ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ଗଣେଷ ପୂଜା ଉପଲକ୍ଷେ ଜଟଣୀ ଏବେ ଚଳ ଚଞ୍ଚଳ, ବିଭିନ୍ନ ପୂଜା ମଣ୍ଡପରେ ବିରାଟକାୟ ମୂର୍ତ୍ତୀ ସାଙ୍ଗକୁ ଆକର୍ଷଣୀୟ ତୋରଣ,ମେଢ଼, ଲାଇଟ୍,ସାଜ ସଜାରେ ଦୂଲୁକୁଛି ଜଟଣୀ । ସମଗ୍ର ଭାରତ ବର୍ଷରେ ଦେଖିବାକୁ ଗଲେ ଗଣେଷ ପୂଜା ପାଇଁ ମୁମ୍ବାଇ ପ୍ରସିଦ୍ଧି ଲାଭ କରିଥିବା ବେଳେ ଦ୍ୱିତୀୟ ମୁମ୍ବାଇ ଭାବେ ସ୍ଥାନ ଅଧିକାର କରିଛି ଜଟଣୀ ।
ଗଣେଷ ଚତୁର୍ଥୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ପର୍ୟ୍ୟନ୍ତ ଏଗାର ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ପୂଜାରେ ଜଟଣୀ ଓ ତାର ଆଖ ପାଖ ଅଞ୍ଚଳ ସମେତ ରାଜ୍ୟ ଏବଂ ରାଜ୍ୟ ବାହାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ । ଚଳିତ ବର୍ଷ ଜଟଣୀର ସର୍ଵ ପ୍ରଥମ ଓ ସର୍ଵ ପୂରାତନ ଅନୁଷ୍ଠାନ ଭାବେ ଜଣାଶୁଣା ମହୁଲ ଗୁଡ଼ିଆ ଛକ “ବୁଢ଼ା ଗଣେଷ” ଖୁଦୁପୁର ଛକ, ବ୍ଲକ୍ ଛକ, ହରିଭାଇନା ଛକ, ଗୋପବନ୍ଧୁ ଛକ, ମେଡିକାଲ ଛକ,ଥାନାଛକ, ପୋଷ୍ଟ ଅଫିସ ଛକ,

ସୀତାରାମ ଛକ,ବଡ଼ ବଜାର,ରାଜା ବଜାର,ମାଛ ମାର୍କେଟ, ନୀଳଚକ୍ର ମାର୍କେଟ,ହାଟ ବଜାର, ଗୋଲେଇ ମର୍କେଟ, ମାଲଗୋଦମ୍ ଛକ ଓ ରେତଙ୍ଗ କଲୋନୀ ପ୍ରଭୃତି ବଡ଼ବଡ଼ ଏବଂ ପୁରୁଣା ପୂଜା ମଣ୍ଡପ ସମେତ ପ୍ରାୟ ଦୁଇଶହ ପଚାଶରୁ ଉର୍ଦ୍ଧ ସ୍ଥାନରେ ପ୍ରଭୁ ଗଜାନନଙ୍କ ପୁଜା ଚାଲିଛି । ବିଘ୍ନ ବିନାଶକ ପ୍ରଭୁ ଗଣେଷଙ୍କ ପୂଜା ତ’ସବୁଠାରେ ହେଉଛି ମାତ୍ର ଜଟଣୀର ପରମ୍ପରା ସମ୍ପୂର୍ଣ୍ଣ ଅଲଗା ଏଠାରେ ପ୍ରଭୁ ଗଣେଷଙ୍କ ସହିତ ମାତା ଲକ୍ଷ୍ମୀ ଓ ସରସ୍ଵତୀ ଏକତ୍ର ପୁଜା ପାଆନ୍ତି ।


ଏହି ମହୋତ୍ସବକୁ ଜଟଣୀ ଥାନା ଅଧିକାରୀ ଷ୍ଟାଲିନ୍ ବିଶ୍ଵାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନା, ସମାଜସେବୀ ଜଗଦୀଶ ପ୍ରାସାଦ ଅଗ୍ରୱାଲ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ରବି ନାରାୟଣ ଦାଶ ସଂଯୋଜନା କରିଥିବା ବେଳେ ସମିର ଜେନା ବିବରଣୀ ପାଠ, ସୀତାକାନ୍ତ ନାୟକ ମଞ୍ଚ ପରିଚାଳନା କରୁଥିଲେ।












