ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଜାତୀୟ କ୍ରୀଡା ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନର କ୍ରୀଡା ବିଭାଗ ଦ୍ୱାରା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ପୁରୀ ସହଯୋଗରେ ଆୟୋଜିତ ବେଟି ବଚାଓ ବେଟି ପଢ଼ାଓ ଅନ୍ତର୍ଗତ କ୍ରୀଡା ପ୍ରତିଯୋଗିତାରେ ଯତ୍ନ ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ଝିଅମାନେ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଜଗନ୍ନାଥ ଷ୍ଟାଡିୟମ୍ ରୁ ଡକ୍ଟର ସମ୍ବିତ ପାତ୍ର, ମାନ୍ୟବର ସାଂସଦ ଙ୍କ ଦ୍ଵାରା ଫ୍ଳାଗ୍ ଅଫ କରାଯାଇ ଆରମ୍ଭ ହୋଇଥିଲା l ଏହାସହିତ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ, ଶ୍ରୀ ଶରତ ଚନ୍ଦ୍ର ବେହେରା ଏଡିଏମ୍, ପୁରୀ ଙ୍କ ସମେତ ସମସ୍ତ ଅଂଶଗ୍ରହଣକାରୀ ଙ୍କର ଏକ ପଥଯାତ୍ରା କରି ଖୋ ଖୋ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇଥିଲେ l

ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ ଅଂଶଗ୍ରହଣକାରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏହାପରେ ଫୁଟବଲ ଖେଳ ରେ ଭାଗ ନେଇଥିଲେ ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ରୀ ମାନେ l ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ପରିଚାଳନା କରିଥିବା ବେଳେ















