ ଆଲୋଚନା ଜୋର୍ ଧରୁଥିବାବେଳେ ଏହି ସ୍ୱୀକୃତି ଆମର ୯୦- ବର୍ଷର ପୁରାତନ ବ୍ରାଣ୍ଡ୍ ନୁ୍ୟଟ୍ରିଲାଇଟ ଉପରେ ସ୍ପଷ୍ଟତା ଏବଂ ଆସ୍ଥାକୁ ପୁନଃ ସୁଦୃଢ କରିବାରେ ସହାୟକ ହେଉଛି ।
ପୁନଶ୍ଚ ଏହା ଏକ ବିଶ୍ୱସନୀୟ ପାରିବାରିକ ବ୍ରାଣ୍ଡ୍ଭାବରେ ଆମର ସ୍ଥିତି ସୁଦୃଢ କରିବା ସହିତ ପ୍ରମାଣିତ ଗୁଣବତ୍ତା ଚାହୁଁଥିବା ଆଥଲେଟ ଏବଂ ଫିଟ୍ନେସ୍ ଆକାଂକ୍ଷୀମାନଙ୍କ ପାଇଁ ଏହାର ପ୍ରାସଙ୍ଗିକତାକୁ ପରିବର୍ଦ୍ଧିତ କରୁଛି । ଆମୱେ ଇଣ୍ଡିଆରେ ଆମେ ସର୍ବଦା ଗୁଣବତ୍ତା, ନିରାପତ୍ତା ଏବଂ ସ୍ୱଚ୍ଛତାକୁ ଅଗ୍ରାଧିକାର ଦେଇଆସିଛୁ । ଜନସାଧାରଣ ଉତ୍ତମ ଜୀବନ ଜୀଇଁବାରେ ସେମାନଙ୍କୁ ସହାୟତା କରିବା ନିମନ୍ତେ ଆମର ଦୂରଦୃଷ୍ଟି ମୁତାବକ ଆମେ ସର୍ବଦା ଏହା ସୁନିଶ୍ଚିତ କରୁଛୁ ଯେ ଆମେ ହାତକୁ ନେଉଥିବା ପ୍ରତ୍ୟେକଟି ପଦକ୍ଷେପ ଏହି ଉଦେ୍ଦଶ୍ୟକୁ ପ୍ରତିଫଳିତ କରୁ ।
ବିଶ୍ୱର ୰୧ ବିକ୍ରୟକାରୀ ଭିଟାମିନ ଏବଂ ଖାଦ୍ୟ ଭିତ୍ତିକ ପୋଷଣୀୟ ବ୍ରାଣ୍ଡ୍ନୁ୍ୟଟ୍ରିଲାଇଟ ସମର୍ଥନରେ ପୋଷଣ କ୍ଷେତ୍ରରେ ଦୀର୍ଘ ଦଶନ୍ଧି ଧରି ଆମର ବିଦ୍ୱତା ପୂର୍ଣ୍ଣାଙ୍ଗ କଲ୍ୟାଣକୁ ସମର୍ଥନ କରୁଥିବା ବିଶ୍ୱସନୀୟ ପୋଷଣୀୟ ଉତ୍ପାଦ ଯୋଗାଇଦେବା ନିମନ୍ତେ ଆମର ଦୀର୍ଘକାଳର ପ୍ରତିବଦ୍ଧତାକୁ ପୁନଃସୁଦୃଢ କରୁଛି । ନୁ୍ୟଟ୍ରିଲାଇଟ ଉତ୍ପାଦଗୁଡିକ ପାରମ୍ପରିକ ଭାବରେ ବିଭିନ୍ନ ବୟସ ବର୍ଗରେ ବ୍ୟକ୍ତିଗତ ଓ ପାରିବାରିକ ସ୍ୱାସ୍ଥ୍ୟକୁ ସମର୍ଥନ କରିବା ଉପରେ ଦୃଷ୍ଟିନିବଦ୍ଧ କରୁଛି ।
୮୦୦ରୁ ଅଧିକ ବୈଜ୍ଞାନିକ, ଇଞ୍ଜିନିୟର ଏବଂ ଟେକ୍ନିସିଆନଙ୍କୁ ନେଇ ଆମର ବୈଶ୍ୱିକ ପରିବାର ବିଶ୍ୱ ଶ୍ରେଣୀର ଉତ୍ପାଦର ବିକାଶ ଏବଂ ତାହା ଆପଣମାନଙ୍କୁ ଯୋଗାଇଦେବାକୁ ନିରଳସ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ପ୍ରତି