କୋଣାର୍କ (ଓଡ଼ିଶା ତାଜା ନ୍ୟୁଜ୍) :- ନିମାପଡା ରୁ କୋଣାର୍କ ଏବେ ଦୃଘଟଣାପ୍ରବଣ ଏରିଆ ରେ ପରିଣତ ହେଲାଣି l ବିଗତ କଛିଦିନ ନିୟମିତ ଚୋଟ ବଡ଼ ଦୃଘଟଣା ଘଟୁଛି l ରାସ୍ତା ଉପରେ ବୁଲା ଗୋରୁ ଓ କୁକୁର ଙ୍କ ଅଧିକାଂଶ ଦୃଘଟଣା ର ସମ୍ମୁଖୀନ ହେଉଛି l କିଛି ଚାଳକ ଙ୍କ ଅନ୍ୟମନସ୍କ ଯୋଗୁ ଦୃଘଟଣା ହେଉଥିବେଳେ ଆଉ କିଛି ଦ୍ରୁତ ଗତି ଯୋଗୁ ତ ଆଉ କିଛି ମଦ୍ୟପାନ ଯୋଗୁ ଦୃଘଟଣା ଘଟୁଥିବା ଜଣାପଡୁଛି l ମଙ୍ଗଳବାର ଅପରାହ୍ନ ରେ ପୁନଃ ଏକ ସିରିଜ ଦୃଘଟଣାଗ୍ରସ୍ତ ହୋଇଛି ଏକ କାର l

ଗୋପ ରୁ କୋଣାର୍କ ଅଭିମୁଖେ ଯାଉଥିବା ଏକ କାର ଟି ଭାରସାମ୍ୟ ହରାଇ ଏକ ବାଇକ ଆରୋହୀ କୁ ଧକ୍କା ଦେଇ ଆଉ ୩ଟି ବାଇକ ଉପରେ ଚିଡ଼ିଯାଇ ଏକ ଗ୍ରୋସରୀ ଦୋକାନ ଭିତରେ ପସିଗଲା କାର l କାର ଚାଳକ ସୁରକ୍ଷିତ ଥିବାବେଳେ ବାଇକ ଆରୋହୀ ତିନିଜଣ ଗୁରୁତର ତାଙ୍କୁ ଭୁବନେଶ୍ୱର ର ୬ ନମ୍ବର ହସ୍ପିଟାଲ କୁ ସ୍ଥାନ୍ତାରିତ କରାଯାଇଛି l

କରା ଚାଳକ ହେଲେ କୋଣାର୍କ ଅଞ୍ଚଳ ରବୀନ୍ଦ୍ରନାଥ ବାହିନୀପତି l ଭୈରବ ସାଧନ କେନ୍ଦ୍ର ସଂଯୋଜାକ ବା CRC ଭାବେ କାର୍ଯ୍ୟରତି l ଗୋପ ମେଡିକାଲରେ ଡାକ୍ତର ପ୍ରାଥମିକ ଚିକିତ୍ସା କରାଯିବା ପରେ ସମସ୍ତ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କାରଯାଇଛି।















