• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାତୀୟ କ୍ରୀଡା ଦିବସ ପାଳିତ, ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ : ଓଡ଼ିଶା ଓ ଭାରତକୁ ବିଶ୍ଵ ପାଇଁ କ୍ରୀଡା ଉତ୍କର୍ଷର ଉଜ୍ଜ୍ବଳ ବତୀଘର କରିବାକୁ ରାଜ୍ୟପାଳଙ୍କ ଆହ୍ବାନ

Proprietor Abhimanyu Maharana by Proprietor Abhimanyu Maharana
August 29, 2025
in ଓଡ଼ିଶା, ଖେଳ, ଖୋର୍ଦ୍ଧା, ହୋମ୍
0
ଜାତୀୟ କ୍ରୀଡା ଦିବସ ପାଳିତ, ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ : ଓଡ଼ିଶା ଓ ଭାରତକୁ ବିଶ୍ଵ ପାଇଁ କ୍ରୀଡା ଉତ୍କର୍ଷର ଉଜ୍ଜ୍ବଳ ବତୀଘର କରିବାକୁ ରାଜ୍ୟପାଳଙ୍କ ଆହ୍ବାନ
Share on FacebookShare on TwitterWhatsapp

ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) :- ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କର କୀର୍ତ୍ତି ଓ କୃତି ଦ୍ଵାରା ଅନୁପ୍ରାଣିତ ହୋଇ ଶୃଙ୍ଖଳା, ଦଳଗତ ଉଦ୍ୟମ, ସାହସ ଓ ନମ୍ରତାର ମୂଲ୍ୟବୋଧକୁ ପାଥେୟ କରି ଓଡ଼ିଶା ଏବଂ ଭାରତକୁ ବିଶ୍ୱପାଇଁ କ୍ରୀଡା ଉତ୍କର୍ଷତାର ଉଜ୍ଜ୍ବଳ ବତୀଘର କରିବା ନିମନ୍ତେ ପ୍ରୟାସ କରିବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଆହ୍ବାନ ଜଣାଇଛନ୍ତି। ଚଳିତ ଅଗଷ୍ଟ ୨୯ ତାରିଖ ଦିନ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୁଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ କ୍ରୀଡା ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହି ଆହ୍ବାନ ଜଣାଇଛନ୍ତି।

ଏହି ସମାରୋହରେ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହସିକତା ପୁରସ୍କାର ପ୍ରଦାନ କରି ନିଜ ଉଦବୋଧନରେ ରାଜ୍ୟପାଳ କହିଥିଲେ ଯେ ଯେଉଁ ପିଲାମାନେ କ୍ରୀଡା କ୍ଷେତ୍ର କୁ ଆସୁଛନ୍ତି ସେମାନଙ୍କ ଠାରେ ଥିବା ଅନ୍ତର୍ନିହିତ ପ୍ରତିଭା ଓ ସମ୍ଭାବନାକୁ ପୋଷଣ କରି ସେମାନଙ୍କୁ ଉତ୍କର୍ଷତା ପ୍ରତିପାଦନ ଦିଗରେ ଉତ୍ସାହିତ କରିବା ଆମର କର୍ତ୍ତବ୍ୟ ହେବା ଉଚିତ । ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନରେ ସମ୍ମାନିତ କୃତୀ କ୍ରୀଡାବିତଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ ସେମାନଙ୍କ ସଫଳତା କେବଳ ଏକ ବ୍ୟକ୍ତିଗତ ବିଜୟ ନୁହେଁ ବରଂ ଆମ ରାଜ୍ୟ ଓ ଦେଶ ପାଇଁ ଏକ ସାମୁହିକ ଗର୍ବ । ସେମାନେ ଓଡ଼ିଶାର କ୍ରୀଡା ମନୋଭାବର ମଶାଲ ବାହକ ଏବଂ ଆଗାମୀ ପିଢ଼ି ପାଇଁ ଆଦର୍ଶ ।

ସେହିପରି ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର ସାହସ ଏବଂ ନିଃସ୍ଵାର୍ଥପର କାର୍ଯ୍ୟ ଓଡ଼ିଶାର ପ୍ରକୃତ ଆତ୍ମାକୁ ପ୍ରତିଫଳିତ କରେ ଏବଂ ନିର୍ଭୀକତା ଏବଂ ମାନବତାର ସହିତ ସେବା କରିବା ପାଇଁ ଅଗଣିତ ଯୁବ ହୃଦୟକୁ ପ୍ରେରାଣା ଦେଇ ଚାଲିବ ବୋଲି ରାଜ୍ୟପାଳ କହିଥିଲେ । ଏହି ଅବସରରେ ହକି ଯାଦୁକର ମେଜର ଧ୍ୟାନଚାନଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ରାଜ୍ୟପାଳ କହିଥିଲେ ଯେ ତାଙ୍କ ଜୀବନ ଓ ଜୟନ୍ତୀ ଆମକୁ ମନେ ପକେଇ ଦିଏ ଯେ, କ୍ରୀଡା କେବଳ ଶକ୍ତି କିମ୍ବା ଦକ୍ଷତାର ପ୍ରତିଯୋଗିତା ନୁହେଁ, ବରଂ ଶୃଙ୍ଖଳା, ଦୃଢ଼ ନିଷ୍ପତି ଏବଂ ଅଦମ୍ୟ କ୍ରୀଡା ଭାବନାର ଉତ୍ସବ ।

