No Result
View All Result
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ଅନ୍ତର୍ଗତ ସିଏମସି ୫୮ ନମ୍ବର ୱାର୍ଡ ପ୍ରତାପନଗରୀ ଢିଅସାହି ତ୍ରିନାଥ କ୍ଲବ ପକ୍ଷରୁ ଦୀର୍ଘ ୪୦ ବର୍ଷ ଧରି ହୋଇ ଆସୁଥିବା ଗଣେଶ ପୂଜା ଚଳିତ ବର୍ଷ ଧୁମଧାମରେ କ୍ଲବର ସଦସ୍ୟ ଏବଂ ସାହି ପିଲାଙ୍କ ଦ୍ଵାରା କରାଯାଇଛି । ସୁନ୍ଦର ଆଲୋକ ସାଜସଜ୍ଜା ସାଙ୍ଗକୁ ଗଣେଶଙ୍କ ପାଇଁ ଚାନ୍ଦି ଏବଂ ସୁନାରେ ନିର୍ମିତ ମୁକୁଟ କରାଯାଇଛି ।

ଗୁରୁବାର ଦିନ ପାଗ ଭଲ ଥିବାରୁ ଦିତୀୟ ଦିନ ସନ୍ଧ୍ୟାରେ ପୂଜା ମଣ୍ଡପରେ ଲୋକଙ୍କ ଭିଡ଼ ଜମିଥିଲା । ଏହି ଅବସରରେ ଗୁରୁବାର ସଂନ୍ଧ୍ୟାରେ ଗୋପାଳପୁର ମଣ୍ଡଳ ବିଜେପି ସଭାପତି ନିହାର ରଞ୍ଜନ ପଣ୍ଡା, ପ୍ରମୋଦ କୁମାର ବେହେରା, ରାଜେନ୍ଦ୍ର ପାତ୍ର, ଗଣେଶ ଓଝା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୂଜା ମଣ୍ଡପ ପରିଦର୍ଶନ କରିନଥିଲେ ।

ଅତିଥି ମାନଙ୍କୁ ତ୍ରିନାଥ କ୍ଲବ ଗଣେଶ ପୂଜା କମିଟିର ସଭାପତି ଲିପୁ ରାଉତ, ସଂପାଦକ ରଞ୍ଜନ ରାଉତ ଏବଂ ପୂଜା କମିଟିର ସଦସ୍ୟ ମାନେ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ରାହୁଲ ରାଉତ, ଆଙ୍କିତ ରାଉତ, କ୍ରୀଷ୍ଣା ରାଉତ,କୁନାଲ ରାଉତ , ଆଶିଷ ରାଉତ, ସନ୍ତୋଷ ସାହୁ, ଓମ୍ ରାଉତ ଆକାଶ ରାଉତ,

ବବୁଲ ରାଉତ, କାର୍ତ୍ତିକ ରାଉତ, ସ୍ବୟଂମ ରାଉତ, ସନ୍ତୋଷ ରାଉତ, ନିରଞ୍ଜନ ସ୍ବାଇଁ, କୁନା ସାହୁ,କାହ୍ନା ସାହୁ,ଲାପି ରାଉତ, ମିକନ ରାଉତ, ସମୀର ରାଉତ ପ୍ରମୁଖ ସହଯୋଗ କରିଥିଲେ । ସାହିର ଯୁବକ ଏବଂ ବ୍ୟୟଜ୍ୟେଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

No Result
View All Result