ବାଲିପାଟଣା/ ନିଆଳି (ଓଡ଼ିଶା ତାଜାନ୍ୟୁଜ୍) ନି:ପ୍ର :- ଭୁବନେଶ୍ବର ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜୟଦେବ ତଥା ବନମାଳୀପୁର- ବାଲିପାଟଣା ଭୁବନେଶ୍ବର ସମେତ ମାଧବ- ନିଆଳି ଅଡଶପୁର ,ଫୁଲନଖରା କଟକ ରାଜରାସ୍ତାରେ ଗୋଶାଳା ନିର୍ମାଣ କରିବା ଦାବୀରେ ଷଣ୍ଢମାନଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିବାର ଦେଖିବାକୁ ମିଳିଛି।

ଚାଷ ଜମିରେ ଫସଲ ନଷ୍ଟ କରିବାରୁ ଚାଷୀଙ୍କ ପକ୍ଷରୁ ବିଭିନ୍ନ ଶାରୀରିକ, ମାନସିକ ନିର୍ଯାତନା ଷଣ୍ଢ ଏବଂ ଗୋରୁ ଗାଈମାନଙ୍କୁ ଦିଆଯାଉଛି । ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ପ୍ରଶାସନ ନିକଟରେ ଅଭିଯୋଗ ଦାବି କରି ରାଜ ରାସ୍ତା ଉପରେ ଶୋଇ ରହି ରାସ୍ତା ଅବରୋଧ କରିଛନ୍ତି ।
ବଡ ଦୁଃଖର ବିଷୟ ନିଜର ଗୋ -ରକ୍ଷକ ମାଲିକମାନେ ଛୋଟ ଛୋଟ ଗୋରୁମାନଙ୍କୁ ପ୍ରତି ପୋଷଣ ନ କରି ଏବେ ରାଜରାସ୍ତାରେ ଛାଡି ଦେଉଛନ୍ତି , ଯାହା ଫଳରେ କି ରାସ୍ତାରେ ବୁଲୁଥିବା ଗୋରୁ ତଥା ଷଣ୍ଢମାନେ ଖାଦ୍ୟ ନ ପାଇବାରୁ ସେମାନେ ବଞ୍ଚିବା ପାଇଁ ବିଲ ବାଡିର ଧାନ ଏବଂ ପନିପରିବା ଫସଲକୁ କିଆରିରେ ପଶି ଖାଇଯାଉଛନ୍ତି ,
ଯାହା ଫଳରେ କି ଚାଷୀକୁଳ କେମିତି ବଞ୍ଚିବେ ଓ କିପରି ଧାର କରଜ ସୁଜିବେ ସେଥି ନେଇ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସରକାରଙ୍କ ପକ୍ଷରୁ ଗୋରୁ ଏବଂ ଷଣ୍ଢ ମାନଙ୍କ ପାଇଁ ଖାଦ୍ୟ ଖାଇବା ଏଵଂ ରହିବା ଲାଗି କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଉନଥିବାରୁ ସେମାନଙ୍କୁ ବାରଦୁଆର ଶୁଣ୍ଡି ପିଣ୍ଡା ହେବାକୁ ପଡୁଛି । ଖାଦ୍ୟ ଖାଇବାକୁ ନ ପାଇବାରୁ ଚାଷୀମାନଙ୍କର ଧାନ ଓ ପନିପରିବା ଫସଲ୍ ଖାଇବା ପାଇଁ ବାଧ୍ୟ ହେଉଛନ୍ତି ।
ରାଜ୍ୟ ସରକାର ତଥା ସ୍ଥାନୀୟ ପ୍ରଶାସନ ଗୋରୁ ଏବଂ ଷଣ୍ଢ ମାନଙ୍କର ଏହି ସବୁ ଦୁଃଖ ସମସ୍ୟା ଦେଖୁଥିଲେ ମଧ୍ୟ ସେମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରୁ ନାହାଁନ୍ତି । ଗୋରୁ ଏବଂ ଷଣ୍ଢମାନେ ଲିଖିତ ଭାଷାରେ ସରକାରଙ୍କ ନିକଟରେ ନିଜର ଦୁଃଖ ବିଷୟ ଜଣାଇ ପାରୁ ନଥିଲେ ମଧ୍ୟ ନିଜର ମନର ଅନ୍ତର ଭାବନା କଥା ବିଷୟକୁ ଜଣାଇବା ପାଇଁ ଏହି ଷଣ୍ଢ ଓ ଗୋରୁ ଗାଈମାନେ ବିଭିନ୍ନ ବ୍ଲକ, ତହସିଲ, ଥାନା,