List of Awardees (Biju Patnaik Sports Award-2024 )

1. Life-time Achievement – Sri.Bijay Kumar Satpathy (Weightlifting)
2. Outstanding Performance in Sports & Games – Sri. Animesh Kujur (Athletics)
3. Excellence in Coaching – Smt. Sushama Nanda (Volleyball)
4. Best Contribution to Promotion of Sports- Sri.Pradyumna Mishra (Kho Kho)
5. Excellence in Sports Journalism Sri. Bimal Ku. Raul (Prameya)
6. Best Para Sportsperson – Sri. Rakhal Kumar Sethy (Para fencing)
7. Upcoming Athletes (Junior)- Master Sattwik Swain (Chess)
8. Best Sports Technical Official / Support Staff – Dr. Sudeep Satpathy

List of Awardees (Biju Patnaik Bravey Award – 2024)

1. Sri. Jiban Kumar Behera

2. Sri. Chittaranjan Pradhan

କ୍ରୀଡାକୁ ଗ୍ରହଣ କରୁଥିବା ସମାଜ କେବଳ ସୁସ୍ଥ ନାଗରିକଙ୍କୁ ପୋଷଣ କରେନାହିଁ ବରଂ ସାମୁହିକ ଭାବନାକୁ ପ୍ରୋତ୍ସାହିତ କରେ ଏବଂ ଶକ୍ତିଶାଳୀ ଗୋଷ୍ଠୀ ନିର୍ମାଣରେ ସହାୟକ ହୁଏ। ଦଶନ୍ଧି ଧରି ଓଡ଼ିଶା କ୍ରୀଡା ଉତ୍କର୍ଷତା ପାଇଁ ହବ୍ ହୋଇ ରହିଛି । ବିଭିନ୍ନ ପ୍ରକାର ଜାତୀୟ ଏବଂ ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ କରି ସାରା ବିଶ୍ବରେ ନିଜର ଛାପ ଛାଡ଼ିଛି । ସାରା ବିଶ୍ୱର ଖେଳାଳୀମାନଙ୍କୁ ଏକତ୍ରିତ କରି ଆମର ଯୁବପିଢିଙ୍କୁ ଅଧିକ ସଫଳତା ହାସଲ କରିବାକୁ ପ୍ରେରଣା ଯୋଗାଉଛି।

କ୍ରୀଡା କ୍ଷେତ୍ରରେ ଏପରି ପରିବର୍ତ୍ତନ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କର ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ଵ ଏବଂ ଓଡ଼ିଶା ସରକାରଙ୍କ ସକ୍ରିୟ ପ୍ରୟାସ ଦ୍ବାରା ପରିଚାଳିତ ହୋଇଛି । ତୃଣମୂଳ ସ୍ତରରୁ କ୍ରୀଡା ଓ ତାଲିମଙ୍କୁ ପ୍ରୋତ୍ସାହନ ଭଳି ପଦକ୍ଷେପ କ୍ରୀଡାକୁ ଏକ ବୃତ୍ତି ଏବଂ ଜୀବନ ଶୈଳୀ ଭାବରେ ଏକ ସମୃଦ୍ଧ ଇକୋସିଷ୍ଟମ୍ ସୃଷ୍ଟି କରିବାରେ ଉଦ୍ୟମ ଜାରି ରହିଛି ବୋଲି ରାଜ୍ୟପାଳ କହିଛନ୍ତି । ଏହି ସମାରୋହରେ କ୍ରୀଡା ଓ ଯୁବସେବା, ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା,

ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଏକାମ୍ର – ଭୁବନେଶ୍ଵର ବିଧାୟକ ଶ୍ରୀ ବାବୁ ସିଂହ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନକରି ଓଡ଼ିଶାରେ କ୍ରୀଡା ଓ କ୍ରୀଡାବିତଙ୍କ ବିକାଶ ପାଇଁ ସରକାରଙ୍କ ତରଫରୁ ନିଆ ଯାଉଥିବା ବହୁବିଧ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିବା ସହ କ୍ରୀଡା କ୍ଷେତ୍ରରେ ଓଡ଼ିଶାର ସମ୍ଭାବନାକୁ ସଫଳତାରେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏତଦ୍ ବ୍ୟତୀତ ଓଡ଼ିଶା କିପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡା ଇଭେଣ୍ଟ ଆୟୋଜନ କରି ସୁନାମ ଅର୍ଜନ କରିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । କ୍ରୀଡା ଓ ଯୁବ ସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ପ୍ରାରମ୍ଭରେ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ ଏଦୁଲା ବିଜୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଏହି ଅବସରରେ ୮ ଜଣ କୃତୀ କ୍ରୀଡାବିତଙ୍କୁ ବିଜୁପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ, ଅସାଧାରଣ ସାହସିକତା ପ୍ରଦର୍ଶନ ପାଇଁ ଦୁଇ ଜଣକୁ ବିଜୁପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ।
ସଂଜୀବ ବାରିକ, ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

Odisha to Host 2026–27 Junior & Senior Artistic Gymnastics National Championships

April 25, 2026
ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

ଓଡ଼ିଶାରେ ଆୟୋଜିତ ହେବ ୨୦୨୬–୨୭ ଜୁନିୟର ଓ ସିନିୟର ଜାତୀୟ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍

April 24, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar

April 25, 2026
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version