ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ବାଣପୁର ବ୍ଲକ ଅନ୍ତର୍ଗତ ମାଣିକପୁର ସ୍ଥିତ ସାଳିଆ ବିଦ୍ୟା ନିକେତନର ଛାତ୍ରଛାତ୍ରୀ ମାନଙ୍କ ଙ୍କୁ ନେଇ ଏକ ବଜ୍ରପାତ ଜନିତ ଦୁର୍ଘଟଣା ର ସଚେତନତା ଶିବିର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉପଲକ୍ଷେ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ପରିଡ଼ା ପାଠାଗାର ର ସଞ୍ଚାଳକ ତଥା ଶିକ୍ଷା ଵିତ୍ ଗୋଲକ ବିହାରୀ ପରିଡ଼ା, ମୁଖ୍ୟ ବକ୍ତା ଭାବେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,

ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଅଶୋକ କୁମାର ଜେନା,ମା ଭଗବତୀ କଳା ନିକେତନ ର ସଞ୍ଚାଳିକା ବିଷ୍ଣୁ ପ୍ରିୟା ବାରିକ ପ୍ରମୁଖ ଯୋଗଦେଇ ବଜ୍ରପାତ ଜନିତ ଦୁର୍ଘଟଣା ମ୍ରୃତ୍ୟୁ କିଭଳି ସମାଜର ମାନଵ ସମ୍ବଳ ବିନାଶ ର କାରଣ ହେଉଛି ସେ ସମ୍ପର୍କରେ ଆଲୋକପାତ କରି ସମାଜରେ ସଚେତନତା ସୃଷ୍ଟି କରିବା ସହ ଏହି ପ୍ରାକୃତିକ ବିପଦର ପ୍ରତିକାର ସ୍ବରୂପ ପର୍ଯ୍ୟାପ୍ତ ପରିମାଣରେ ତାଳ ଗଛ ର ରୋପଣ ପାଇଁ ଆହ୍ଵାନ ଦେଇ ଥିଲେ ।














