No Result
View All Result
ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ, ବାଲୁଗାଁ ଓ ଡ଼ଃ ଏ ପି ଜେ ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେଵଲ୍ ଟ୍ରଷ୍ଟ,ଖଲିକୋଟ ର ମିଳିତ ଆନୁକୁଲ୍ୟରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ବାଲୁଗାଁ ସ୍ଥିତ ସତ୍ ସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ପବିତ୍ର ୧୩୮ତମ ଜୟନ୍ତୀ ଅବସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ର ଡି ଏଫ୍ ଓ ଅମ୍ଲାନ ନାୟକ,
ମୁଖ୍ୟ ବକ୍ତା ଭାବେ ଚିଲିକା ବ୍ଲକ ର ଅଧ୍ୟକ୍ଷା ଜ୍ୟୋତ୍ସ୍ନା ରାଣୀ ବେହେରା, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଓ ସ୍ତମ୍ଭକାର ସୁଦର୍ଶନ ଛୋଟରାୟ, ଡ଼ଃ ପି ଜେ ଅବଦୁଲ କଲାମ ଜନ କଲ୍ୟାଣ ଚାରିଟେଵଲ୍ ଟ୍ରଷ୍ଟ, ଖଲିକୋଟ ର ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ବେହେରା, ସମାଜସେବୀ ତରଣୀ ବଳବନ୍ତରାୟ,ଋତ୍ଵିକ କଣ୍ଡୁରୀ ଚରଣ ପ୍ରଧାନ,
ସହ ପ୍ରତି ଋତ୍ଵିକ ଭିକାରୀ ଚରଣ ବେହେରା ପ୍ରମୁଖ ଯୋଗଦେଇ ଵ୍ରୃକ୍ଷ ରୋପଣ ଓ ବନ୍ୟଜନ୍ତୁ ସଂରକ୍ଷଣ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ସନ୍ ଯୋଜନା କରିଥିଲେ ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର ର ସୁକାନ୍ତି ମହାନ୍ତି। ଏହି ଅବସରରେ ସତସଙ୍ଗ ବିହାର ପରିସରରେ ଵ୍ରୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ବଉଳ ଚାରା ରୋପଣ କରାଯାଇଥିଲା ।

No Result
View All Result