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘୁରି ବୁଲିବା ସହ ଘଣ୍ଟା ଘଣ୍ଟା ଧରି ଧାରଣାରେ ଶୋଇ ରହୁଛନ୍ତି କିନ୍ତୁ ସେମାନଙ୍କ କଥାକୁ କେହି କିଛି ବୁଝି ପାରୁ ନାହାଁନ୍ତି କି ଶୁଣି ପାରୁନାହାନ୍ତି । ସରକାର ଏମାନଙ୍କ ଦୁଃଖ ଅଭିଯୋଗ କଥା ନ ଶୁଣିବାରୁ ବାଧ୍ୟ ହୋଇ ଷଣ୍ଢ ଏବଂ ଗାଈ ଗୋରୁମାନଙ୍କର ଗଠିତ
ସଂଘର ନିଷ୍ପତି ଅନୁସାରେ ବିଶ୍ଵନାଥପୁର ସମେତ ବିଭିନ୍ନ ଠାରେ ରାସ୍ତା ରୋକ କରିଛନ୍ତି ।
ତେଣୁ ସେମାନଙ୍କ ସୁରକ୍ଷା ନିମିତ୍ତ ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପାଳଙ୍କ ତରଫରୁ ତୁରନ୍ତ ଏକ ଗୋଶାଳା ପ୍ରତିଷ୍ଠା ପାଇଁ ବରିଷ୍ଠ ସମାଜ ସେବୀ ମାଗୁଣି ଚରଣ ସେଠୀ, କବି ରବୀନ୍ଦ୍ରନାଥ ପାତ୍ର , ଶିକ୍ଷାବିତ୍ ଶୁରେନ୍ଦ୍ର ନାଥ ସାହୁ, ସମାଜ ସେବୀ ରାଘବ ଚନ୍ଦ୍ର ବେହେରା, ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ବସ୍ତିଆ, ସାମ୍ୱାଦିକ ବିନୋଦ କୁମାର ଭୋଇ, ଆଇନଜୀବୀ ପ୍ରଶାନ୍ତ କୁମାର ମଲ୍ଲିକ, କୃପାନେତ୍ରର ରବୀନ୍ଦ୍ର ନାଥ ପାତ୍ର, ପ୍ରଦୀପ୍ତ ପାତ୍ର ,
ରାଜ୍ୟ ବନ୍ଦେ ଉତ୍କଳ ମହାସଂଘର ସଭାପତି ବିଜୟ କୁମାର ମିଶ୍ର , ନିବାସ ଚନ୍ଦ୍ର ମିଶ୍ର, ଦେବେନ୍ଦ୍ର ନାଥ ସାହୁ, କବି ବିପିନ ବିହାରୀ ଦାସ, ରାଜେନ୍ଦ୍ର ମହାପାତ୍ର,ପାଣ୍ଡବକୁଦ ମଠାଧୀଶ ଦାମୋଦର ସାହୁ, ରଞ୍ଜନ ବେହେରା ପ୍ରମୁଖ ସମେତ ବହୁ ସାମାଜିକ ଅନୁଷ୍ଠାନ ଏବଂ ଜନ ସାଧାରଣଙ୍କ ପକ୍ଷରୁ ନିବେଦନ କରାଯାଇଛି । ସରକାର ଏଥିପ୍ରତି ଦୃଷ୍ଟି ଦେଇ ଏ ଅଞ୍ଚଳମାନଙ୍କର ଷଣ୍ଢ ଏବଂ ଗୋରୁ ଗାଈମାନଙ୍କ ସୁରକ୍ଷା ଦେବା ପାଇଁ ଗୋ-ଶାଳାମାନ ନିର୍ମାଣ କରାଇଲେ l
ଚାଷୀମାନଙ୍କର ଗୋରୁ, ଷଣ୍ଢମାନକ ଦ୍ବାରା କ୍ଷୟକ୍ଷତି ଘଟୁଥିବା ଲକ୍ଷ ଲକ୍ଷ ଟଙ୍କାର ଫସଲ ରକ୍ଷା ପାଇବା ସହ , ଧାର କରଜ କରିଥିବା ଚାଷୀକୁଳ ବଞ୍ଚି ପାରନ୍ତେ ବୋଲି ବହୁ ଚାଷୀ ଦୁଃଖ ଭରା କଣ୍ଠରେ କହିଛନ୍ତି । ରାଜ୍ୟ ସରକାର ଷଣ୍ଢ, ଗୋରୁମାନଙ୍କ ସୁରକ୍ଷା ପ୍ରତି ତୁରନ୍ତ ଦୃଷ୍ଟି ନ ଦେଲେ ଚାଷୀମାନଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କୁହାଯାଇଛି ।














