ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଗୁରୁବାର) ରଣପୁର ,ରିପୋର୍ଟ /ଅଭିମନ୍ୟୁ :- ରଣପୁର ସଂରକ୍ଷିତ ଜଙ୍ଗଲ ବନ୍ଧମୁଣ୍ଡା ପଚଂୟତରେ ରାଅଁଳା ଗ୍ରାମର ନିଘଚଂ ବଣ ପାହାଡ ଘେରା ଜଙ୍ଗଲ ମଧ୍ୟରେ ପୂଜା ପାଉଥିବା ମା ଖିଲାମୁଣ୍ଡା ଙ୍କ ୧୬ ଦିନର ଯାତ୍ରା ଆଜିଠୁ ଆରମ୍ବ ହୋଇଛି । ପ୍ରତିବର୍ଷ ମା ଆଶ୍ୱନମାସ ରେ ୧୬ ଦିନ ପାଇଁ ଆସୁଥିବାବେଳେ ଚଳିତ ବର୍ଷ ମଳମାସ ପଡୁଥିବାରୁ ରାଜ ପ୍ରସାଦ ରେ ୪୬ ଦିନ ରହି ଦଶହରା ଦିନ ମାଫୁଣି ଫେରିଯିବେ । ଚଳିତ ବର୍ଷ ମା ବୁଢାବୁଢି ରୁପରେ ଦର୍ଶନ ଦେଲେ ବୋଲି ଜଣାଇଛନ୍ତି । ପ୍ରତିବର୍ଷ ମାଙ୍କ ଆଗମନରେ ହଜାର ହଜାର ଲୋକ ଦୁର୍ଗମ ପଥ ଅତିକ୍ରମ କରି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ମାଙ୍କ ପିଠରେ ରୁଣ୍ଡ ହୋଇଥିଲେ । କିନ୍ତୁ ଚଳିତ ବର୍ଷ କରୋନା ପାଇଁ କଟକଣା ଥିବାରୁ ପ୍ରତିବର୍ଷ ଭଳି ଗହଳି ଜମିନଥିଲା । ଆଜି ଖିଲାମୁଣ୍ଡା ଅପରାହ୍ନ ୩.
୦ ରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଚିଂଥିଲେ । ଆଜି ବିଧିମୁତାବକ ପୂଜା ପାଠ ପରେ ମା ଏକ ବିରାଟ ବାଉଁଶ ଦଣ୍ଡରେ ସବାର ହୋଇଥିଲେ । ସକାଳ ୮ ଟାରେ ରାଜ ପ୍ରସାଦ କର୍ମଚାରୀ ମାନେ ମାଙ୍କୁ ରଣପୁର ଅଭିମୁଖେ ଯତ୍ରା ଆରମ୍ବ କରିଥିଲେ । ରଣପୁର ଠାରୁ ୨୫ କିମି ଦୂର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବଣ ପାହାଡ ଘେରା ଦୂର୍ଗମ ଅଚଂଳରେ ଅପୂର୍ବ ପ୍ରାକୃତିକ ପରିବେଶରେ ମା ଖିଲାମୁଣ୍ଡା ପୂଜା ପାଆନ୍ତି ।
ପ୍ରତି ବର୍ଷ ୧୬ ଦିନ ପାଇଁ ରଣପୁର ରାଜ ପ୍ରସାଦ କୁ ମା ଆସନ୍ତି ଓ ପୂଜା ପାଆନ୍ତି । ଦ୍ୱିତୀୟା ଓଷା ପୂର୍ବ ଦିନ ରାତିରେ ସ୍ଥାନୀୟ ରାଜ ପ୍ରସାଦ କର୍ମ ଚାରି ମାନେ ରାଜବାଟି ପରିସରରେ ଥିବା ଏକ ବିରାଟ ବାଉଁଶ ଖଣ୍ଡ କୁ ରାଅଁଳ ଅଭି ମୁଖେ ନେଇଥାନ୍ତି । ଖିଲାମୁଣ୍ଡା ପୀଠକୁ ବାଉଁଶ ଖଣ୍ଡ ନେଇ ସେଠାରେ ପୂଜା ପାଠ କଲାପରେ କାଳେସୀ ସବାର ହୋଇଥାଏ । ପ୍ରଥମେ ଦେଶ ଓ ରାଜ୍ୟର ସାଂଫ୍ରତିକ ସ୍ଥିତି କିଭଳି ରହିବ ବୋଲି ମତନେଇଥାନ୍ତି । ଖିଲାମୁଣ୍ଡା ସେଠାରେ ବୁଢା ବୁଢୀ , ପୁଅ ପାତିଆକାର , ବୋହୁ ଗୁପତସିଂ ନାମରେ ରହିଥାନ୍ତି ।
ଯଦି ସେହି ବର୍ଷ ଠାକୁର ବୁଢା ବୁଢୀ ରୁପରେ ଦର୍ଶନ ଦେବେ ସେହି ବର୍ଷ ଭଲ ଫସଲ ହେବବୋଲି ବିଶ୍ୱାସ ରହିଛି । ସେହିଭଳି ଚଳିତ ବର୍ଷ ମା ଦର୍ଶନ ଦେଲେ ବୋଲି ଜଣାଯାଇଛି । ଆଜି ରଣପୁର ଅଚଂଳରେ ଭକ୍ତ ମାନେ ନିଘଚଂ ମାଳ ଭିତରକୁ ଯାଇ ମା ଙ୍କ ମନ୍ଦିର ପାଖେ ରୁଣ୍ଡ ହୋଇଥିଲେ ।