ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଗୁରୁବାର) ପଦ୍ମପୁର :- ବର୍ତ୍ତମାନ ସମୟରେ ସମଗ୍ର ଓଡ଼ିଶା ଓ ଭାରତ ବର୍ଷରେ କରୋନା ମହାମାରୀ ଉଗ୍ରରୂପ ଧାରଣ କରିଛି ତଥାପି ପଶ୍ଚିମ ଓଡିଶାର ମହିଳା ମାନେ ନିଜ ସଂସ୍କୃତି ଓ ପରମ୍ପରାକୁ ନ ଭୁଲି ପୁଅ ଜିଉନ୍ତିଆ ବା ଦୁତି ବାହାନ ଓଷା ଘରେ ଘରେ ପାଳିନ କରିଛନ୍ତି । ପୁଅ ଝିଅର କଲ୍ଯାଣ ନିମନ୍ତେ ସ୍ତ୍ରୀ ଲୋକ ମାନେ ନିର୍ଜିଲା ଉପବାସ କରିଥାନ୍ତି ।
ଦିନ ତମାମ ଖାଦ୍ଯ ଓ ପାଣି ନ ପିଇବା ନିଜର ପୁଅ ଝିଅର ମଙ୍ଗଳ କାମନା ତଥା ସୁଖ ଶାନ୍ତିରେ ଘରେ ଘରେ ତଥା ନିଜ ସଂର୍ପକୀୟ କୁ ନେଇ ସାମାଜିକ ଦୂରତା ରକ୍ଷା କରି ବିଶ୍ବ କଲ୍ଯାଣ ଉଦ୍ଦେଶ୍ୟରେ ପଦ୍ମପୁର,ପାଇକମାଲ, ଝାରବନ୍ଦ,ଗାଇସିଲେଟ, ବିଜେପୁର, ସୋହେଲା ଆଦି ସ୍ଥାନ ମାନଙ୍କରେ ପୂଜାର୍ଚ୍ଚନା କରୁଥିବା ର ଦେଖା ଯାଉଛି । ଓଷା କରିବା ସଙ୍ଗେ ସଙ୍ଗେ ପୂଜାର୍ଚ୍ଚନା ଓ ହୁଲ ହୁଲି ଧ୍ବନିରେ କରୋନା ନିଶ୍ଟିତ ପରାଜିତ ହେବ ବୋଲି ଆଶା ବାନ୍ଧିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ )