No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ବଡଦାଣ୍ଡ ମାର୍କେଟ ଛକ ସ୍ଥିତ ନୀଳଗିରି ଚାର ଗଣେଶ ପୂଜାର ୨୫ ବର୍ଷ ପୂର୍ତ୍ତି ଉପଲେକ୍ଷ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପୁରୀ ଲୋକସଭା ସାଂସଦ ଡ. ସମ୍ବିତ ପାତ୍ର ଯୋଗଦେଇ କହିଲେ ବୟୋଜ୍ଯେଷ୍ଠ ମାନେ ଶ୍ରୀମନ୍ଦିରରେ ପ୍ରବେଶ ଓ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଚେତନାରେ ଭାରତବର୍ଷ ମହିମାମୟ ହେଉ ବୋଲି କହିଛନ୍ତି ସାଂସଦ ଡକ୍ଟର ସମ୍ବିତ ପାତ୍ର । ଗଣେଶ ପୂଜାର ଚତୁର୍ଥ ଦିନ ଆୟୋଜିତ ଉତ୍ସବରେ ନିତ୍ୟ ପ୍ରସାଦ ପଟ୍ଟନାୟ ସଭାପତିତ୍ବ କରିଥିଲେ ।
ସଂପାଦକ ନିମାଇଁ ଚରଣ ମହାନ୍ତି କାର୍ଯ୍ୟକ୍ରମ ସଭା ପରିଚାଳନା କରିଥିଲେ । ସମ୍ମାନିତ ଅତିଥି ଭାବେ ପୁରୀ ବିଧାୟକ ସୁନୀଲ ମହାନ୍ତି ଯୋଗଦେଇ କହିଲେ ଶ୍ରୀମନ୍ଦିର ବିକାଶ, ଜଗନ୍ନାଥ ସଂସ୍କୃତିର ପ୍ରଚାର, ଧାର୍ମିକ ପୀଠର ବିକାଶ ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି । ଅନ୍ୟତମ ଅତିଥି ଭାବେ ଶ୍ରୀମନ୍ଦିରର ବିଶିଷ୍ଟ ଦଇତାପତି ନବକିଶୋର ପତି ମହାପାତ୍ର, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଅଶୋକ ମିଶ୍ର,
ବରିଷ୍ଠ ସେବାୟତ ତଳୁଛ ନୀଳକଣ୍ଠ ମହାପାତ୍ର, ଜୀତେନ୍ଦ୍ର ମହାପାତ୍ର,ରବି ନାରାୟଣ ଦାସ ଓ ବଳଭଦ୍ର ମହାନ୍ତି ଯୋଗ ଦେଇଥିଲେ । ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ସଦସ୍ୟ ଡକ୍ଟର ବଦ୍ରି ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେଶବ ପରିଜା, ଚିତ୍ତରଞ୍ଜନ ଦାସ, ହରିବନ୍ଧୁ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପାଣି, କ୍ଷେତ୍ରମୋହନ ସାହୁ, ମହମ୍ମଦ ଉଜିରୱଲା ଓ ଚିତ୍ତରଂଜନ ମହାପାତ୍ର ପରିଚାଳନା ରେ ସହଯୋଗ କରିଥିବା ବେଳେ ପୁରୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଭରତ ନାୟକ ।

No Result
View All Result