ବର୍ଷ ୫,୦୦,୦୦୦ରୁ ଅଧିକ ଗୁଣବତ୍ତା ସମ୍ପର୍କିତ ପରୀକ୍ଷା ନିରୀକ୍ଷା କରୁଛନ୍ତି ଯାହା ଶୀର୍ଷସ୍ତରର ନିରାପତ୍ତା ଏବଂ ପ୍ରଭାବଶାଳୀ ପ୍ରମାଣିତ ଉତ୍ପାଦଗୁଡିକ ଯୋଗାଣ ନିମନ୍ତେ ଆମର ଉତ୍ସର୍ଗୀକୃତ ଭାବକୁ ପ୍ରଦର୍ଶିତ କରୁଛି । ଏନଏଫଏସ୍ୟୁ ଦ୍ୱାରା ଏହି ସ୍ୱୀକୃତି ସେହି ଉତ୍ସର୍ଗୀକୃତ ଭାବର ଏକ ନିଦର୍ଶନ ହୋଇଛି ଏବଂ ଏହା ଆମର ଉତ୍ପାଦଗୁଡିକୁ ନୂତନ ମାନକ ସ୍ତରକୁ ଉନ୍ନୀତ କରୁଛି ।”
କ୍ରୀଡା ପୋଷଣ ସପ୍ଲିମେଣ୍ଟ ପରୀକ୍ଷଣ ନିମନ୍ତେ ସରକାରୀ ସ୍ୱୀକୃତିପ୍ରାପ୍ତ ଗୁଜରାଟର ଏନଏଫ୍ଏସ୍ୟୁସ୍ଥିତ ଏକ ବ୍ୟବସ୍ଥା ନ୍ୟାସନାଲ ସପ୍ଲିମେଣ୍ଟ ଟେଷ୍ଟିଂ ଫର୍ ସ୍ପୋର୍ଟସ୍ପର୍ସନସ୍ (ସିଓଇ-ଏନଏସ୍ଟିଏସ) ଦ୍ୱାରା ବିଶ୍ୱସନୀୟତାର ସ୍ୱୀକୃତି ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ, ଏଫଏସଏସ୍ଆଇଏବଂ କେନ୍ଦ୍ର ଯୁବ ବ୍ୟାପାା ଓ କ୍ରୀଡା ମନ୍ତ୍ରଣାଳୟ ମଧ୍ୟରେ ଏକ ତ୍ରି-ପାକ୍ଷିକ ବୁଝାମଣାପତ୍ର ଅନୁଯାୟୀ ସିଓଓ- ଏନଏସ୍ଟିଏସ୍ ଡବ୍ଲୁୂ୍ୟଏଡିଏ ଦ୍ୱାରା ନିଷିଦ୍ଧ ଘୋଷିତ ପଦାର୍ଥ କ୍ଷେତ୍ରରେ ଉନ୍ନତ ବିଶ୍ଲେଷଣାତ୍ମକ ଓ ବ୍ୟାଚ୍ୱାରୀ ପରୀକ୍ଷଣ କରୁଛି ।
ପ୍ରମାଣୀକୃତ ଉତ୍ପାଦଗୁଡିକ ଏନଏଫଏସ୍ୟୁ ପୋର୍ଟାଲରେ ତାଳିକାଭୁକ୍ତ କରାଯାଉଛି ଏବଂ ସେଥିରେ ‘ଏନଏଫଏସ୍ୟୁ- ଏନଏସ୍ଟିଏସ୍ ଟ୍ରଷ୍ଟେଡ’ ମୋହର ଲଗାଯାଉଛି, ଯାହା ଆଥଲେଟ ଓ ସଂସ୍ଥାନଗୁଡିକୁ ସେମାନଙ୍କର ପିରାପତ୍ତା ଅନୁପାଳନକୁ ସୁନିଶ୍ଚିତ କରୁଛି । ଫଳସ୍ୱରୂପ ୫ଟି ନୁ୍ୟଟ୍ରିଲାଇଟ ଉତ୍ପାଦ ସମ୍ପ୍ରତି ସେଗୁଡିକର ପ୍ୟାକେଜିଂ ଉପରେ ଏନଏଫ୍ଏସୟୁ- ଏନଏସ୍ଟିଏସ୍ ଲୋଗୋ ସହିତ ଭରସା, ବିଶ୍ୱାସ ଏବଂ ସ୍ୱଚ୍ଛତାର ଏକ ସ୍ୱାଧୀନ ମୋହର ଲଗାଇବାକୁ ସ୍ୱୀକୃତିପ୍ରାପ୍ତ ହୋଇଛି ।














