No Result
View All Result
କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ବିଘ୍ନରାଜ୍ ଗଣେଶଙ୍କ ପୂଜା ଓ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଗାଁ ଠୁ ସହର ଚଳ ଚଞ୍ଚଳ ଥିବା ବେଳେ ରାଜ୍ୟ ସରକାର ମଧ୍ୟ ନୂଆଁଖାଇ ପାଇଁ ଦୁଇ ଦିନର ଛୁଟି ଘୋଷଣା କରିଛନ୍ତି । ସେଥିପାଇଁ ପଶ୍ଚିମ ଓଡ଼ିଶାବାସୀ ଅନ୍ୟ ବର୍ଷ ଅପେକ୍ଷା ଅଧିକ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନର୍ଲା ସହରବାସୀ ଲଗ୍ନ ଅନୁସାରେ ନବାନ୍ନ ଭକ୍ଷଣ କରି ଜୁହାର ଭେଟ ମାଧ୍ୟମରେ ନିଜ ଭାବର ଆଦାନ ପ୍ରଦାନ୍ ଦୃଶ୍ୟ ଦେଖିବାକୁ ମିଳିଥିଲା।ପରେ ସନ୍ଧ୍ୟା ୪ ଟା ସମୟରେ ନର୍ଲା ପାଇକ୍ ପଡ଼ା ରେ ଏକ ନୂଆଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ନର୍ଲା ଅଞ୍ଚଳର ଲୋକ ପ୍ରିୟ କବି ତଥା ସମାଜସେବୀ ଅରୁଣ ପ୍ରଧାନୀ ଓ ତାଙ୍କ ଝିଅ ଝରଣା ପ୍ରଧାନୀଙ୍କ ପ୍ରଚେଷ୍ଟାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଅଞ୍ଚଳର ଅନେକ୍ ବୁଦ୍ଧିଜୀବୀ, ରାଜନେତା, ସମାଜସେବୀ, ସାମ୍ବାଦିକମାନେ ଯୋଗ ଦେଇ ଥିଲେ । ଠାକୁରଙ୍କ ପାଖରେ ଦୀପ ପ୍ରଜ୍ଜ୍ୱଳନ ସହ ଝରଣାଙ୍କ ସୁମଧୁର କଣ୍ଠରେ ମାଁଙ୍କ ଭଜନରୁ କାର୍ଯ୍ୟକ୍ରମଟି ଆରମ୍ଭ ହୋଇ ଥିଲା ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହିତ ସମ୍ମାନିତ କରାଯାଇଥିଲା । ଏଠାରେ ସାମ୍ବାଦିକ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଜଗତରାମ୍ ସାହୁ, ସନ୍ତୋଷ କୁମାର ପାତ୍ର ଓ ନୀଳକଣ୍ଠ ବେହେରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ନର୍ଲାର ଶତାଧିକ ଲୋକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ୍ କରିଥିଲେ ।

No Result
View All Result