No Result
View All Result
ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ଵାର ଠାରେ ଶୁକ୍ରବାର ଦିନ ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରୀମନ୍ଦିର ପରିଚାଳନା କମିଟି ର ନୂତନସଦସ୍ୟ ମାନଙ୍କୁ ପ୍ରଥମ କରି ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ସମ୍ବର୍ଦ୍ଧିତ କରାଯାଇଥିଲା।ଅନୁଷ୍ଠାନ ର ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ,ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର,ପୂଜାପଣ୍ଡା ସାମନ୍ତ ଜଗନ୍ନାଥ ପୂଜାପଣ୍ଡା,ବରିଷ୍ଠ ସିଂହାରୀ ସେବକ ମଧୁସୂଦନ ସିଂହାରୀ,ବଳରାମ କୋଟ ର ମଠାଧୀଶ ପୂଜ୍ୟ ରଘୁବୀର ଦାସ ମହାରାଜ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ତରୁଣ କବି ଦାମୋଦର ପରିଡ଼ା ଅତିଥି ଙ୍କ ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସେବାୟତ ତଥା ବିଶ୍ବହିନ୍ଦୁ ପରିଷଦ ର ସର୍ବଭାରତୀୟ ପୂଜକ ଅର୍ଚ୍ଚକ ବିଭାଗ ର ଉପସଭାପତି ଦୋଳ ଗୋବିନ୍ଦ ପଣ୍ଡା,ପ୍ରସନ୍ନ ମିଶ୍ର, ଙ୍କ ସହ ପୁରୀ ସହର ର ବହୁ ମାନଗନ୍ୟ ବ୍ୟକ୍ତି ତଥା ଶୁଭେଚ୍ଛୁ ଉପସ୍ଥିତ ଥିଲେ। ଗୁଣ୍ଡିଚା ମନ୍ଦିର ନିକଟରେ ୨00୮ମସିହା ଠାରୁ ସାଧୁ,ସନ୍ଥ,ବାବାଜୀ ବୈଷ୍ଣବ,ଭୋକିଲା ଲୋକମାନଙ୍କୁ ଅନ୍ନ ଦାନ ଆଜି ପର୍ଯ୍ୟନ୍ତ ଚାଲୁ ଅଛି।

ଟ୍ରଷ୍ଟ ଦ୍ବାରା ଭାଗବତ ଗ୍ରନ୍ଥ ଗ୍ରାମରେ ନିତ୍ୟ ପାଠ ପାଇଁ ବଣ୍ଟନ, ବୃକ୍ଷ ରୋପଣ,ସ୍ବାସ୍ଥସେବା,ଗରିବ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ନିଶୁଳ୍କ ବିଦ୍ୟାଦାନ,ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା ଇତ୍ୟାଦି କାର୍ଯ୍ୟ ଚାଲୁଅଛି। ଏହି ଅବସରରେ ଅନୁଷ୍ଠାନ ର ବାର୍ଷିକ ବିଶେଷାଙ୍କ “ଅନ୍ନଦା” ର ଶୁଭ ଲୋକାର୍ପଣ ଅତିଥି ମାନଙ୍କ ଦ୍ଵାରା ଆୟୋଜିତ ହୋଇଥିଲା।
ସମସ୍ତ କାର୍ଯ୍ୟକୁ ଅନୁଷ୍ଠାନ ର ସମ୍ପାଦିକା ଅନ୍ନପୂର୍ଣ୍ଣା ପାଣି, ପ୍ରତାପ ଚନ୍ଦ୍ର ଦାସ, କିରଣ କୁମାର ସାହୁ,ଡକ୍ଟର ନାରାୟଣ ପତି,ପୂର୍ଣ୍ଣ ଚନ୍ଦ୍ର ସାହୁ,ସ୍ଥିତପ୍ରଜ୍ଞ ଜେନା,ଅନିଲ ସାହୁ , ବରିଷ୍ଠ ସେବାୟତ ରବିନାରାୟଣ ଦାସ, ଦିନମଣି ବଳ, କବି ପ୍ରଶାନ୍ତ ତ୍ରିପାଠୀ, ସଂଗ୍ରାମ କେଶରୀ ମହାପାତ୍ର, ପରିଚାଳନା କରିଥିଲେ।

No Result
View All Result