No Result
View All Result
ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଜାତୀୟସ୍ତର ପ୍ରତିଯୋଗିତାରେ ପାରଳା ମାଟିର କୁନି ଝିଅ ମୁଗ୍ଧଶ୍ରୀ ମିଳନିକା ସ୍ଥାନ ପାଇଥିବା ସୂଚନା ମିଳିଛି. ଏଲି କ୍ଳବ ପକ୍ଷରୁ ଆୟୋଜିତ ଜାତୀୟ ସ୍ତରର ପ୍ରତିଯୋଗିତା ମିସ୍ ଆଣ୍ଡ ମିଷ୍ଟେର ଟିନ ଇଣ୍ଡିଆ ଫାଇନାଲ ରାଉଣ୍ଡରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ସୁଶୀଲ କୁମାର ପାତ୍ର ଓ ରଶ୍ମିତା ଦାସଙ୍କ ଝିଅ ମୁଗ୍ଧଶ୍ରୀ ମିଳନିକା ଭୁନେଶ୍ବରସ୍ଥିତ ଗାନ୍ଧୀ ଇଞ୍ଜିନିୟରିଂ କଲେଜର ବିଟେକ ଛାତ୍ରୀ ।
ଏଲି କ୍ଳବ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଟିନ ମିସ୍ ଇଣ୍ଡିଆ ଅଡିସନରେ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନ ଫାଇନାଲ ରାଉଣ୍ଡରେ ଭାରତ ସାରା ପ୍ରତିଯୋଗିଙ୍କ ମଧ୍ୟରେ ଓଡ଼ିଶାରୁ ଦୁଇ ଜଣ ରହିଛନ୍ତି. ସେଥିମଧ୍ୟରୁ ପାରଳା ମାଟିର ମୁଗ୍ଧଶ୍ରୀ ମିଳନିକା ସ୍ଥାନ ପାଇଛନ୍ତି । ଟିନ ମିସ୍ ଇଣ୍ଡିଆ ଫାଇନାଲରେ ମୁଗ୍ଧଶ୍ରୀ ସ୍ଥାନ ପାଇଥିବାରୁ ଗଜପତି ଜିଲ୍ଲାର କୋଣ ଅନୁକୋଣରୁ ତାଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି l

No Result
View All Result